OMM TV ହସ୍ପିଟାଲ ଭିତରେ ବୁଲୁଛନ୍ତି ଚୋର

Crime News

OMM TV ହସ୍ପିଟାଲ ଭିତରେ ବୁଲୁଛନ୍ତି ଚୋର
OMM TV ହସ୍ପିଟାଲ ଭିତରେ ବୁଲୁଛନ୍ତି ଚୋର
: ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ କ୍ୟାମ୍ପସ୍ ଭିତରୁ ବାଇକ୍ ଓ ମୋବାଇଲ ଚୋରିକରୁଥିବା ଗ୍ୟାଙ୍ଗକୁ ପୁଲିସ୍ ଠାବକରିଛି। ସେହି ଗ୍ୟାଙ୍ଗର ଜଣକୁ ଆଜି ପୁଲିସ୍ ମୋବାଇଲ ଚୋରିକରୁଥିଲାବେଳେ କାବୁକରି ଗିରଫକରିଛି। ଆଜି ସଂଧ୍ୟାରେ ଅଭିଯୁକ୍ତ ସୁରେସ ସାହୁ (୨୯)କୁ କୋର୍ଟ ଚାଲଣକରିଦିଆଯାଇଛି। ସୂଚନା ଅନୁଯାୟୀ ବାରମ୍ବାର ବାଇକ ଓ ମୋବାଇଲ ଚୋରି ହେଉଥିବା ନେଇ ପୁଲିସ୍ ସାଧାପୋଷାକରେ ହସ୍ପିଟାଲ ପରିସରରେ ବୁଲାବୁଲି କରି ଏହି ଗ୍ୟାଙ୍ଗ ଉପରେ ନଜର ରଖିଥିଲା। ଅଭିଯୁକ୍ତ ଜଣଙ୍କ ହସ୍ପିଟାଲ ଭିତରେ ବୁଲି ଜଣେ ରୋଗୀଙ୍କ ନିକଟରେ ଥିବା ଆଟେନାଣ୍ଡାଣ୍ଟଙ୍କ ମୋବାଇଲ ଚାର୍ଜିଂରେ ବସିଥିଲା ବେଳେ ସେଠାରୁ କୌଶଳକରି ମୋବାଇଲ ଚୋରିକରି ଖସି ପଳାଇ ଆସୁଥିଲା। ପୁଲିସ୍ ଅଭିଯୁକ୍ତକୁ କାବୁକରି ପଚରା ଉଚରା କରିବାରୁ ସେମାନଙ୍କ ଏକ ଗ୍ୟାଙ୍ଗ ଏପରି କାମ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉକ୍ତ ହସ୍ପିଟାଲ କ୍ୟାମ୍ପସରୁ ଗତ ୩ ମାସ ମଧ୍ୟରେ ୪ଟି ବାଇକ ଓ ଏକାଧିକ ମୋବାଇଲ ଚୋରିହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଯୋଉଁ ଚୋରିରେ ଏହି ଗ୍ୟାଙ୍ଗ ସାମିଲିଥିବା ପୁଲିସ୍ ସନ୍ଦେହକରି ତଦନ୍ତ ଚଲାଇଛି। #Crime #Bhubaneswar #Odishapolice #Odisha #India #Ommtv #Omtv #Kalingacinearts