ଧରାପଡ଼ିଲେ ନକଲି ସିବିଆଇ, ୧କୋଟି ୨ଲକ୍ଷ ନଗଦ ଟଙ୍କା, ସୁନା ଜବତ : Ommtv

ଧରାପଡ଼ିଲେ ନକଲି ସିବିଆଇ, ୧କୋଟି ୨ଲକ୍ଷ ନଗଦ ଟଙ୍କା, ସୁନା ଜବତ

ଧରାପଡ଼ିଲେ ନକଲି ସିବିଆଇ, ୧କୋଟି ୨ଲକ୍ଷ ନଗଦ ଟଙ୍କା, ସୁନା ଜବତ : Ommtv

ଧରାପଡ଼ିଲେ ନକଲି ସିବିଆଇ, ୧କୋଟି ୨ଲକ୍ଷ ନଗଦ ଟଙ୍କା, ସୁନା ଜବତ : Ommtv

କୋଲକାତା, ଚିନ୍ନାଇ, ଅନୁଗୁଳରୁ କାବୁହେଲେ ୫ ଦୁର୍ବୃତ, ୪ ଫେରାର

 ଆମେ ସିବିଆଇ ଅଫିସର। ତମଘର ରେଡ଼ ହେବ। ଏମିତିକିଛି ଫିଲ୍ମି ଷ୍ଟାଇଲରେ ଶଂଳାପକହି ଘର ଭିତରେ ପଶି ଡ଼କାୟତୀ କରିଥିବା ଗ୍ୟାଙ୍ଗର ୫ଜଣଙ୍କୁ ଆଜି ଇନ୍‌ଫୋସିଟିଥାନା ପୁଲିସ୍ ଗିରଫକରି କୋର୍ଟ ଚାଲଣକରିଛି। ଦୁର୍ବୃତ‌ମାନେ ୨କୋଟିରୁ ଅଧିକ ନଗଦ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଗହଣା ନନ୍ଦନବିହାର ବସୁନ୍ଧରା କଲୋନି ପ୍ଲଟ ନମ୍ବର ୨୬୮/୨ ର ମାଲିକ ନିବାରଣ ପାଣି ନାମକ ଜଣେ ବରିଷ୍ଠ ନାଗରିକଙ୍କ ଘରୁ ଡ଼କାୟତୀକରି ଗତ ୨ ତାରିଖ ସଂଧ୍ୟାରେ ନେଇଯାଇଥିଲେ। ଏହି ଡ଼କାୟତୀରେ ମୋଟ ୯ଜଣ ସାମିଲ ଥିଲାବେଳେ କମିସନରେଟ୍ ପୁଲିସ୍ ୫ଜଣଙ୍କୁ ଆଜି ଗିରଫକରି କୋର୍ଟ ଚାଲଣ କରିଛି। ଗିରଫମାନେ ହେଲେ ଅନୁଗୁଳ ହେମନ୍ତ କୁମାର ଧୀର (୩୨), ସନାତନ ନାୟକ (୪୨), ଅରବାଜ ଖାନ୍(୨୨),କେନ୍ଦ୍ରପଡ଼ାର ସଞ୍ଜୟ ମଲ୍ଲିକ(୩୬) ଏବଂ ଯାଜପୁରର ଅଜମର ଅଲ୍ଲୀ(୪୮)। ସେମାନଙ୍କ ଠାରୁ ପୁଲିସ୍ ୧କୋଟି ୨ଲକ୍ଷ ନଗଦ ଟଙ୍କା ଓ ସୁନା ହାର, ଚେନ୍, ୪ଟି ମୁଦି ଓ କାନଫୁଲ ଜବତକରିଛି। ଏହା ସହିତ ଏକ ଅଟୋମେଟିକ୍ ଗୋଟିଏ ପିସ୍ତଲ ମଧ୍ୟ ପୁଲିସ୍ ଜବତକରିଛି। ଅଭିଯୁକ୍ତ ମାନଙ୍କୁ ପୁଲିସ୍ ଘଟଣାଦିନଠାରୁ ଟ୍ରାକ୍‌କରି କୋଲକାତା, ଚିନ୍ନାଇ ଏବଂ ଅନୁଗୁଳର ରେଙ୍ଗାଲିରୁ କାବୁକରି ଭୁବନେଶ୍ବରକୁ ଆଣିଛି। ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି ଏମାନେ ସମସ୍ତେ ପେଶାଦାର ଅପରାଧୀ। ଏମାନଙ୍କର ମାଷ୍ଟର ମାଇଣ୍ଡ ବାଦଲ ଧରା ପଡ଼ିନଥିଲା ବେଳେ ମୁଖ୍ୟ ସହଯୋଗୀ ହେମନ୍ତକୁ ପୁଲିସ୍ କାବୁକରି ଅନ୍ୟ ୪ଜଣଙ୍କର ରହିବା ଠିକଣା ପାଇଥିଲା। ପୁଲିସ୍ ଆଉ ୪ଜଣଙ୍କୁ ଖୋଜାଖୋଜି କରୁଛନ୍ତି। ସେମାନେ ଖୁବ୍ ଶୀଘ୍ର ଧରାପଡ଼ିବେ ବୋଲି ଡ଼ିସିପି ପ୍ରତିକ ସିଂ ମତପ୍ରକାଶକରିଛି।

