ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ଆୟୋଜନ : ଓମଟିଭି

ଚଳିତ ଅଗଷ୍ଟ ୨୧ ତାରିଖ ରବିବାର ଦିନ ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ସ୍ଥାନୀୟ ଓଡିଏମ୍ ପବ୍ଲିକ ସ୍କୁଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବ ମୋଟ ପାଞ୍ଚୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ଦେଶାତ୍ମବୋଧକ ସଙ୍ଗୀତ ସମୂହ ଗାନ କରି ଭାରତ ମାତାର ଚରଣ ବନ୍ଦନା କରିଥିଲେ।

ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ଆୟୋଜନ : ଓମଟିଭି

ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ଆୟୋଜନ : ଓମଟିଭି

ଭୁବନେଶ୍ୱର,ତା୨୩।୮(ଓମ): ଚଳିତ ଅଗଷ୍ଟ ୨୧ ତାରିଖ ରବିବାର ଦିନ ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ସ୍ଥାନୀୟ ଓଡିଏମ୍ ପବ୍ଲିକ ସ୍କୁଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବ ମୋଟ ପାଞ୍ଚୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ଦେଶାତ୍ମବୋଧକ ସଙ୍ଗୀତ ସମୂହ ଗାନ କରି ଭାରତ ମାତାର ଚରଣ ବନ୍ଦନା କରିଥିଲେ। ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟ ବିଚାରକ ଭାବେ ସଂଗୀତକାର ଶ୍ରୀ ଶ୍ରୀକର ପ୍ରସାଦ ପାଢ଼ୀ, ଶ୍ରୀ ଆଲୋକ ମହାପାତ୍ର ଏବଂ ଶ୍ରୀମତୀ ସ୍ଵପ୍ନା ନିଶଙ୍କ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଗାୟନର ମୂଲ୍ୟାୟନ କରିଥିଲେ। ହିନ୍ଦୀ, ସଂସ୍କୃତ ଏବଂ ଆଞ୍ଚଳିକ ଭାଷା ର ଗୀତର ଏହି ପ୍ରତିଯୋଗିତା ରେ ଚନ୍ଦ୍ରଶେଖର ପୁର ଡିଏଭି ସ୍କୁଲର ପ୍ରତିଯୋଗୀ ମାନଙ୍କ ଦ୍ଵାରା ପରିବେଷିତ ଗୀତ ମୂଲ୍ୟାୟନ ପ୍ରକାରେ ସର୍ବୋତ୍କୃଷ୍ଟ ବିବେଚିତ ହେବାରୁ ସେମାନଙ୍କୁ ଆଗାମୀ ସେପ୍ଟେମ୍ବର ମାସ ୨୫ତାରିଖରେ ହେବାକୁ ଥିବା ପ୍ରାନ୍ତ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଚୟନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଦୈନିକ ଓଡ଼ିଆ ଖବରକାଗଜ ପ୍ରଜାତନ୍ତ୍ର  ମୀନା ବଜାର ପତ୍ରିକାର ଜହୁରୀ ଭାଇ ଶ୍ରୀ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରତିଭାଗୀ ଦଳକୁ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ହେତୁ ସମ୍ମାନିତ କରାଯିବା ସହ ବିଜୟୀ ଦଳଙ୍କୁ ବିଜୟ ସୂଚକ ଟ୍ରଫି ଓ ସମସ୍ତ ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ଭାବରେ ପ୍ରାନ୍ତ ପକ୍ଷରୁ ସେବା ସଚିବ ଶ୍ରୀ ପ୍ରମୋଦ କୁମାର ଦାସ ଯୋଗ ଦେଇ କାର୍ଯ୍ୟକ୍ରମଟି ସଫଳତାର ସହିତ ନିୟମାନୁଯାୟୀ ପରିଚାଳନା କରାଯାଇଥିବା ସଂପର୍କରେ ନିଜର ବକ୍ତବ୍ୟ ରଖି ଥିଲେ। ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅର୍ଥ ସଚିବ ଶ୍ରୀ ଗୋପାଳ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ। ଉପାଧ୍ୟକ୍ଷ ଶ୍ରୀ ମୂରଲୀଧର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ଦେଇଥିଲେ କାର୍ଯ୍ୟକ୍ରମର ଆବାହିକା ଶ୍ରୀମତୀ ଅପର୍ଣ୍ଣା ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପ୍ରତିଯୋଗିତାଟିକୁ ପରିଚାଳନା କରିଥିଲେ ଶାଖାର ବରିଷ୍ଠ ସଦସ୍ୟ ଡ. ମନୋରଞ୍ଜନ ଦାସ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ପଣ୍ଡା, ପ୍ରଫେସର ଧନୂଷ୍ ନାରୀ ମିଶ୍ର, ଡ. ବିଶ୍ଵେଶ୍ଵର ଦାଶ,ଡ. ପ୍ରଭାସିନୀ ବ୍ରହ୍ମା, ଶ୍ରୀ ଦେବେନ୍ଦ୍ର ନାଥ ଦାଶ, ଶ୍ରୀମତୀ ଅପର୍ଣ୍ଣା ସ୍ଵାଇଁ, ଶ୍ରୀମତୀ ମଧୁସ୍ମିତା ମହାନ୍ତି, ଶ୍ରୀମତୀ ନିନାଦିନୀ ମହାନ୍ତି, ଶ୍ରୀମତୀ ବିନୋଦିନୀ ପାତ୍ର, ଶ୍ରୀମତୀ ନମିତା ଦାଶ,ଇଂ ଅରଣ୍ୟା ଦାସ, ସୁଶ୍ରୀ ସ୍ୱାଗତିକା ସାହୁ ପ୍ରମୁଖଙ୍କ ସମେତ ବହୁ ଅଭିଭାବକ, ଶାଖାର ସଦସ୍ୟ ସଦସ୍ୟା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ଏଥିରେ ଶାଖା ସଦସ୍ୟ ସଦସ୍ୟା ମାନଙ୍କର ଅକୁଣ୍ଠ ସହଯୋଗ ଅବିସ୍ମରଣୀୟ।