ପ୍ରେକ୍ଷାଳୟକୁ ଆସିଯାଇଛି ନୂଆ କାହାଣୀ ମନସ୍କ : Ommtv

odia film Manaska

ପ୍ରେକ୍ଷାଳୟକୁ ଆସିଯାଇଛି ନୂଆ କାହାଣୀ ମନସ୍କ : Ommtv

ପ୍ରେକ୍ଷାଳୟକୁ ଆସିଯାଇଛି ନୂଆ କାହାଣୀ “ମନସ୍କ” : Ommtv
: ଚଳିତ ମାସରେ ‘ମାନସ ସାହୁ’ଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର “ମନସ୍କ” ପ୍ରେକ୍ଷାଳୟକୁ ଆସିଯାଇଛି । ଭିନ୍ନ ଏକ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ଓଡିଆ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଚଳଚ୍ଚିତ୍ରଟି ରିଲିଜି୍ ହେବାପରେ ସିନେପ୍ରେମୀଙ୍କଠାରୁ ଭଲ ସମର୍ଥନ ମିଳିଛି । ଏହି ଅବସରରେ ପ୍ରଦ୍ୟୁମ୍ନ 
ଲେଙ୍କା, କୁନା ତ୍ରିପାଠୀ, ଅକ୍ଷୟ ପରିଜା, ଅନାମ ସାହୁ, ଶକ୍ତି ଦାସ, ବୈଶାଳୀ, ପାର୍ଥ ସରଥୀ, ଅଶ୍ୱିନୀ ରଏ, ଶ୍ରୀଧୀନ୍ ମାର୍ଥ, ଆଶୁତୋଷ ପଟ୍ଟନାୟକ ଆଦି ଓଡିଶାର କଳାକାର ବୃନ୍ଦମାନେ ଯୋଗ ଦେଇ ଫିଲ୍ମଟିକୁ ଉପଭୋଗ କରିଥିଲେ । ଏହି ଫିଲ୍ମର କାହାଣୀ ରଚନା ଡା. ଲିଙ୍ଗରାଜ ନାଥ ଏବଂ ଭବାନୀ ପ୍ରସାଦ ମାଝୀ ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ନାୟକ ଭୂମିକାରେ ଅଶ୍ୱ ିନୀ ରାୟ ମହାପାତ୍ର(ତନିଶ୍‌), ଅଭିନେତ୍ରୀ ମଧୁମିତା ବାରିକ(ସାଲିନୀ) ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏଥିସହିତ ଓଡିଶାର ପ୍ରଖ୍ୟାତ ଅଭିନେତା ବିକାଶ ଚୌଧୁରୀ 
ଏହି ଚଳଚ୍ଚିତ୍ରରେ ଜଣେ ଅତିବୌଧିକ ବୌଦ୍ଧ ସନ୍ନ୍ୟାସର ଚରିତ୍ରକୁ ଏକ ବିଶିଷ୍ଟ ଢଙ୍ଗରେ ଉପସ୍ଥାପନା କରିଥିଲେ । 
ଚଳଚ୍ଚିତ୍ରରେ ଏମିତି ଏକ ମନସ୍ତତ୍ୱରେ ଜୀବନର ଭାରକୁ କାନ୍ଧରେ ବୋହୁଥିବା ଚରିତ୍ର “ତନିସ୍‌” । ସମଗ୍ର କାହାଣୀରେ ସେ ଜୀବନର ଏକ ବିଶାଳ ସଂରଚନାକୁ ବୋହି ଚାଲିଛି । ଆଉ ସେମିତି ଏକ ଆଲାନ୍ଦୁ ଭିତରୁ ବାହାରି ପାରିବାଟା ତାପାଇଁ ଏକ ଅଜଣା ସଂଘର୍ଷର କାହାଣୀ ହେଉଛି ‘ମନସ୍କ’ । ଏହି ସବୁ ପ୍ରଶ୍ନ ଆଉ ଉତରର ପ୍ରହେଳିକାର କାହାଣୀ ହେଉଛି ‘ମନସ୍କ’ । ଏହି କାହାଣୀ ଏକ ମନସ୍ତାତ୍ୱିକ ଆଉ ଦାର୍ଶନିକ ଥ୍ରିଲର୍ । ଓଡିଶାର ବିଭିନ୍ନ ସ୍ଥାନରେ ଯେପରିକି ଭୁବନେଶ୍ୱରର ଡିଏନ୍ ରେଗାଲିଆ, ସିନେପୋଲିସ୍‌, କଟକର ଏସ୍‌ଜିବିଏଲ୍‌, ଭବାନୀପାଟଣାର ସିନେପ୍ଲେକ୍ସ, ଯାଜପୁର, ଜଇପୁର, କେନ୍ଦୁଝର, ରାଉଲକେଲାର ସିନେ କାର୍ନିଭାଲର ପରଦାରେ ଏହି ଚଳଚ୍ଚିତ୍ରଟି ଯଥାକ୍ରମେ ୮ଟି ସ୍ଥାନରେ ମୁକ୍ତିଲାଭ କରିଛି । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ନାଟକରେ ସ୍ନାତକ ତଥା ଫିଲ୍ମ ଏଣ୍ଡ ଟେଲଭିଜନ ଇନ୍‌ଷ୍ଟିଚ୍ୟୁଟରେ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିଗ୍ରୀ ହାସଲ କରି ତାମିଲ୍ ଚଳଚ୍ଚିତ୍ର ତଥା ବଲିଉଡରେ ଅନେକ ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ ଅଭିଜ୍ଞତା ଅର୍ଜନ କରିଥିବା ନିର୍ଦ୍ଦେଶକ ‘ମାନସ ସାହୁ’ ଏହି କାହାଣୀକୁ ଏକ ଅଭୁତ ଶୈଳୀରେ 
ନିର୍ଦ୍ଦେଶନା ଦେଇଥିଲେ । ସେ ବର୍ତମାନ ସମୟର ନିର୍ଦ୍ଦେଶକଙ୍କଠାରୁ କାହାଣୀ ଚୟନ ଆଉ ନିର୍ଦ୍ଦେଶନାରେ ଅନେକ ନିଆରା । ସିନେମା କରିବା ସମୟରେ ସେ 
ସବୁବେଳେ ନିଜର ସିନେମା ନିର୍ମାଣ ଶୈଳୀରେ ଏକ ନୂଆ ଭାଷା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି । ଅତୀତରେ “ଅନ୍ତର୍ଲିନ” ନାମକ ଏକ ଚଳଚ୍ଚିତ୍ର କରି ବିଶିଷ୍ଟ ଚିତ୍ରଭାଷାର ପରୀକ୍ଷଣରେ ଏକ କାହାଣୀ କହି ବେଶ୍ ଚର୍ଚ୍ଚିତ ହେଇଥିଲେ ଏବଂ ସେଥିପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ପାଇଥିଲେ । ମଣିଷ ମନର ଭିତର ଭାବନାକୁ ସେ ସିଧାସଳଖ ପରଦାକୁ ଆଣିବାରେ ନିଜସ୍ୱ ଏକ ପରିଚୟ ସୃଷ୍ଟି କରିଛନ୍ତି ।