OMM TV ସୌର ବ୍ରାହ୍ମଣ ପରିଷଦ କେନ୍ଦ୍ରାପଡା ପକ୍ଷରୁ ସମୂହ ବ୍ରତୋପନୟନ

Social work News

OMM TV ସୌର ବ୍ରାହ୍ମଣ ପରିଷଦ କେନ୍ଦ୍ରାପଡା ପକ୍ଷରୁ ସମୂହ ବ୍ରତୋପନୟନ
OMM TV ସୌର ବ୍ରାହ୍ମଣ ପରିଷଦ କେନ୍ଦ୍ରାପଡା ପକ୍ଷରୁ ସମୂହ ବ୍ରତୋପନୟନ
(କେନ୍ଦ୍ରାପଡାରୁ ବିଭୁପ୍ରସାଦଙ୍କ ରିପୋର୍ଟ ): ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ଅଁଳାବାଙ୍କସ୍ଥ ମା ମହାକାଳୀ ମନ୍ଦିର ପରିସରରେ ସୌର ବ୍ରାହ୍ମଣ ପରିଷଦ, କେନ୍ଦ୍ରାପଡା ପକ୍ଷରୁ ସମୂହ ବ୍ରତୋପନୟନ ୨୪ ମାର୍ଚ୍ଚ, ୨୦୨୩ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସୌର ବ୍ରାହ୍ମଣ ପରିଷଦ, କେନ୍ଦ୍ରାପଡା ରାଜ୍ୟର ଏକ ଅନନ୍ୟ ତଥା ଅଗ୍ରଣୀ ଅନୁଷ୍ଠାନ। ସମୂହ ବ୍ରତୋପନୟନ ଆୟୋଜନ କରି ଧର୍ମ ସଂସ୍କାର ସଂରକ୍ଷଣ କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି କେନ୍ଦ୍ରାପଡା ସୌର ବ୍ରାହ୍ମଣ ପରିଷଦ। ଏଠାରେ ୧୫ ରୁ ଅଧିକ ବ୍ରାହ୍ମଣ ବାଳକ ଉପନୟନ ସଂସ୍କାରରେ ଦୀକ୍ଷିତ ହୋଇଛନ୍ତି ବୋଲି ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଅଶୋକ ପଣ୍ଡିତରାୟ କହିଛନ୍ତି। ବୈଦିକ ମନ୍ତ୍ର ନାଦରେ ମହାକାଳୀ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଥିଲା । ଆଧ୍ୟାତ୍ମିକ ଭାବବୋଧ ଓ ଶୃଙ୍ଖଳିତ ଆଚରଣ ଦ୍ବାରା ସାମାଜିକ ପ୍ରଗତି ହୋଇପାରିବ ବୋଲି ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି । ଦିବା ୧ ଘଟିକାରେ ମୁଣ୍ଡନ ସଂସ୍କାର ସଂପାଦିତ ହୋଇଥିଲା ବେଳେ ଅପରାହ୍ନ ୩ ଟାରେ ବ୍ରତ ଭିକ୍ଷା ଓ ସଂଧ୍ୟା ୬ ଟାରେ ରୋଷଣୀ ହୋଇଥିଲା ବୋଲି କହିଛନ୍ତି ପ୍ରଧାନ ଆଚାର୍ଯ୍ୟ କର୍ମକାଣ୍ଡବିତ ପୁରୋହିତ ପ୍ରମୋଦ କୁମାର ଆଚାର୍ଯ୍ୟ । ଓଡ଼ିଶାର କୋଣ ଅନୁକୋଣରୁ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଆଗମନ ହୋଇଥିଲା । ନୟାଗଡ଼ ଶାକଦ୍ବୀପ ବୈଦିକ ବ୍ରାହ୍ମଣ ସଂଗଠନ ର ସଂପାଦକ ତଥା ଆବାହକ ପଣ୍ଡିତ ପ୍ରଦିପ୍ତ ନାୟକଙ୍କ ସମେତ ଢେ଼ଙ୍କାନାଳ ସୌର ବ୍ରାହ୍ମଣ ପରିଷଦର ସଭାପତି ପୁରୁଷୋତ୍ତମ ନାୟକ, କୋଷାଧ୍ୟକ୍ଷ ନିର୍ମଳ ନାୟକ ଓ ଅନ୍ୟ ପଣ୍ଡିତ ମାନେ ଯୋଗଦେଇଥିଲେ । କେନ୍ଦ୍ରାପଡା ସୌର ବ୍ରାହ୍ମଣ ପରିଷଦର ଉପସଭାପତି ଉମାକାନ୍ତ ନାୟକ, ସଂପାଦକ ଦେବାଶିଷ ଆଚାର୍ଯ୍ୟ, ସଂଯୋଜକ ପ୍ରଦୀପ ନାୟକ ଏବଂ କୋଷାଧ୍ୟକ୍ଷ ବିଭୁ ପ୍ରସାଦ ନାୟକଙ୍କ ମିଳିତ ଉଦ୍ୟମରେ ସମୂହ ଉପନୟନ ସଫଳତାର ସହ ସଂପନ୍ନ ହୋଇଥିଲା ବୋଲି ବିଭୁ ଆଚାର୍ଯ୍ୟ କହିଛନ୍ତି । #Ommtv #Omtv #Kalingacinearts #Kendrapada #Odisha #India