‘ଅନୁରାଗରୁ ଅସ୍ତରାଗ’ ଉନ୍ମୋଚନ : Ommtv

‘ଅନୁରାଗରୁ ଅସ୍ତରାଗ’ ଉନ୍ମୋଚନ : Ommtv

‘ଅନୁରାଗରୁ ଅସ୍ତରାଗ’ ଉନ୍ମୋଚନ : Ommtv

‘ଅନୁରାଗରୁ ଅସ୍ତରାଗ’ ଉନ୍ମୋଚନ : Ommtv

BBSR: ସୁରେଖା ମହାପାତ୍ରଙ୍କ ଦ୍ବିତୀୟ କବିତା ସଂକଳନ ‘ଅନୁରାଗରୁ ଅସ୍ତରାଗ’ ଆଜି ଗୁରୁ କେଳୁଚରଣ ମହାପାତ୍ର ରିସର୍ଚ ସେଣ୍ଟର ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ କବି ଆଶୁତୋଷ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ଲେଖିକା ଶ୍ରୀମତୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ।  କବିର ମାନସ ଭୂମି ପାଖରେ ପହଞ୍ଚିବା ସହଜ ନୁହେଁ ଓ  ମଣିଷର ସବୁଠୁ ସୁନ୍ଦର ଅନୁଭବ ହେଲା ପ୍ରେମ ବୋଲି ସେ ମତପ୍ରକାଶକରିଥିଲେ। କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ସମ୍ମାନିତ ଅତିଥିଭାବେ ଯୋଗଦେଇ କବିତା ଛଳଛଳ ଭାବେ ଝରି ପଡୁଥିବା ଆବେଗକଥାକୁ ଆଲୋଚନାକରିଥିଲେ। ପୁସ୍ତକର ଲେଖିକା ସୁରେଖା ମହାପାତ୍ର ୪୧ଟି କବିତାର ଏଇ ସଂକଳନକୁ ନେଇ ଏହି ପୁସ୍ତକ ଲେଖିଥିବା କହିଥିଲେ। ତପସ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ତପନ କୁମାର ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲାବେଳେ ପେନ୍ ଇନ୍ ବୁକ୍ସ ପକ୍ଷରୁ ପୁସ୍ତକ ପ୍ରକାଶିତ ହୋଇଥିଲା।