ଲୋକପ୍ରିୟ ସ୍ବାଦର ଓଲିଉଡ଼୍ ଫିଲ୍ମ ‘ଏ କେମିତି ‌ବନ୍ଧନ’ : Ommtv

ଲୋକପ୍ରିୟ ସ୍ବାଦର ଓଲିଉଡ଼୍ ଫିଲ୍ମ ‘ଏ କେମିତି ‌ବନ୍ଧନ’

ଲୋକପ୍ରିୟ ସ୍ବାଦର ଓଲିଉଡ଼୍ ଫିଲ୍ମ ‘ଏ କେମିତି ‌ବନ୍ଧନ’ : Ommtv

ଲୋକପ୍ରିୟ ସ୍ବାଦର ଓଲିଉଡ଼୍ ଫିଲ୍ମ ‘ଏ କେମିତି ‌ବନ୍ଧନ’ : Ommtv

ଭୁବନେଶ୍ବର,(ଓମ): ଅନେକ ଦିନପରେ ରୁପେଲି ପରଦାକୁ ଆସୁଅଛି ଭିନ୍ନ ସ୍ବାଦର ଏକ ଲୋକପ୍ରିୟ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଏ କେମିତି ବନ୍ଧନ’। ଜେମ୍ସ ଫିଲ୍ମସ ବ୍ୟାନର ରେ ନିର୍ମାଣ ହେଉଛି ଚଳଚ୍ଚିତ୍ର ‘ଏ କେମିତି ବନ୍ଧନ’ l ଯାହା ଏକ ପାରିବାରିକ କଥାବସ୍ତୁ ଉପରେ ଆଧାରିତ । ଜୀବନ ସଂଗ୍ରାମରେ ବଞ୍ଚିବାକୁ ହେଲେ ପରିବାରକୁ କେମିତି ବିଭିନ୍ନ ସଂଘର୍ଷର ପଥ ଦେଇ ଗତି କରିବାକୁ ପଡିଛି ଓ କାହାଣୀର ମୁଖ୍ୟ ନାୟକ, ନାୟିକା କେମିତି ତାଙ୍କ ଭାଇ ଭାଉଜଙ୍କ ମୃତ୍ୟୁ ପରେ ତାଙ୍କ ପିଲାଙ୍କୁ ଆପଣେଇ ନେଇ ସଂଘର୍ଷରେ ସମ୍ମୁଖିନ ହେବାକୁ ପଡିଛି ,ଏ କାହାଣୀ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ। ଏହି କଥା ବସ୍ତୁରେ ଅଭିନେତା ଅମନ, ଅଭିନେତ୍ରୀ କୁକିଜ ସ୍ୱାଇଁ ,ଦୀପକ ମହାରଣା, ମାନସ ମିଶ୍ର ,ପୂର୍ଣ୍ଣ ପାତ୍ର, ତପନ ସାହୁ,ଅନିଲ୍ ମଲ୍ଲିକ, ମିତା ଚକ୍ରବର୍ତ୍ତୀ, କୁହୁ, ମଧୁ,ସୂର୍ଣ୍ଣଲତା ,ରାଜଲଷ୍ମୀ , ସତ୍ୟେନ୍ଦ୍ର , ରୁଦ୍ର ,ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଯୁବ ନିର୍ଦେଶକ ରାକେଶ ସାମଲ ନେଇଥିବା ବେଳେ,ସଙ୍ଗୀତ ନିର୍ଦ୍ଦେଶନା ଭାର ବୈଦନାଥ ଦାଶ ନେଇଛନ୍ତି l ପ୍ରଯୋଜନାରେ ଜେମ୍ସ ଓ ପ୍ରଭାତ ବାବୁ ରହିଥିବା ବେଳେ l ସହ ପ୍ରଯୋଜକ ଅଛନ୍ତି ସ୍ମିଥ ବାରିକ, ସିନେମାଟୋଗ୍ରାଫର ଭାବେ ଦେବବ୍ରତ ନାଥ୍ ଅଛନ୍ତି l ଚଳଚ୍ଚିତ୍ର ଟି କଟକ, ଯାଜପୁର ଏବଂ ରାଜଧାନୀର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଛି l

ନିକଟରେ ଏହାର ଚମତ୍କାର ଗୀତ ସୁଟିଂ ଶେଷ ହୋଇଛି। ବର୍ତମାନ ଏହାର ପୋଷ୍ଟପ୍ରକ୍ସନ୍ କାର୍ଯ୍ୟ ଚାଲୁରହିଛି। ଖୁବ୍ ଶିଘ୍ର ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନୋରଂଜନ ନିମ‌ନ୍ତେ ପ୍ରେକ୍ଷାଳୟକୁ ଆସିବ। ଯାହାର ବଳିଷ୍ଠ ନିର୍ଦେଶନା ଓ ଦମଦାର କାହାଣୀ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବ ବୋଲି ସୁଟିଂ ସେଟର ଝଲକ ଦେଖିଲେ ସ୍ପଷ୍ଟ ବାରି ହୋଇପାରିଛି।