ଏମିତି କରିଥିଲେ ‌ଡ଼କାୟତୀ ଯୋଜନା.......

ଘର ମାଲିକ ନିବାରଣ ପାଣି କୌଣସି ଏକ କାମପାଇଁ ପାଖାପାଖି ଦୁଇ କୋଟି ଟଙ୍କା ଆଣି ନିଜ ଘରେ ରଖିଥିବା ସୂଚନା ପାଇଥିଲା ମୁଖ୍ୟ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ବାଦଲ। ସେ ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ଼୍ରାଇଭର ଭାବେ କାମ କ‌ରୁଥିବାରୁ ନିବାରଣଙ୍କ ଘରକୁ ବାରମ୍ବାର ଯାତାୟତ କରୁଥିଲା। ଯେଉଁ କାରଣନେଇ ସେ ଜାଣିବାକୁ ପାଇଥିଲା ନିବାରଣ ବାବୁ ୨କୋଟିରୁ ଅଧିକ ଟଙ୍କା ଆଣି ଘରେ ରଖିଛନ୍ତି। ଯାହାନେଇ ସେ ମୈତ୍ରୀବିହାରରେ ରହୁଥିବା ଅରବାଜକୁ ଟଙ୍କା ସଂମ୍ପର୍କରେ କହିଥିଲା। ଅରବାଜ ଲକ୍ଷ୍ମୀସାଗରର ଅଜମରକୁ ଏନେଇ ସୂଚନାଦେବାପରେ ସେମାନେ ଅନୁଗୁଳରେ ରହୁଥିବା ଏକ ପେସାଦାର ଗ୍ୟାଙ୍ଗ ସହ କଥାହୋଇଥିଲେ। ଏହାପରେ ସ‌ମସ୍ତେ ଭୁବନେଶ୍ବର ଚାଲିଆସି ନିବାରଣଙ୍କ ଘରେ ଡ଼କାୟତୀ କରିବାନେଇ ଯୋଜନାକରିଥିଲେ। ମୋଟ ୯ ଜଣ ଦୁର୍ବୃତ ଏକାଠିହୋଇ ୧ତାରିଖ ଦିନ ନନ୍ଦନବିହାର ଯାଇ ପୂର୍ବ ପ୍ରସ୍ତୁତି କରିଥିଲେ। ଫଳରେ ୨ ତାରିଖଦିନ ସଂଧ୍ୟା ସାଢ଼େ ସାତଟାରେ ନିବାରଣଙ୍କ ଘରେ କେହି ନଥିଲା ବେଳେ ତାଙ୍କୁ ଓ ତାଙ୍କ ପୁଅକୁ ସିବିଆଇ ରେଡ଼ ହେବବୋଲି କହି ଘର ଭିତର ପଟୁ କଡ଼ି ପକାଇ ମୁହଁରେ ଟେପ୍ ବାନ୍ଧିଦେଇ ଚଉକିରେ ବସାଇଦେଇଥିଲେ। ଚିତ୍କାରକଲେ ଗୁଳିକରିଦେବେ ବୋଲି ଧମକଦେଇଥିଲେ। ଏହାପରେ ଆଲମାରି ଓ ଅନ୍ୟ ଦୁଇଟି ଆଟାଜ୍‌ରୁ ଟଙ୍କା, ସୁନା ଗହଣା ସହ ଦୁଇଟି ମ‌ୋବାଇଲନେଇ ଚାଲିଯାଇଥିଲେ।

 

ମୋବାଇଲ ପାଇଁ ଧରାପଡ଼ିଲେ......

