ସର୍ଜନଶୀଳ ବ୍ୟକ୍ତି ହିଁ ସମାଜର ପରିବର୍ତ୍ତନ ଆଣିପାରିବେ: ଗୋଆ ରାଜ୍ୟପାଳ : Ommtv

KIIT News

ସର୍ଜନଶୀଳ ବ୍ୟକ୍ତି ହିଁ ସମାଜର ପରିବର୍ତ୍ତନ ଆଣିପାରିବେ: ଗୋଆ ରାଜ୍ୟପାଳ : Ommtv
ସର୍ଜନଶୀଳ ବ୍ୟକ୍ତି ହିଁ ସମାଜର ପରିବର୍ତ୍ତନ ଆଣିପାରିବେ: ଗୋଆ ରାଜ୍ୟପାଳ : Ommtv
---କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବ---
: ସର୍ଜନଶୀଳ ବ୍ୟକ୍ତିମାନେ ହିଁ ସମାଜର ପରିବର୍ତ୍ତନ ଆଣିପାରବେ ବୋଲି ଗୋଆ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲାଇ କହିଛନ୍ତି । ରବିବାର କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପିଲାଇ କହିଲେ, ଆମ ଦେଶର ମୂଳ ସଂସ୍କୃତି ସମଗ୍ର ମାନବ ଜାତିର ବିକାଶ ଉପରେ ପର୍ଯ୍ୟବସିତ । ତେଣୁ ସାମଗ୍ରିକ ବିକାଶ ଓ ସମୃଦ୍ଧି ଆମ ବିକାଶ ଓ ସମୃଦ୍ଧି ନିହିତ ରହିଛି । ନମ୍ରତା ହେଉଛି ପ୍ରକୃତ ଶିକ୍ଷା ବୋଲି ଶ୍ରୀ ପିଲାଇ କହିଥିଲେ । ସେ କହିଲେ ଆମେ ଯେତେ ବଡ଼ ହେଲେ ମଧ୍ୟ ଗର୍ବ ଓ ଅହଂକାର ତ୍ୟାଗ କରି ସର୍ବଦା ସମସ୍ତଙ୍କ ପାଇଁ ନମ୍ର ଭାବ ପୋଷଣ କରିବା ଉଚିତ । ଏହାର ପ୍ରକୃତ ଉଦାହରଣ ହେଉଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଏଭଳି ବ୍ୟକ୍ତିଙ୍କୁ ସର୍ବଦା ଅନୁସରଣ କରିବା ପାଇଁ ଶ୍ରୀ ପିଲାଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କିଟ୍ ଓ କିସ୍ର ବିଭିନ୍ନ କ୍ୟାମ୍ପସ୍ ପରିଦର୍ଶନ କରି ନିଜ ଅନୁଭୂତି ପ୍ରକାଶ କରି ସେ କହିଲେ, ବିବେକାନନ୍ଦଙ୍କ ମତରେ ଶିକ୍ଷା ହେଉଛି ପୂର୍ଣ୍ଣତାର ପରିପ୍ରକାଶ । ଏହା କିଟ୍ ଓ କିସ୍ରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରିଛି । ତେଣୁ ତୁମେମାନେ ଏଭଳି ଏକ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବାରୁ ନିଜକୁ ଗୌରବ ମନେକରିବା ଉଚିତ ବୋଲି ସେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଲେ, କିଟ୍ ଏହି ୧୭ବର୍ଷ ମଧ୍ୟରେ ଅନେକ କିଛି ସଫଳତା ହାସଲ କରିପାରିଛି । କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ ଦେଶର ପୂର୍ବାଞ୍ଚଳରେ ଅନ୍ୟତମ ଶ୍ରେଷ୍ଠ ସ୍କୁଲ୍ ଓ ଦେଶର ଏକମାତ୍ର ବିଦ୍ୟାଳୟ ଯେଉଁଠି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ରହିଛି । ଏଥିପାଇଁ ସେ ସ୍କୁଲ୍ର ଚେୟାରପର୍ସନ, ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ୍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଆ ରାଜ୍ୟପାଳଙ୍କ ଧର୍ମପତ୍ନୀ ରିତା ଶ୍ରୀଧରନ୍ ପିଲାଇ, କିଟ୍ ଓ କିସ୍ର ସଭାପତି ଶାଶ୍ୱତୀ ବଳ ଓ ସ୍କୁଲ୍ର ଇଣ୍ଟରନ୍ୟାସ୍ନାଲ୍ ପାଠ୍ୟକ୍ରମ ମୁଖ୍ୟ ରୋରି ମାକ୍ନାମାରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ବିଦ୍ୟାଳୟର ଛାତ୍ର କ୍ୟାବିନେଟ୍ ଶପଥ ଗ୍ରହଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । #Ommtv #Omtv #Kalingacinearts #NBPC #trendingreels #trend #virals #GoaCM