ଇଉରୋପୀୟ ଚଳଚ୍ଚିତ୍ର ପ୍ରଦର୍ଶିତ : Ommtv

ଇଉରୋପୀୟ ଚଳଚ୍ଚିତ୍ର ପ୍ରଦର୍ଶିତ : Ommtv

ଇଉରୋପୀୟ ଚଳଚ୍ଚିତ୍ର ପ୍ରଦର୍ଶିତ : Ommtv

ଇଉରୋପୀୟ ଚଳଚ୍ଚିତ୍ର ପ୍ରଦର୍ଶିତ : Ommtv

BBSR: ଶିଶୁ ଓ କିଶୋରମାନଙ୍କୁ ଉନ୍ନତମାନର ଚଳଚ୍ଚିତ୍ର ପ୍ରଦର୍ଶନ ଜରିଆରେ ଉନ୍ନୀତ ଶୈକ୍ଷିକ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ଥାନୀୟ ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁର ପରିସରରେ ଇଉରୋପୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଉଦ୍‍ଘାଟିତ ହୋଇଛି । ସ୍ମାଇଲ୍‍ ଫାଉଣ୍ଡେସନ୍‍, ନୂଆଦିଲ୍ଳୀସ୍ଥିତ ସିଫ୍‍ସି ଏବଂ ୟୁରୋପିଆନ୍‍ ୟୁନିୟନର ମିଳିତ ପ୍ରୟାସରେ ଓଡିଶାରେ ଏକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୟୁରୋପ୍‍ର ବଛା ବଛା ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଛି । ଉଦ୍‍ଘାଟନୀ ଉତ୍ସବରେ ଉତ୍ସବର ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର, ପୋଲାଣ୍ଡ ଦୂତାବାସର ପୋଲିସ୍‍ ଇନ୍‍ଷ୍ଟିଚ୍ୟୁଟ ନିର୍ଦ୍ଦେଶକ ମ୍ୟାଗ୍‍ଡାଲିନା ଫିଲିପ୍‍ଜୁକ୍‍, ୟୁକ୍ରେନ ଦୂତାବାସର ଦ୍ୱିତୀୟ ସଚିବ ଭୋଲ୍‍ଡିନିର୍‍ ପ୍ରିଟୁଲା, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଡିଏଭି ଚନ୍ଦ୍ରଶେଖରପୁର ଅଧ୍ୟକ୍ଷା ସୁଜାତା ସାହୁ, ବକୁଳ ଫାଉଣ୍ଡେସନ୍‍ ନିର୍ଦ୍ଦେଶକ ସୁଜିତ ମହାପାତ୍ର, ସିନେ ତାରକା ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଥିଲେ । ବିଶ୍ୱଗ୍ରାମ ଗଠନ ଓ ବିଶ୍ୱଶାନ୍ତି ସ୍ଥାପନ ସହ ସୃଜନଶୀଳତାର ଦିଗ୍‍ବଳୟ ବିସ୍ତାର କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭୂମିକାକୁ ଏହି ପଦକ୍ଷେପ ଦୃଢୀଭୂତ କରିବବୋଲି ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସାହୁ ମତପ୍ରକାଶ କରିଥିଲେ । ଚଳଚ୍ଚିତ୍ର ପ୍ରଦର୍ଶନ ପରେ ଛାତ୍ରଛାତ୍ରୀଙ୍କ ଜିଜ୍ଞାସାଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ ସଂପାନ ଅନୁଷ୍ଠିତ ହୋଇଥିଲା । ଆଗାମୀ ୮ତାରିଖରେ ଉଦ୍‍ଯାପିତ ହେବାକୁ ଥିବା ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମକୁ ଡିଏଭି ଚନ୍ଦ୍ରଶେଖରପୁରର ଆନନ୍ଦଚନ୍ଦ୍ର ଦାସ, ଈଶା ଈପ୍‍ସିତା ଶତପଥୀ ପ୍ରମୁଖ ପରିଚାଳନା କରିବେ ।