ପୁଲିସ୍ ନିୟମକୁ ମାନୁନାହାଁନ୍ତି ବାର ମାଲିକ…. ଏମ୍ବାସି ବାରରେ ଟଙ୍କାଉଡ଼ିଲା, ଗଣ୍ଡଗୋଳ ପରେ ତାଲା ପଡ଼ିଲା   : Ommtv

ପୁଲିସ୍ ନିୟମକୁ ମାନୁନାହାଁନ୍ତି ବାର ମାଲିକ…. ଏମ୍ବାସି ବାରରେ ଟଙ୍କାଉଡ଼ିଲା, ଗଣ୍ଡଗୋଳ ପରେ ତାଲା ପଡ଼ିଲା   : Ommtv

ପୁଲିସ୍ ନିୟମକୁ ମାନୁନାହାଁନ୍ତି ବାର ମାଲିକ…. ଏମ୍ବାସି ବାରରେ ଟଙ୍କାଉଡ଼ିଲା, ଗଣ୍ଡଗୋଳ ପରେ ତାଲା ପଡ଼ିଲା   : Ommtv

ପୁଲିସ୍ ନିୟମକୁ ମାନୁନାହାଁନ୍ତି ବାର ମାଲିକ…. ଏମ୍ବାସି ବାରରେ ଟଙ୍କାଉଡ଼ିଲା, ଗଣ୍ଡଗୋଳ ପରେ ତାଲା ପଡ଼ିଲା   : Ommtv

ଚନ୍ଦ୍ରଶେଖରପୁର, ୭/୧୨ (Omm): ପୁଣି ବିବାଦକୁ ଆସିଛି ଚନ୍ଦ୍ରଶେଖରପୁର ଡ଼ିଷ୍ଟିକ୍ ସେଣ୍ଟରରେ ଥିବା ଏମ୍ବାସି ବାର। ବାରମ୍ବାର ଗଣ୍ଡଗୋଳ, ଯୁବତୀଙ୍କୁ ଅସଦାଚରଣ, ଗୋଷ୍ଠୀ ସଂଘର୍ଷ, ‌ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଖୋଲିବା, ଡ଼ିଜେ ବଜାର ଶବ୍ଦ ପ୍ରଦୂଷଣ କରିବା ଏବଂ ନୋ’ପାର୍କିଂ ଜୋନରେ ଗ୍ରାହକ ଗାଡ଼ି ରଖି ଟ୍ରାଫିକ୍ ଜାମ କରିବା ଅଭିଯୋଗ ପରେ ଏଥର ବାର ଭିତରେ ନୃତ୍ୟ କରୁଥିବା ଯୁବତୀ ଗ୍ରାହକମାନଙ୍କ ଉପରେ ଟଙ୍କା ଉଡ଼ାଇବା ନେଇ ଆସିଛି ଅଭିଯୋଗ। ପୁଲିସ୍ ହସ୍ତକ୍ଷେପପରେ ଟଙ୍କା ଉଡ଼ାଉଥିବା ଦୁଇ ଯୁବକଙ୍କୁ ଗିରଫକରାଯାଇ ଆଜି କୋର୍ଟ ଚାଲଣ କରାଯାଇଛି। ଗିରଫମାନେ ହେଲେ ରୁଦ୍ରନାରାୟଣ ମଲ୍ଲିକ ଏବଂ ସତ୍ୟବ୍ରତ ନାୟକ। ଘଟଣାଅନୁଯାୟୀ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏମ୍ବାସି ବାର ଖୋଲା ହୋଇ ନୃତ୍ୟ ଚାଲିଥିଲା ବେଳେ ବାର ଭିତରେ କିଛି ଯୁବକ ଗ୍ରାହକ ନୃତ୍ୟ କରୁଥିବା କିଛି ଯୁବତୀ ଗ୍ରାହକମାନଙ୍କ ଉପରେ ଟଙ୍କା ଉଡ଼ାଇ ଟଣା ଓଟରା କରିଥିଲେ। ଯାହ‌ାନେଇ ଯୁବତୀମାନେ ବାର ବାଉଁସରମାନଙ୍କ ନିକଟରେ ଅଭିଯୋଗ କରିବାରୁ ବାଉଁସରମାନେ ସେହି ଯୁବକମାନଙ୍କୁ ବାରଣକରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ବଚସା ଓ ଗଣ୍ଡ‌ଗୋଳ ଆରମ୍ଭ ହୋଇଥିଲା। ଏହାନେଇ ଯୁବତୀମାନେ ଅଧିକ ଗଣ୍ଡଗୋଳ ଆଶଙ୍କାରେ ଚନ୍ଦ୍ରଶେଖରପୁର ଥାନା ପିସିଆରକୁ ସୂଚନାଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲା ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଭିତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଛି ଏବଂ ନିଶାରେ ଚୁରହୋଇ ଏକାଧିକ ଯୁବକ ବାର ଗାର୍ଲଙ୍କ ନୃତ୍ୟର ମଜ୍ଜାନେଉଛନ୍ତି। ଏହାଦେଖି ପୁଲିସ୍ ଡ଼ିଜେ ବନ୍ଦକରି ସେମାନଙ୍କୁ ବାହାରକୁ ଯିବାପାଇଁ କହିବାରୁ ଉତ୍ପାତ କରୁଥିବା ୪ଜଣ ଯୁବକ ହଠାତ୍ ରାଗିଯାଇ ପୁଲିସ୍‌କୁ ଆକ୍ରମଣ କରିଥିଲେ। ଯାହାନେଇ ସେମାନଙ୍କୁ ପୁଲିସ୍ ଥାନାକୁ ଆଣି ରାତିରେ ଅଟକରଖିଥିଲା। ଆଜି ସକାଳେ ସିସିଟିଭି ଫୁଟେଜଦେଖି ସେମାନଙ୍କ ମଧ୍ୟରୁ ୨ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫକରି କୋର୍ଟ ଚାଲଣକରିଦେଇଛି। ଅପରପକ୍ଷରେ ବିଳମ୍ବିତ ରାତିରେ ବାରଖୋଲିବା ଅଭିଯୋଗରେ ବାରକୁ ଜଉ ସିଲ୍‌କରି ତାଲା ପକାଇଦେଇଛି ପୁଲିସ୍ ।

