ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍ : Ommtv

ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍ : Ommtv

ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍ : Ommtv

ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍ : Ommtv

ଚନ୍ଦ୍ରଶେଖରପୁର, ୭/୧୨ (Omm): ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଆଜି ରାଜସ୍ଥାନସ୍ଥିତ ପୂର୍ଣ୍ଣିମା ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ସମ୍ମାନ ଗ୍ରହଣ କରି ଶ୍ରୀ ସାମନ୍ତ କହିଛନ୍ତି, ବିଗତ ୩୩ବର୍ଷ ଧରି ମୁଁ ନିରନ୍ତର ସମାଜସେବା କରିଆସୁଛି । ଏହି ୬୨ତମ ସମ୍ମାନସୂଚକ ଡକ୍ଟରେଟ୍ ନିଶ୍ଚିତ ଭାବେ ସବୁଦିନ ପାଇଁ ସ୍ମୃତି ହୋଇ ରହିବ । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଭାଇସ୍‍ ଚିଫ୍‍ ଅଫ୍‍ ଆର୍ମି ଷ୍ଟାଫ୍‍ ଲ୍ୟୁଟ୍‍ନାଣ୍ଟ ଜେନେରାଲ୍‍ ଏନ୍‍ ଏସ୍‍ ରାଜା ସୁବ୍ରମଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ତଥା ସଭାପତି ଡ. ସୁରେଶ ଚନ୍ଦ୍ର ପାଢ଼ିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।