OMM TV ୪ ଦିନିଆ ପାରମ୍ପରିକ ଶିଳ୍ପୀ ଶିବିର ଉଦ୍‌ଯାପିତ 

Art News

OMM TV ୪ ଦିନିଆ ପାରମ୍ପରିକ ଶିଳ୍ପୀ ଶିବିର ଉଦ୍‌ଯାପିତ 
OMM TV ୪ ଦିନିଆ ପାରମ୍ପରିକ ଶିଳ୍ପୀ ଶିବିର ଉଦ୍‌ଯାପିତ 
ଶିଳ୍ପୀ ଗଢିଲେ ୬ ଫୁଟର ବୃହତ୍ କାଗଜ ମୁଖା
: ଓଡ଼ିଶା ଲଳିତ କଳା ଏକାଡ଼େମୀ ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳାଦ୍ରୀ ବିହାର ସ୍ଥିଥ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଚାଲିଥିବା ୪ ଦିନିଆ ପାରମ୍ପରିକ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଶିଳ୍ପମାନେ ପାରମ୍ପରିକ ତାର ମୌଳିକତା ରକ୍ଷା କରି ସୁବୃହତ ମୁଖା ଗୁଡିକ ତିଆରି କରିଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା, ମହେନ୍ଦ୍ର ପ୍ରସାଦ ମହାପାତ୍ର ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ ପ୍ରମୁଖ ଏକାଡେମୀର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଶିଳ୍ପୀମାନଙ୍କ ନିଖୁଣ କଳାକୃତି ଗୁଡିକ ଆଗାମୀ ଦିନରେ ଯୁବ ଶିଳ୍ପୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ଦେଇଥିଲେ । ଉକ୍ତ ୪ ଦିନିଆ ଶିବିର ଅବସରରେ ଶିଳ୍ପୀମାନେ ସୁବୃହତ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ତଥା କାଠ କଣ୍ଢେଇ ମାନ ଗଢିଥିଲେ ଯାହାର ପ୍ରଦର୍ଶନୀକୁ ଅତିଥି ମାନେ ବୁଲି ଦେଖିଥିଲେ । ଉତ୍ସବ ଅବସରରେ ଶିଳ୍ପୀ ମାନଙ୍କୁ ମାନପତ୍ର, ଅଙ୍ଗ ବସ୍ତ୍ର ଓ ୧୦,୦୦୦/- ଟଙ୍କାର ଅର୍ଥରାଶି ଦେଇ ସମ୍ମାନିତ କରାଯାଇଥିଲା । କାଗଜ ମୁଖାରେ ୬ ଫୁଟର ଗଣେଶ , ୪ ଫୁଟର ଜଗନ୍ନାଥ, ୫ଫୁଟର ବାଘମୁଖା ସହ ଜଟାୟୁ ପକ୍ଷୀ , ନୃସିଂହ ,ହାତୀ ,ହରିଣ ,ଦେବୀ ମୁଖା ଆଦି ବେଶ ମୁଗ୍ଧ କର ହୋଇଥିଲା । ପାରମ୍ପରିକ ଗୋବର କଣ୍ଢେଇରେ ଶିଳ୍ପୀମାନେ କୃଷ୍ଣ, ମନ୍ଦିର, ଗ୍ରାମୀଣ ଦୃଶ୍ୟ ଓ ଗାନ୍ଧୀଜୀଙ୍କ ତିନି ମାଙ୍କଡ ଓ ଅନ୍ୟାନ ପଶୁ ପକ୍ଷୀ ଆଦି ନିର୍ମାଣ କରିଥିଲେ । ସେହିପରି ପାରମ୍ପରିକ କାଠ କଣ୍ଢେଇର ସୁନ୍ଦର କାମ ଦେଖିବାକୁ ମିଳିଥିଲା, ଯାହା ଶିବିରର ତାତ୍ପର୍ଯ୍ୟକୁ ଦ୍ଵିଗୁଣିତ କରିଥିଲା । କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଏକାଡ଼େମୀ କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ୟାମସୁନ୍ଦର ମେହେର, ସଦସ୍ୟ ବିଜୟ କୁମାର ପରିଡ଼ା ଓ ସଦସ୍ୟା ସ୍ମିତା ମୂଳିଆ ଏବଂ ଅନ୍ୟ ଶିଳ୍ପୀ ତଥା କଳାନୁରାଗୀ କଳା କୃତି ଗୁଡିକ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଥିଲେ । #art #Odisha #lalitkalaakademi #india #Ommtv #Omtv #Kalingacinearts