ଡ଼କାୟତୀପରେ ଦୁର୍ବୃତମାନେ ନିବାରଣ ଓ ତାଙ୍କ ପୁଅଙ୍କର ଦୁଇଟି ମୋବାଇଲକୁ ନେଇ ପଳାଇଥିଲେ। ଯାହାକୁ ଟ୍ରାକକରି ପୁଲିସ୍ ଜାଣିବାକୁ ପାଇଥିଲା ମୈତ୍ରୀବହିାର ଓ ଲକ୍ଷ୍ମୀସାଗରର ଦୁଇ ଜଣେ ମୁସଲମାନ ଯୁବକ ଅରବାଜ ଓ ଅଜମର ଏହି ଘଟଣାରେ ସାମିଲଅଛନ୍ତି। ଯେଉଁମାନଙ୍କୁ ଧରିବାପାଇଁ ଯାଇ ପୁଲିସ୍ ସୂଚନା ପାଇଥିଲା ବାଦଲ ବିଷୟରେ। ବାଦଲ ଘର ମାଲିକ ନିବାରଣଙ୍କ ସମ୍ପର୍କିୟ ଗାଡ଼ି ଡ଼୍ରାଇଭର ବୋଲି ଜାଣିବାପରେ ପୁଲିସ୍ ତଦନ୍ତର ପ୍ରଥମ ତଥ୍ୟ ପାଇଥିଲା। ଯାହାନେଇ ପୁଲିସ୍ ବାଦଲର ଘନିଷ୍ଠ ସାଙ୍ଗ ହେମନ୍ତକୁ ରେଙ୍ଗାଲିରୁ ଗିରଫକରିବାପରେ ଅନ୍ୟ ସମସ୍ତଙ୍କ ଠିକଣା ଜାଣିବାକୁ ପାଇଥିଲା। ଫଳରେ ଇନ୍‌ଫୋସିଟି ଥାନା ପୁଲିସ୍ ଓ ସ୍ପେଶାଲ ସ୍କାର୍ଡ଼ର ଏକ ସ୍ବତନ୍ତ୍ରଦଳ କୋଲକାତା ଏବଂ ଚିନ୍ନାଇ ଯାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫକରିଥିଲା।

ସ୍ଥାନୀୟ ସିସିଟିଭି ଫ‌ୁଟେଜ୍ ଦେଲା ବଡ଼ ପ୍ରମାଣ....

ଡ଼କାୟତୀପରେ ପୁଲିସ୍ ତୁରନ୍ତ ନନ୍ଦନବିହାର ପ୍ରବେଶ ପଥର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ସଂଗ୍ରହକରିବା ଆରମ୍ଭ କରିଥିଲା। ଯାହାନେଇ ‌ଦୁର୍ବୃତମ‌ାନେ ବ୍ୟବହାର କରିଥିବା କାର୍ (ଓଡ଼ି ୨୫ ଇ ୧୦୫୧) ର ନମ୍ବର ଜାଣିବାକୁ ପାଇଥିଲା। ନମ୍ବର ଯାଞ୍ଜ କରାଯିବାରୁ ଘରମାଲିକ ନିବାରଣଙ୍କ ସଂମ୍ପର୍କିୟ ଡ଼୍ରାଇଭର ବାଦଲ ସେହି ଗାଡ଼ି ଚଲାଏ ବୋଲି ଜଣାପଡ଼ିଥିଲା। ପୁଲିସ୍ ବାଦଲକୁ ଖୋଜିବାପାଇଁ ଚେଷ୍ଟାକରିବାରୁ ସେ ଫେରାର ହୋଇଯାଇଥିଲା। ଫଳରେ ବାଦଲ ଏହି ଡ଼କାୟତୀ କାର୍ଯ୍ୟର ମାଷ୍ଟର ମାଇଣ୍ଡବୋଲି ପୁଲିସ୍‌ର ସନ୍ଦେହ ସ୍ପଷ୍ଟହୋଇଥିଲା

ଅପରାଧୀମାନଙ୍କ ମଧ୍ୟରେ ହେମନ୍ତ ଜଣେ ବିଧାୟକଙ୍କ ପାଖଲୋକ...

ଏହି ଡ଼କାୟତୀ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ସହଯୋଗୀ ହେମନ୍ତ କୁମାର ଧୀର ଜଣେ ବିଧାୟକଙ୍କ ପାଖଲୋକ ବୋଲି ସୂଚନା ମିଳିଛି। ସେ ଏପରି ଅପରାଧୀକ ଘଟଣାରେ ସାମିଲଥିବା ନେଇ ପୁଲିସ୍‌କୁ ପ୍ରଶ୍ନ ପଚାରିବାରୁ ଡ଼ିସିପି ଶ୍ରୀ ସିଂ ବିଧାୟକଙ୍କ ବିଷୟରେ କୌଣସି ସୂଚନାନଦେଇ କହିଥିଲେ ଆମେ ମଧ୍ୟ କେବଳ ସୂଚନାପାଇଛି ଏନେଇ ତଦନ୍ତ ଚାଲିଛି।