ସଚେତନତା ସଭା : Ommtv

ସଚେତନତା ସଭା : Ommtv

ସଚେତନତା ସଭା : Ommtv

ସଚେତନତା ସଭା : Ommtv

OMM TV (ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ଆଜି ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏସ୍ପି ଜ୍ଞାନ ରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଜିଲ୍ଲା ପୁଲିସ ସମିତି ପକ୍ଷରୁ ସଡକ ସୁରକ୍ଷା, ଆମ ପୁଲିସ, ବରିଷ୍ଠ ନାଗରିକ ପରିଷଦ ମିଳିତ ଆନୁକୁଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ମାନ୍ୟବର ସାଂସଦ ମହେଶ ସାହୁ, ମୁଖ୍ୟ ବକ୍ତାଭାବେ ସଦର ବିଧାୟକ ସୁଧୀର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚନା ପୁହାଣ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଡିଏଫଓ ସୁନୀଲ କୁମାର କର ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ, ସମାଜ ରେ ସେମାନଙ୍କ ଭୂମିକା ଓ ଆମ ମାନଙ୍କ ଦାୟିତ୍ଵ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରାରମ୍ଭିକ ସ୍ଵାଗତ ଭାଷଣ ରଖିଥିଲେ। ଜିଲ୍ଲା ସାଂସ୍କୃତିକ ସଂଘ ଉପାଧ୍ୟକ୍ଷ ଅବନୀ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦ ସଭାପତି ଙ୍କ ଆହ୍ଵାନରେ ଜିଲ୍ଲାର ଆଠ ଗୋଟି ବ୍ଲକ୍ ମଧ୍ୟରୁ ପାଞ୍ଚ ଶହ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଜିଲାର ୫୦୦ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରୁ ଅତିଥି ମାନେ ୫୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ କାର୍ଡ ପ୍ରଦାନ କରିଥିଲେ। ଅନ୍ୟ କାର୍ଡ ଗୁଡିକ ପ୍ରତି ବ୍ଲକ୍ ସଭାପତି ମାନଙ୍କୁ ବଣ୍ଟନ କରିବା ପାଇଁ ଏସ୍ ପି ହସ୍ତାନ୍ତର କରିଥିଲେ। ରାଜ୍ୟରେ ପ୍ରଥମ କରି ଜିଲ୍ଲାପାଳ ଓ ଏସ୍,ପି ପରିଚୟ ପତ୍ର ପ୍ରଦାନ କରିଥିବାରୁ ସମଗ୍ର ଜିଲ୍ଲାରେ ସନ୍ତୋଷ ପ୍ରକାଶ ପାଇଛି। #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideo #Dhenkanal