ବର୍ଷାଙ୍କ ଅଭିନୀତ ବସ୍ ଚଳଚ୍ଚିତ୍ରର ମହୁରତ : Ommtv

ବର୍ଷାଙ୍କ ଅଭିନୀତ ବସ୍ ଚଳଚ୍ଚିତ୍ରର ମହୁରତ

ବର୍ଷାଙ୍କ ଅଭିନୀତ ବସ୍ ଚଳଚ୍ଚିତ୍ରର ମହୁରତ : Ommtv

ବର୍ଷାଙ୍କ ଅଭିନୀତ ବସ୍ ଚଳଚ୍ଚିତ୍ରର ମହୁରତ : Ommtv

: ଭିନ୍ନ ଅନ୍ଦାଜର ଚରିତ୍ରରେ ପୁଣି ନଜର ଆସିବେ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ସଂପୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର ବସ୍। ଆଜି ଗଜପତି ନଗର ସ୍ଥିତ ମା’ ଦକ୍ଷିଣ କାଳୀ ମନ୍ଦିରରେ ଏହାର ମହୁରତ ଅନୁଷ୍ଠିତ ହୋଇ ଯାଇଛି। ମହୁରତ କ୍ଲାପ ଦେଇଥିଲେ ପ୍ରଖ୍ୟାତ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଏବଂ ବିଏମସି ମେୟର ସୁଲୋଚନା ଦାସ। ଓଲିଉଡରେ ଗୋଟିଏ ପରେ ଗୋଟିଏ ନାରୀ କୈନ୍ଦ୍ରିକ ଫିଲ୍ମ ନିର୍ମାଣ କରି ନୂଆ ଧାରା ସୃଷ୍ଟି କରିଛନ୍ତି ବର୍ଷା। ବସ୍ ଚଳଚ୍ଚିତ୍ର ତାହାର ଆଉ ଏକ ନଜିର ବୋଲି ସେ ମତପ୍ରକାଶ କରିଥିଲେ। ବସ୍ ଟାଇଟଲ୍ ରୋଲରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡର ଦାୟିତ୍ବ ନିଭାଇଛନ୍ତି ଖୋଦ ବର୍ଷା ପ୍ରିୟଦର୍ଶିନୀ । ଆରଆର ଇଭେଣ୍ଟସ୍ ଓ ‌ସିନେ ପ୍ରଡ଼କ୍ସନ୍  ଦ୍ବାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ପ୍ରଯୋଜକ ରମେଶ ବାରିକ। ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ତ୍ରିପତି ସାହୁ । ଫିଲ୍ମର ସଂଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ ମଜୁମଦାର। ସମ୍ପାଦନା ଦାୟିତ୍ୱରେ ଚନ୍ଦ୍ର ଶେଖର ମିଶ୍ର ଥିବା ବେଳେ ସଂଳାପ ରଚନା କରିଛନ୍ତି ବିଜୟ ମଲ୍ଲ। ଗୀତ ଲେଖିଛନ୍ତି ଡ ନିର୍ମଳ ନାୟକ। ଚିତ୍ରୋତ୍ତୋଳନରେ ଅଛନ୍ତି ଭଗତ ସିଂହ। ଅନ୍ୟ ଚରିତ୍ରରେ ଅଛନ୍ତି ରାଜ ରାଜେଶ, ଅରବିନ୍ଦ ଷଡଙ୍ଗୀ, ବିଜୟିନୀ ମିଶ୍ର, ପୁଷ୍ପଲତା ମିଶ୍ର ପ୍ରମୁଖ।