An Initiative of MP Achyuta Samanta,10,000 youth of Kandhamal Parliamentary Constituency get Appointment letter : Ommtv.in

An Initiative of MP Achyuta Samanta,10,000 youth of Kandhamal Parliamentary Constituency get Appointment letter

An Initiative of MP Achyuta Samanta,10,000 youth of Kandhamal Parliamentary Constituency get Appointment letter : Ommtv.in

An Initiative of MP Achyuta Samanta,10,000 youth of Kandhamal Parliamentary Constituency get Appointment letter : Ommtv.in

 March 14. In the initial phase, 10,000 unemployed youths from 20 blocks of the Kandhamal Parliamentary Constituency received employment letters, thanks to a unique initiative by Dr. Achyuta Samanta, MP, Kandhamal, and Founder of KIIT & KISS. The employment letters have been distributed to the selected candidates through the Block Development Officers, with Dr. Samanta also personally handing over letters to the selected youths in some locations. In this context, MP Dr. Samanta requested all the candidates to join the company where they got recruited for the happiness of their families and to advance their careers.The mass appointments are an outcome of a mega job fair organized at Phulbani for the youths of Kandhamal Parliamentary Constituency on 21st January by Dr. Samanta with the help of KIIT Deemed to be University and the Support of Kandhamal District Administration.As many as 20,000 unemployed youths from 20 blocks of the Kandhamal Parliamentary Constituency participated in this fair, while 110 companies from Odisha and India took part. Remarkably, in the first phase of this job fair, 10,000 youths were given employment letters in a single day.Out of these, companies in Odisha have employed 3500 youth. In the next phase, another 3500 candidates will be given employment letters. The monthly salary is between Rs. 12000 to Rs. 35000.It is said to be the first of its kind in India to organize such a mega Job Fair in a small town of Odisha like Phulbani, with so many companies participating and so many youths being recruited in one day. MP Dr. Samanta worked hard for six months to bring so many companies to this mega job fair.On the other hand, such kind of initiative is rare in the personal efforts of any MP. Inspired by Chief Minister Naveen Patnaik's goal of empowering the youth of Odisha to be educated and employable, Kandhamal MP Dr. Samanta is continuing his efforts to make more and more youths of the district employable. Dr. Samanta said that this is an effort of his to fulfill the promise he made during the elections regarding the development of education, health, employment, and tourism for the people of Kandhamal.

ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ, କନ୍ଧମାଳ ସଂସଦୀୟ କ୍ଷେତ୍ରର ୧୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ଭୁବନେଶ୍ୱର,୧୫ ।୩: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକର ୧୦ ହଜାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସଂସଦୀୟ କ୍ଷେତ୍ରର୨୦ଟି ବ୍ଲକରେ ବିଡ଼ିଓମାନଙ୍କ ଜରିଆରେ ନିଯୁକ୍ତି ପାଇଁ ମନୋନୀତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଉଥିବା ବେଳେ କେତେକ ସ୍ଥାନରେ ସାଂସଦ ଶ୍ରୀ ସାମନ୍ତ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନିଜ ପରିବାରର ଖୁସି ଏବଂ ନିଜର କାରିୟର ଆଗକୁ ବଢ଼ାଇବା ପାଇଁ ଯୁବକଯୁବତୀମାନେ ଯିଏ ଯେଉଁ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ସେଠାରେ ଯୋଗଦେବା ନିମନ୍ତେ ସାଂସଦ ଶ୍ରୀ ସାମନ୍ତ ସମସ୍ତ ପ୍ରାର୍ଥୀଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ସାଂସଦ ଶ୍ରୀ ସାମନ୍ତଙ୍କ ପ୍ରୟାସରେ କିଟ୍‍ ବିଶ୍ୱବିଦ୍ୟାଳୟର ସହାୟତା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ଜାନୁଆରୀ ୨୧ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ଯୁବକ ଯୁବତୀଙ୍କ ନିମନ୍ତେ ଫୁଲବାଣୀଠାରେ ଏକ ମେଗା ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା । ଏହି ମେଳାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଲକରୁ ୨୦ ହଜାର ବେକାର ଯୁବକଯୁବତୀ ଯୋଗ ଦେଇଥିବା ବେଳେ ଓଡ଼ିଶା ତଥା ଭାରତର ୧୧୦ଟି କମ୍ପାନୀ ଅଂଶ ଗ୍ରହଣ କରିଥିଲେ । ଖୁସିର କଥା ଏହି ନିଯୁକ୍ତିମେଳାରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ ୧୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏଥିରୁ ଓଡ଼ିଶାର କମ୍ପାନୀ ଗୁଡ଼ିକ ୩୫୦୦ ପିଲାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩୫୦୦ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ନିଯୁକ୍ତି ପାଇଥିବା ଯୁବକଯୁବତୀମାନଙ୍କ ମାସିକ ବେତନ ୧୨ହଜାର ଟଙ୍କାରୁ ୩୫ହଜାର ଟଙ୍କା ରହିଛି । ଫୁଲବାଣୀ ଭଳି ଓଡ଼ିଶାର ଏକ ଛୋଟିଆ ସହରରେ ଏଭଳି ଏକ ମେଗା ନିଯୁକ୍ତି ମେଳା ଆୟୋଜନ କରିବା, ଏଥିରେ ଏତେ ସଂଖ୍ୟକ କମ୍ପାନୀ ଯୋଗଦେବା ଏବଂ ଗୋଟିଏ ଦିନରେ ଏତେ ସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ପାଇବା ଭାରତରେ ପ୍ରଥମ ବୋଲି କୁହାଯାଉଛି । ଏହି ମେଗା ନିଯୁକ୍ତି ମେଳାକୁ ଏତେ ସଂଖ୍ୟକ କମ୍ପାନୀ ଆଣିବା ପାଇଁ ସାଂସଦ ସାମନ୍ତ ୬ମାସ କାଳ ପରିଶ୍ରମ କରିଥିଲେ । ଅନ୍ୟପକ୍ଷରେ କୌଣସି ସାଂସଦଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏଭଳି ଏକ ବଡ଼ ପଦକ୍ଷେପ ବିରଳ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶାର ଯୁବକଯୁବତୀମାନେ ଶିକ୍ଷିତ ଓ ରୋଜଗାରକ୍ଷମ ହୋଇ ସଶକ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଅନୁପ୍ରାଣିତ ହୋଇ ସାଂସଦ ସାମନ୍ତ କନ୍ଧମାଳ ଜିଲ୍ଲାର ଅଧିକରୁ ଅଧିକ ଯୁବକଯୁବତୀ କିପରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ନିର୍ବାଚନ ସମୟରେ କନ୍ଧମାଳବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ପର୍ଯ୍ୟଟନର ବିକାଶ ନେଇ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା କ୍ଷେତ୍ରରେ ଏହା  ତାଙ୍କର ଏକ ପ୍ରୟାସ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।