ନୂଆ ଓଡ଼ିଆ ଚଳଚ୍ଚିତ୍ର "ଅନ୍ଧାର ଗଳି" ର ଶୁଭ ମହୁରତ : ଓମଟିଭି

ଆଜି ଭୁବନେଶ୍ୱର ଶହୀଦ ନଗର ସ୍ଥିତ ବିଷ୍ଣୁ ମନ୍ଦିର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରୋରୀୟଲ ଏଣ୍ଟରଟେନ୍ମେଣ୍ଟ  ର ପ୍ରଥମ ପ୍ରଯୋଜିତ ଚଳଚ୍ଚିତ୍ର "ଅନ୍ଧାର ଗଳି" (The dark lane) ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି ।

ନୂଆ ଓଡ଼ିଆ ଚଳଚ୍ଚିତ୍ର "ଅନ୍ଧାର ଗଳି" ର ଶୁଭ ମହୁରତ : ଓମଟିଭି

ନୂଆ ଓଡ଼ିଆ ଚଳଚ୍ଚିତ୍ର "ଅନ୍ଧାର ଗଳି" ର ଶୁଭ ମହୁରତ : ଓମଟିଭି

( ରିପୋର୍ଟ: ସ୍ମୃତିରଂଜନ ଦାସ): ଆଜି ଭୁବନେଶ୍ୱର ଶହୀଦ ନଗର ସ୍ଥିତ ବିଷ୍ଣୁ ମନ୍ଦିର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରୋରୀୟଲ ଏଣ୍ଟରଟେନ୍ମେଣ୍ଟ  ର ପ୍ରଥମ ପ୍ରଯୋଜିତ ଚଳଚ୍ଚିତ୍ର "ଅନ୍ଧାର ଗଳି" (The dark lane) ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି ।ପ୍ରୋରୀୟଲ ଏଣ୍ଟରଟେନ୍ମେଣ୍ଟ ଷ୍ଟେଟ ହେଡ ଶ୍ରୀଯୁକ୍ତ ପ୍ରସନ୍ନ ପୃଷ୍ଟି ଏବଂ ଅପେରସନାଲ ହେଡ ଅଭିପ୍ସା ରାୟ , ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଓ ଅତିଥି ବୃନ୍ଦ ଏହି ଶୁଭ ମହୁରତ ରେ ଯୋଗଦେଇ ଥିଲେ। ଏହି ଚଳଚ୍ଚିତ୍ରରେ ପ୍ରଯୋଜନାର କାର୍ଯ୍ୟଭାର ପ୍ରୋରୀୟଲ ଏଣ୍ଟରଟେନ୍ମେଣ୍ଟ ସମ୍ଭାଳୁ ଥିବା ବେଳେ ରଚନା ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସଞ୍ଜୟ ପଟ୍ଟନାୟକ ଏବଂ ଚିତ୍ରତ୍ତୋଳନ ଜିତୁ ମିଶ୍ର କରୁଛନ୍ତି । ଏହି ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ଅଶୋକ କର, ଟିଲୋତ୍ତମା ସାହୁ, ପ୍ରସଂଜିତ ମହାପାତ୍ର, ଦିପାଲି ଜେନା, ପ୍ରଦୀପ ତ୍ରିପାଠୀ , ସୀମା ମିଶ୍ର, ଅନିଲ ବେହେରା, କ୍ରିଷ୍ଣା ଆଚାରି , ଚନ୍ଦନ ନାୟକ, ଅଶୋକ ପଟ୍ଟନାୟକ ଙ୍କ ସହିତ ଅନ୍ୟାନ୍ୟ କଳାକାର ମାନେ ଅଭିନୟ  କରିଛନ୍ତି . ଏହି ଚଳଚ୍ଚିତ୍ର ଟି ଆସନ୍ତା ୨୭.୦୮.୨୨ ରୁ ସୁଟିଙ୍ଗ ଆରମ୍ଭ ହେବାକୁ ଯାଉଛି l