OMM TV ସୋସିଆଲ ଟକ୍ ୟୁଟ୍ୟୁବର ପ୍ରୀତି ପ୍ରକାଶ ନାୟକ ଗିରଫ

Crime news

OMM TV ସୋସିଆଲ ଟକ୍ ୟୁଟ୍ୟୁବର ପ୍ରୀତି ପ୍ରକାଶ ନାୟକ ଗିରଫ
OMM TV ସୋସିଆଲ ଟକ୍ ୟୁଟ୍ୟୁବର ପ୍ରୀତି ପ୍ରକାଶ ନାୟକ ଗିରଫ
: ସାମାଜିକ ଗଣମାଧ୍ୟମରେ ସୋସିଆଲ୍ ଟକ୍ ନାମକ ଏକ ଆଇଡ଼ିର ୟୁଟ୍ୟୁବରକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲଣକରିଛି। ଗିରଫ ୟୁଟ୍ୟୁବର ଜଣଙ୍କ ନାମ ପ୍ରୀତି ପ୍ରକାଶ ନାୟକ(୨୬)। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଏକ ଭିଡ଼ିଓକୁ ଡ଼ାଉନଲୋଡ଼କରି ଏଡ଼ିଟିଂ ମାଧ୍ୟମରେ ସ୍ବର ବଦଳାଇ ତାଙ୍କ ଅସଲ ମତକୁ ପରିବର୍ତନ କରି ଅଶାଳିନ ମନ୍ତବ୍ୟ ପ୍ରଦାନ କରିଥିଲେ। ପରେ ସେହି ଫେକ୍ ଭିଡ଼ିଓକୁ ୟ୍ୟୁଟୁବର ଜଣଙ୍କ ନିଜ ଆଇଡ଼ିରେ ଅପଲୋଡ଼କରି ନିଜର ଏକପାଖିଆ ମତାମତ ରଖିଥିଲେ। ଫଳରେ ସେହି ଫେକ୍ ଭିଡ଼ିଓରେ ଶତାଧିକ ଲୋକ ଯୁବତୀ ଜଣଙ୍କୁ ଭରାପ କମେଣ୍ଟ ଦେଇଥିଲେ। ଏବଂ ଯୋଗାଯୋକରି ଏପରି ହେବାଦ୍ବାରା ତାଙ୍କ ମାନହାନୀ ହେଉଛିବୋଲି ଯୁବତୀ ଜଣଙ୍କ ଶୁଭେଚ୍ଛୁମାନେ ଜଣାଇଥିଲେ। ଯାହାନେଇ ଯୁବତୀ ଜଣଙ୍କ ଅଭିଯୁକ୍ତ ପ୍ରୀତି ପ୍ରକାଶଙ୍କ ନାମରେ ଗତକାଲି ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା ଏଡ଼ିଟିଂ ହୋଇଥିବା ଭିଡ଼ିଓ ଏବଂ ଅସଲି ଭିଡ଼ିଓ ଦୁଇଟି ଅଲଗା। ଏନେଇ ଅଭିଯୁକ୍ତ ଜଣଙ୍କୁ ଆଜି ପୁଲିସ୍ ତାଙ୍କ ବାସଭବନ ନୀଳାଦ୍ରିବିହାର ସେକ୍ଟର ୨ରୁ ଗିରଫକରି ଥାନାକୁ ଆଣିଥିଲା। ମଧ୍ୟାହ୍ନରେ ଘଟଣାର ତଦନ୍ତ କରିବାପରେ ସଂଧ୍ୟାରେ ଅଭିଯୁକ୍ତକୁ କୋର୍ଟ ଚାଲଣକରିଦିଆଯାଇଛି। #socialtalks #socialmediaqueen #Bhubaneswar #Odisha #India #Ommtv #Omtv #Kalingacinearts