 

ସୂଚନାଥାଉକି ଚନ୍ଦ୍ରଶେଖରପୁର ସମେତ ରାଜଧାନୀରେ ଥିବା ଏକାଧିକ ବାରଗୁଡ଼ିକ କାହିଁକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାରହୁଛି ବୋଲି ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ୍ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହିଁ। ନିକଟର ବାରଗୁଡ଼ିକୁ ସିଲ କରାଯାଇଥିଲା ବେଳେ ୨୪ଘଣ୍ଟା ମଧ୍ୟରେ ପୁଣି ଖୋଲିବା ନିର୍ଦେଶ ମିଳିଯାଇଥିଲା। ଅନ୍ୟପକ୍ଷରେ ବାର୍ ଗୁଡ଼ିକରେ ଆଇଟମ୍ ଗାର୍ଲ ବା ବାର୍ ଗାର୍ଲ ଅଶ୍ଳିଳ ନୃତ୍ୟକୁ ରୋକଠୋକ୍ ବାରଣକରାଯାଇଥିଲେ ମଧ୍ୟ ଏବେ ଅନେକ ସ୍ଥାନରେ ଅଶ୍ଳିଳ ନୃତ୍ୟ ହୋଉଛି। ଅବକାରୀ ବିଭାଗମଧ୍ୟ ଘଟଣାନେଇ ଧରପକଡ଼ହେଲେ ଆକ୍ସନମୁଡ଼ରେ ଆସି ଚଢ଼ାଉକରି ଦେଉଛି ଏବଂ ପରେ ସବୁକିଛି ପୁରୁଣା ସ୍ଥିତିକୁ ଚାଲିଆସୁଛି। ପୁଲି୍ସ ଓ ବାର୍ ମାଲିକମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାପାଇଁ ବାର ନିକଟରେ ବିଳମ୍ବିତ ରାତିରେ ଘଟୁଛି ଅନେକ ଅଘଟଣ। ଯାହାର ଶିକାର ହେଉଛନ୍ତି ସାଧାରଣ ଲୋକ । ଏନେଇ ପୁଲିସ୍ କଠୋରହେବ ବୋଲି ଚନ୍ଦ୍ରଶେଖରପୁର ଜୋନ୍ ଏସିପି ରମେଶଚନ୍ଦ୍ର ବିଶୋଇ ମତପ୍ରକାଶ କରିଥିଲାବେଳେ ଆଗାମି ନୂଆବର୍ଷପାଇଁ ଭୁବନେଶ୍ବର କମିସନରେଟ୍ ପୁଲି୍ସ ବାରଗୁଡ଼ିକରେ ଘଟୁଥିବା ଅପରାଧ ରୋକିବାନେଇ କେଉଁ ରଣନିତି ଆରମ୍ଭ କରିବ ତାହା ଦେଖିବାର ଅଛି।