ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ "ଫାଷ୍ଟ ଲଭ୍" ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀର ଚଳଚ୍ଚିତ୍ର ୬ ଜୁନରେ ରଜ ଉପଲକ୍ଷେ ଶୁଭମୁକ୍ତି ହେବ ଆପଣଙ୍କ ନିକଟସ୍ଥ ସିନେମା ହଲରେ:Ommtv Kalinga Vikas

ପ୍ରେମର ପହିଲି ପୁଲକରେ ଉତ୍ଫୁଲିତ ହୋଇଉଠେ ମନ। ପୁଣି ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ନିଆରା । ସେହିଭଳି ଏକ ରୋମାଣ୍ଟିକ ଲଭ୍ ଷ୍ଟୋରିକୁ ଆଧାର କରି ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’। ରେଞ୍ଜ ରୟାଲ ସିନେ ଲାବ୍ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ । ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ମିତ୍ର। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। ଏହି ଚଳଚିତ୍ର ବିଷୟରେ ଓଲିଉଡ୍ର ଅନ୍ୟତମ ଆଗଧାଡିର ପ୍ରଯୋଜକ ଶ୍ରୀଧର ମାର୍ଥା କହନ୍ତି, ‘‘ମୁଁ ଯେ କୌଣସି ସିନେମା ନିର୍ମାଣ କରିବା ପୂର୍ବରୁ କାହାଣୀକୁ ଭଲ ଭାବରେ ତର୍ଜମା କରିଥାଏ। ‘ଫାଷ୍ଟ ଲଭ୍'ର କାହାଣୀରେ ଦର୍ଶକ ନିଶ୍ଚିନ୍ତ ଡିଫରେଣ୍ଟ ଚାର୍ମ ପାଇବେ।
ଆସନ୍ତା ମାସ ୬ ତାରିଖରେ ଫିଲ୍ମଟି ରିଲିଜ ହେବ।’” ଏହାର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଶତପଥି, ସାନ୍ତୋଜିତ ଚାଟାର୍ଜୀ, ନବ୍ସ ଏବଂ ସରୋଜ। ଚଳଚିତ୍ରର ଗୀତ ଗୁଡିକୁ ଆପଣମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବହୁତସାରା ଭଲପାଇବା ଦେଇ ତାକୁ ହିଟ କରିଛନ୍ତି । ଗୀତଗୁଡିକରେ ସ୍ୱର ଦେଇଛନ୍ତି ବଲିଉଡ ଓ ଓଲିଉଡ଼ର ସୁନାମଧନ୍ୟ ସିଙ୍ଗର ଜାଭେଦ ଅଲି, ହ୍ୟୁମାନ ସାଗର, ଅସୀମ ପଣ୍ଡା, ଅନ୍ତରା ଚକ୍ରବର୍ତୀ, ଗୌରବ ଆନନ୍ଦ ଓ କୁଲଦୀପ ପଟ୍ଟନାୟକ । କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ, ଗିରିଶ ମହାନ୍ତି ଓ ଦିବ୍ୟ । ଚିତ୍ରଟିର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଦିବ୍ୟା ବ୍ୟତୀତ ଏହାର କାଷ୍ଟିଙ୍ଗରେ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଛନ୍ତି। ଓଡ଼ିଆ ଯୁବଦର୍ଶକଙ୍କ ପସନ୍ଦକୁ ଧ୍ୟାନ ରଖାଯାଇ ଓଡିଶାର ଏକ ଅନନ୍ୟ ପର୍ବ ରଜ ଉପଲକ୍ଷେ ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀକୁ ନେଇ ‘ଫାଷ୍ଟ ଲଭ୍' ଚଳଚିତ୍ର ନିର୍ମାଣ କରାଯାଇଛି ବୋଲି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ କହିଛନ୍ତି ଯାହା ଦର୍ଶକଙ୍କ ମନକୁ ଛୁଇଁବା ସହ ଭରପୁର ମନୋରଞ୍ଜନ ଯୋଗାଇବ ।