ହିନ୍ଦୋଳ ଏନ୍ଏସି ନିର୍ବାଚନ ଫଳାଫଳ : Ommtv

Hindol NAC

ହିନ୍ଦୋଳ ଏନ୍ଏସି ନିର୍ବାଚନ ଫଳାଫଳ : Ommtv

ହିନ୍ଦୋଳ ଏନ୍ଏସି ନିର୍ବାଚନ ଫଳାଫଳ : Ommtv

OMM TV (ହିନ୍ଦୋଳ ରତିକାନ୍ତ ଗଡନାୟକ): ହିନ୍ଦୋଳ ଏନ୍ଏସି ନିର୍ବାଚନ ଗତକାଲି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କରାଯାଇ ଇଭିଏମ୍ ମେସିନ୍ ଗୁଡିକ ଏନ୍ଏସି କାର୍ଯ୍ୟାଳୟ ଏକ ଷ୍ଟ୍ରଙ୍ଗ ରୁମ୍ ରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଆସନ୍ତା କାଲି ସକାଳ 8 ଟା ରୁ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇ 2 ଟା ରେ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ପ୍ରଚାର ବେଳେ ଦଳୀୟ ନେତୃ ମଣ୍ଡଳୀ ବିଭିନ୍ନ ଗଣ ମାଧ୍ୟମ ରେ ବିଶେଷ କରି ବିଜେଡି ଦଳ ପକ୍ଷରୁ ସମୁଦାୟ 16 ଗୋଟି ୱାର୍ଡ ମଧ୍ୟରୁ 16 ଗୋଟି ଆସନ ଜିତିବାର ଦୃଢୋକ୍ତି ପ୍ରକାଶ କରିଥିଲେ ମଧ୍ଯ ଆଜି ଦିନ ସାରା 6 ଟି ୱାର୍ଡରେ ବିଜେପି ହାତକୁ ଆସନ ପଳାଇ ଯିବା ଆଶଙ୍କାରେ ବିଜେଡି ଚୁପ୍ ହୋଇ ରହିଛି। ଅଧ୍ୟକ୍ଷ ପଦ ପାଇଁ ବିଜେଡି ପ୍ରାର୍ଥୀ କେଶବ ପ୍ରଧାନ ଓ ବିଜେପି ପ୍ରାର୍ଥୀନୀ ଶୋଭାଗିନି ପ୍ରଧାନ ଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିବାରୁ କିଏ ଜୟଯୁକ୍ତ ହେବ ଉଭୟ ଦଳ ସନ୍ଦେହ ଘେରରେ ଅଛନ୍ତି। କଂଗ୍ରେସ ଦଳ ପ୍ରାର୍ଥୀନୀ ରୀତା ପଲେଇ ଙ୍କ ଭୋଟ ହାର ବୃଦ୍ଧି ପାଇଲେ ବିଜେପି ହାତକୁ ଅଧ୍ୟକ୍ଷ ପଦ ଚାଲିଯିବାର ସମ୍ଭାବନା ରହିଛି। ଚୁଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ହିଁ ସଠିକ ତଥ୍ଯ ଜଣା ପଡ଼ିବ। ଦେଖାଯାଉ ଆଉ 14 ଘଣ୍ଟା ଅପେକ୍ଷା କରିବା। #hindola #Dhenkanal #NAC #OmmTv #OmTV #KalingaCineArts #NBPC #Vote