OMM TV ‘ୟୁଗାଟୋ’ଚଳଚ୍ଚିତ୍ରରେ ଅଭିନୟ କରିଥିବା ଓଡିଆ ଝିଅ ୟୁବିକାଙ୍କୁ ସମ୍ବର୍ଦ୍ଧନା

Film News

OMM TV ‘ୟୁଗାଟୋ’ଚଳଚ୍ଚିତ୍ରରେ ଅଭିନୟ କରିଥିବା ଓଡିଆ ଝିଅ ୟୁବିକାଙ୍କୁ ସମ୍ବର୍ଦ୍ଧନା
OMM TV ‘ୟୁଗାଟୋ’ଚଳଚ୍ଚିତ୍ରରେ ଅଭିନୟ କରିଥିବା ଓଡିଆ ଝିଅ ୟୁବିକାଙ୍କୁ ସମ୍ବର୍ଦ୍ଧନା
ବଲିଉଡର ଚର୍ଚ୍ଚିତ ଚଳଚ୍ଚିତ୍ର ‘ୟୁଗାଟୋ’ରେ ଅଭିନୟ କରି ବେଶ୍ ପ୍ରଶଂସା ଲାଭ କରିଥିବା ଶିଶୁ
କଳାକାର ୟୁବିକା ବ୍ରହ୍ମାଙ୍କୁ ଉତ୍ସ୍ସିତ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଏକ
ଘରୋଇ ହୋଟେଲରେ ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା, ଯେଉଁଥିରେ
କାଦମ୍ବିନୀର ସମ୍ପାଦିକା ତଥା ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜିକା ଡ. ଇତିରାଣୀ ସାମନ୍ତ,
ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସ୍ୱନାମଧନ୍ୟ ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏବଂ ବରିଷ୍ଠ
ଚଳଚ୍ଚିତ୍ର ସାମ୍ବାଦିକ ତଥା ‘ସିନେ କ୍ରିଟିକ୍ ଆସୋସିଏସନ’ର ସମ୍ପାଦକ ଦିଲୀପ ହାଲି ଅତିଥି
ଭାବେ ଯୋଗ ଦେଇଥିଲେ ।
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୟୁବିକା ହେଉଛନ୍ତି
କେନ୍ଦୁଝରର ଝିଅ । ନନ୍ଦିତା ଦାସଙ୍କ ପ୍ରଯୋଜନା ତଥା ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ
ସେ ପ୍ରଖ୍ୟାତ କମେଡିଆନ୍ କପିଲ ଶର୍ମାଙ୍କ କନ୍ୟା ଭୂମିକାରେ ନଜର ଆସିଛନ୍ତି । ଚମତ୍କାର
ଅଭିନୟ ପାଇଁ ୟୁବିକାଙ୍କୁ ସବୁ ସ୍ତରରୁ ପ୍ରଶଂସା ମିଳିବାରେ ଲାଗିଛି । ୟୁବିକାଙ୍କ ଏହି ସଫଳତା
ପଛରେ ବାପା ସରୋଜ କୁମାର ବ୍ରହ୍ମା, ମାଆ ରୋଜାଲିନ ବିଶ୍ୱାଳ, ଜେଜେ ଆନନ୍ଦ କିଶୋର
ବ୍ରହ୍ମା, ଜେଜେ ମା’ ଜାନଭୀ ବ୍ରହ୍ମା, ଅଜା ପ୍ରଦୀପ କୁମାର ବିଶ୍ୱାଳ ଓ ଆଈ ମିନର୍ଭା ବିଶ୍ୱାଳଙ୍କ
ବିଶେଷ ପ୍ରେରଣା ଓ ଅବଦାନ ରହିଛି । ଏମାନଙ୍କ ବ୍ୟତୀତ ଅଭିନୟର ସବୁତକ ଶ୍ରେୟ ସେ
ନନ୍ଦିତାଙ୍କୁ ହିଁ ଦିଅନ୍ତି । ଭବିଷ୍ୟତରେ ଜଣେ ଡାକ୍ତର ହେବା ସହିତ ଅଭିନୟ ଜାରି ରଖିବେ
ବୋଲି ସେ କହିଛନ୍ତି ।
ଏହି ଅବସରରେ ତାଙ୍କୁ ଓଡିଶା ସିନେଆର୍ଟିଷ୍ଟ ଆସୋସିଏସନ, ସିନେକ୍ରିଟିକ୍ ଆସୋସିଏସନ,
ଟେଲିଆର୍ଟିଷ୍ଟ ଆସୋସିଏସନ, ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ଏବଂ ବଲିଉଡ ଓଡିଆ
ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବେଷ୍ଟ ଆଇଡିଆଜ୍ର ନିର୍ଦ୍ଦେଶକ ହରପ୍ରସାଦ
ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବହୁ
ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶୁଭମ୍#Zwigato #ZwigatoMovie #kapilsharma #Youbikabramha #NanditaDas #bollywood #ollywood #OmmTv #OmTV #KalingaCineArts