ସାରେଗାମା ଓଡ଼ିଆର ଶୁଭାରମ୍ଭ : Ommtv Round The Clock

ସାରେଗାମା ଓଡ଼ିଆର ଶୁଭାରମ୍ଭ : Ommtv Round The Clock

ସାରେଗାମା ଓଡ଼ିଆର ଶୁଭାରମ୍ଭ : Ommtv Round The Clock

ସାରେଗାମା ଓଡ଼ିଆର ଶୁଭାରମ୍ଭ : Ommtv Round The Clock

: ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ୟୁଟ୍ୟୁବ୍ ଚ୍ୟାନେଲ “ସାରେଗାମା ଓଡ଼ିଆ”ର ଆଜି ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ପ୍ରଥମ ଦିନରେ ଚାରିଟି ନୂଆ ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି। ଅଶ୍ୱିନ ତ୍ରିପାଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବୈଦ୍ୟନାଥ ଦାସ ସଂଗୀତ ନିର୍ଦେଶିତ ‘ଧିରେ ଧିରେ’ ଗୀତକୁ ସ୍ୱୟମ ପାଢ଼ୀ ଏବଂ ଅନ୍ତରା ଚକ୍ରବର୍ତ୍ତୀ ଗାଇଛନ୍ତି। ଯେଉଁଥିରେ ସ୍ୱରାଜ ବାରିକ୍ ଏବଂ ଭୂମିକା ଦାସ ଅଭିନୟ କରିଛନ୍ତି। ଦ୍ବିତୀୟରେ ଆସାଦ ନିଜାମଙ୍କ ଦ୍ୱାରା ରଚିତ ‘ଏଇ ବର୍ଷା’ରେ ପ୍ରକୃତି ମିଶ୍ର ଏବଂ ଅଭିଷେକ ପଣ୍ଡାଙ୍କୁ ନେଇ ଭିଡ଼ିଓ ତିଆରି ହୋଇଛି। ଏଥିରେ ପ୍ରକୃତି ନିଜେ କଣ୍ଠଦାନ କରିଛନ୍ତି। ତୃତୀୟ ଗୀତ ‘ମହୁଆ ପାଣି’ରେ ଚିନ୍ମୟ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ଗୌରବ ଆନନ୍ଦଙ୍କ ଦ୍ୱାରା ରଚିତ ସଂଗୀତରେ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ସାୟଲ ମୁଖାର୍ଜୀ ଅଭିନୟ କରିଛନ୍ତି। କୁଲଦୀପ ପଟ୍ଟନାୟକ ଏବଂ ଅସୀମା ପଣ୍ଡା ଏଥିରେ ଗୀତ ବୋଲିଛନ୍ତି। ଶେଷରେ, ଲୋକପ୍ରିୟ ଆର. ଏମ. ଏଫ୍. ଟିମ୍ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୋମେଶ ଶତପଥୀଙ୍କ ଦ୍ୱାରା ରଚିତ ଚତୁର୍ଥ ଗୀତ ‘ଭଲ ତତେ ମୁଁ ପାଉଛି’କୁ ମନୋଜ କୁମାର ଏବଂ କୁକିଜ୍ ସ୍ୱାଇଁଙ୍କୁ ନେଇ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡାଙ୍କ ଦ୍ୱାରା ଗୀତଟି ତିଆରି ହୋଇଛି। ସାରେଗାମା ଇଣ୍ଡିଆ ଲିମିଟେଡ୍ ଗ୍ରୁପର ସମସ୍ତ କର୍ମକର୍ତାମାନେ ଉପସ୍ଥିତରହି କଳାକାମାନଙ୍କ ସହ ଏହି ଗୀତଗୁଡ଼ିକୁଆଜି ସାମାଜିକ ଗଣମାଧ୍ୟମରେ ରିଲିଜକରି ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି। 

Saregama Odia launched

Music label Saregama has launched a new YouTube channel, Saregama Odia. Four new music videos were released on the first day. Directed by Ashwin Tripathi and composed by Baidyanath Das, Dheere Dheere has been sung by Swayam Padhi and Antara Chakraborty. It stars Swaraj Barik and Bhumika Das. The second video is' Ei Barsha 'by Asad Nizam featuring Prakriti Mishra and Abhishek Panda. Nature has done it herself. The third song 'Mahua Pani' features Shailendra Samantaray and Sayal Mukherjee, directed by Chinmoy Mishra and music composed by Gaurav Anand. The song has been sung by Kuldeep Patnaik and Asima Panda. Finally, the famous R.M. F. Directed by the team and composed by Somesh Satpathy, the fourth song 'Bhal Tote Main Pahate' has been composed by Human Sagar and Ashima Panda with Manoj Kumar and Kukiz Swain. All the officials of Saregama India Limited Group along with the artists launched the channel by releasing these songs on social media today.