ଗାଡ଼କଣ କ୍ରିକେଟ୍ ଟ୍ରଫ୍ ପିଚ୍ ଉଦଘାଟିତ : Ommtv.in

ଗାଡ଼କଣ କ୍ରିକେଟ୍ ଟ୍ରଫ୍ ପିଚ୍ ଉଦଘାଟିତ

ଗାଡ଼କଣ କ୍ରିକେଟ୍ ଟ୍ରଫ୍ ପିଚ୍ ଉଦଘାଟିତ : Ommtv.in

ଗାଡ଼କଣ କ୍ରିକେଟ୍ ଟ୍ରଫ୍ ପିଚ୍ ଉଦଘାଟିତ : Ommtv.in

: ଆଜି ମଧ୍ୟାହ୍ନରେ ଗାଡ଼କଣ ଖେଳପଡ଼ିଆସ୍ଥିତ କ୍ରିକେଟ ଟ୍ରଫ୍ ପିଚ ଉଦଘାଟିତ ହୋଇଯାଇଛି। ଏହି ପିଚ୍‌କୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁସନ୍ତା କୁମାର ରାଉତ ଉଦ୍‌ଘାଟନ କରି ସ୍ଥାନୀୟ ଅଞ୍ଚଳର ଯୁବପିଢ଼ି ଆଗାମି ଦିନ‌େ ଏହି ସ୍ଥାନରେ ଅଭ୍ୟାସକରି ରାଜ୍ୟସ୍ଥରିୟ ପାଇଁ ମନୋନିତ ହୁଅନ୍ତୁବୋଲି କାମନାକରିଥିଲେ। ଗାଡେଶ୍ୱର ସ୍ପୋର୍ଟସ ଆସୋସିଏସନ ଦ୍ୱାରା ସମର୍ଥିତ ଏବଂ ଗ୍ରୀନ୍ କ୍ରିକେଟ୍ ଆସୋସିଏସନର ମିଳିତ ପ୍ରୟାସରେ ଏହି ଖେଳପଡ଼ିଆରେ ଟ୍ରଫ୍ ପିଚ୍ ସମ୍ଭବହୋଇପାରିଛି ବୋଲି ଆୟୋଜକମାନେ ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ସୁସମା ସାହୁ , ଭୁବନେଶ୍ବର ଆଥେଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ସୌରୢରଞ୍ଜନ ପରିଜା, ଗାଡ଼କଣ ଗ୍ରାମ ସଭାପତି କିଶୋର ଚନ୍ଦ୍ର ଜେନା ଅତିଥିଭାବେ ଉପସ୍ଥିତରହି ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏକାଡ଼ମୀର କ୍ରିକେଟ୍ ପ୍ରଶିକ୍ଷକ ବ୍ରହ୍ମାନନ୍ଦ ବେହେରା କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ ଏବଂ ଅଶୋକ କୁମାର ଜେନା, ରାକେଶ କୁମାର ଜେନା, କୋଚ ବିବିସିସି ମହାପାତ୍ର ସହ‌େଯୋଗ କରିଥିଲେ। ସଭାପତି ବିଧାୟକ ଓ ଅନ୍ୟ ଅତିଥିମାନେ ପଡ଼ିଆର ପିଚ୍ ଓ ଆଖପାଖର ‌ଉନ୍ନତି ମୂଳକ କାର୍ଯ୍ୟବୁଲିଦେଖିଥିଲେ।