ବିଏମସି ଉଛେଦକଲା ହେଲେ ଅଳିଆଗଦା ଆଖିରେ ପଡ଼ିଲାନାହିଁ : Ommtv Kalinga Vikas

ବିଏମସି ଉଛେଦକଲା ହେଲେ ଅଳିଆଗଦା ଆଖିରେ ପଡ଼ିଲାନାହିଁ : Ommtv Kalinga Vikas

ବିଏମସି ଉଛେଦକଲା ହେଲେ ଅଳିଆଗଦା ଆଖିରେ ପଡ଼ିଲାନାହିଁ : Ommtv Kalinga Vikas

ବିଏମସି ଉଛେଦକଲା ହେଲେ ଅଳିଆଗଦା ଆଖିରେ ପଡ଼ିଲାନାହିଁ : Ommtv Kalinga Vikas

(KV): ଇନ୍‌ଫୋସିଟି ଥାନା ଅଧୀନ କିମସ୍ ହସ୍ପିଟାଲ ସମ୍ମୁଖ ରାସ୍ତା କଡ଼ରେଥିବା ଏକାଧିକ ଦୋକାନକୁ ଗତକାଲି ବିଏମସି ବିଡ଼ିଏ ପକ୍ଷରୁ ଉଛେଦକରାଯାଇଥିଲା। ହେଲେ ବର୍ଷବର୍ଷଧରି ସେହିସ୍ଥାନର କିମସ୍ ସିଲିକନ୍ ରାସ୍ତାରେ କୁଢ଼କୁଢ଼ ଅଳିଆଗଦା ପରିସ୍କାର କରିବାପାଇଁ ବିଏମସି ଭୁଲିଯାଇଛି। ଫଳରେ ଦୁର୍ଗନ୍ଧରେ ଅତିଷ୍ଠ ହେଉଛନ୍ତି ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସାପାଇଁ ଆସୁଥିବା ରୋଗୀ ଏବଂ ଶିକ୍ଷାନୁଷ୍ଠାନକୁ ପଢ଼ିବାପାଇଁ ଆସୁଥିବା ଛାତ୍ରଛାତ୍ରୀ। ଉକ୍ତ ସ୍ଥାନଟି ଚନ୍ଦକା ଶିଳ୍ପାଞ୍ଚଳ ମଧ୍ୟରେ ହୋଇଥିବାରୁ ଏହି ଅଣ‌ଆଡ଼ିଆ ରାସ୍ତା କଡ଼ରେ କିଛି କମ୍ପାନି ଅଳିଆ ଏବଂ କମ୍ପାନିରୁ ବାହାରୁଥିବା ଅପରିସ୍କାର ଜିନିଷପତ୍ରକୁ ସେହି ସ୍ଥାନରେ ଫୋପାଡ଼ି ଅଳିଆ ପାହାଡ଼ କରିଦେଇଛନ୍ତି।

ଏସବୁ ଉଠାଇ ଉକ୍ତ ସ୍ଥାନକୁ ପରିସ୍କାର କରିବାପାଇଁ ଲୋକମାନେ ବିଏମସିକୁ ବାରମ୍ବାର ଗୁହାରି କରିଆସୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନାହାଁନ୍ତି। କିଛି ବର୍ଷପୂ‌ର୍ବେ ଶିଳ୍ପାଞ୍ଚଳର ଏକ ଗଦିକମ୍ପାନୀ ତାର ଅବ୍ୟବହୃତ କତା ଏବଂ କନାଗୁଡ଼ିକୁ ସେହିସ୍ଥାନରେ ପୋଡ଼ିଦେଉଥିବାରୁ କଳାଧୂଆଁରେ ନିକଟରେ ଥିବା ଶିକ୍ଷାନୁଷ୍ଠାନ, ଥାନା, ବସ୍ତିବାସିନ୍ଦା, ହସ୍ପିଟାଲ କତୃପକ୍ଷ ଏବଂ ପ୍ରଶାନ୍ତିବିହାର ବାସୀନ୍ଦା ଅଣନିଶ୍ବାସୀହୋଇ ପ୍ରଶାସନରେ ଅଭିଯୋଗ କରିଥିଲେ। ଯାହାନେଇ ପ୍ରଶାସନ ଗଦି କମ୍ପାନିକୁ ବାରଣ କରିବାରୁ ଉକ୍ତ କମ୍ପାନି ତଣ୍ଡ ଦେଇ ଆଉ ସେଠାରେ ଅଳିଆ ନିଆଁ ଲଗାଇଲା ନାହିଁ। ବର୍ତମାନ ଉକ୍ତ ସ୍ଥାନରେ ଆଖପାଖ କମ୍ପାନୀ ଗୁଡ଼ିକର ଅଳିଆ ଗଦାହୋଇ ଦୁର୍ଗନ୍ଧ ହେଉଥିଲେ ମଧ୍ୟ ଲୋକଙ୍କ ଅଭିଯୋଗ ପାଇ ବିଏମସି ମୁକ ପାଲଟି ଯାଇଛି। ଉକ୍ତ ସ୍ଥାନରେ ଅଳିଆ ପକାଉ ଅପରିସ୍କାର କଲେ ସ୍ଥାନୀୟଲୋକ ଏବଂ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି।