OMM TV ମଣିଷର ପଶୁ ପଣିଆ, କୁକୁରଙ୍କୁ ବିଷଦେଇ ହତ୍ୟା

Dog news

OMM TV ମଣିଷର ପଶୁ ପଣିଆ, କୁକୁରଙ୍କୁ ବିଷଦେଇ ହତ୍ୟା
OMM TV ମଣିଷର ପଶୁ ପଣିଆ, କୁକୁରଙ୍କୁ ବିଷଦେଇ ହତ୍ୟା
: ମଣିଷ କରିଦେଖାଇଛି ପଶୁ ପଣିଆ। ଏମିତି କୁଶ୍ଚିତ କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି ପଶୁ ପ୍ରେମୀ ଓ ବୁଦ୍ଧିଜିବି ରାଜଧାନୀବାସୀ। ଗୋଟିଏ ମା’ କୁକୁର ସହିତ ତା’ର ୭ଟି ପିଲାକୁ ବି‌ଷଦେଇ ହତ୍ୟା କରାଯିବା ନେଇ ଯୋଜନା କରିଥିଲା କେହି ଜଣେ ଅମାନୁଶିକ ବ୍ୟକ୍ତି। ଫଳରେ ୫ଟି କୁକୁର ପିଲାଙ୍କ ସହ ଘଟଣାସ୍ଥଳରେ ମା’କୁକୁରର ମଧ୍ୟ ମୃତ୍ୟୁ ହୋଇଛି। ଅଳ୍ପକେ ବର୍ତିଯାଇଛନ୍ତି ଗୋଟିଏ କୁକୁର ଛୁଆ ବର୍ତମାନ ଏକ ପଶୁ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଅଛି। ଏଭଳି ଅମାନୁଶିକ ଘଟଣା ଘଟିଛି ‌ମ‌ୈତ୍ରୀବିହାର ଥାନା ଅଧୀନ ସିଅନ ଶ୍ରମିକ ବସ୍ତି ଛକରେ ବୁଲାବୁଲି କରୁଥିବା କୁକୁର ମାନଙ୍କ ସହିତ ଗତକାଲି ବିଳମ୍ବିତ ରାତିରେ । ଗତ କିଛି ମାସ ପୂର୍ବେ ସେହି ଅଞ୍ଚଳର ଏକ ମା’କୁକୁର ୭ଟି ଛୁଆକୁ ଜନ୍ମଦେଇଥିଲା। ଯେଉଁମାନେ ବିଳମ୍ବିତ ରାତିରେ ସେହି ବାଟଦେଇ ଯାତାୟତ କରୁଥିଲା ଗାଡ଼ି ପଛରେ ଗୋଡ଼ାଇ ଉଚ୍ଚ‌ସ୍ବରରେ ଭୁକିଥିଲେ। ମାତ୍ର ସେମାନଙ୍କ ଭୁକିବାକୁ ପସନ୍ଦକରୁନଥିଲେ କିଛି ସ୍ଥାନୀୟ ଲୋକ। ସେଥିପାଇଁ ସବୁଦିନ ସେମାନଙ୍କର ସ୍ବରକୁ ବନ୍ଦକରିଦେବାପାଇଁ କେହି ଜଣେ ରଚିଥିଲା ହତ୍ୟା ସଡ଼ଯନ୍ତ୍ର । ଗତକାଲି ମା’ କୁକୁର ଶୋଉଥିବା ସ୍ଥାନରେ କିଛି ବିଷ ମିଶା ଖାଦ୍ୟ ଦେଇଥିଲା ଦୁର୍ବୃତ। ଯାହାକୁ ଖାଇବାପରେ ଗୁରୁତର ହୋଇ ଅଚେତ ହୋଇପଡ଼ିଥିଲେ ମା’ ଓ ପିଲା କୁକୁରମାନେ। ଆଜି ସ୍ଥାନୀୟ ଲୋକ ମଣିଂ ୱାକ କରୁଥିଲା ବେଳେ ଦେଖିଥିଲେ କୁକୁରମାନେ ଆଉ ଭୁକୁ ନାହାଁନ୍ତି। ଏନେଇ ସେମାନେ ଶୋଇଥିବା କୁକୁରଙ୍କ ନିକଟକୁଆସି ଦେଖିଥିଲେ ସମସ୍ତେ ଅଚେତ ହୋଇ ପଡ଼ିଛନ୍ତି। ଏହାପରେ ସମସ୍ତେ ଜାଣିଗଲେ କେହି ଏହି କୁକୁରମାନଙ୍କୁ ଖାଦ୍ୟରେ ବି‌ଷଦେଇଛି। ଫଳରେ ସେହି ଖାଦ୍ୟ ଖାଇବାପରେ କୁକୁରମାନଙ୍କ ଅବସ୍ଥା ଏପରି। ଏନେଇ ତୁରନ୍ତ ‌ଜଣେ ବ୍ୟକ୍ତି ପଶୁ ପ୍ରେମିଙ୍କୁ ସୂଚନାଦେବାପରେ ଘଟଣାସ୍ଥଳରେ ପିପୁଲ ଫର ଆନିମଲ ସଂସ୍ଥାର ସଭ୍ୟମାନେ ପହଞ୍ଚି ଗୁରୁତର ଥିବା ଗୋଟିଏ କୁକୁରଛୁଆକୁ ଚିକିତ୍ସାକରିବା ସହିତ ମୃତକମାନଙ୍କୁ କିଏ ଏବଂ କାହିଁକି ହତ୍ୟାକଲାବୋଲି ଏକ ଲିଖିତ ଅଭିଯୋଗ ସ୍ଥାନୀୟ ଥାନାରେ ଦେଇଛନ୍ତି। ପୁଲିସ୍ ଘଟଣାକୁ ତଦନ୍ତ କରିବାକୁ ଯାଇ ସେଠାକାର ଲୋକଙ୍କୁ ପଚରାଉଚରା କରିଛି। ଘଟଣାସ୍ଥଳରେ ସିସିଟିଭି ନଥିବାରୁ ଘଟଣା ବିଷୟରେ ତଦନ୍ତ କରିବା କଷ୍ଟକର ହୋଇପଡ଼ିଥିବା ପୁଲିସ୍ ମତପ୍ରକାଶ କରିଛି। ତଥାପି ଏହି ଘଟଣାନେଇ ତଥ୍ୟ ସଂଗ୍ରହ କରି ଦୋଷିକୁ ଗିରଫକରିବାପାଇଁ ପୁଲିସ୍ ଚେଷ୍ଟା ଚଲାଇଥିବା ଜଣାପଡ଼ିଛି। #dogs #Ommtv #Omtv #Kalingacinearts #NBPC #bhubaneswar