ଡ଼ାକ୍ତରଙ୍କୁ ହତ୍ୟା ଉଦ୍ୟମ…ଅଶାନ୍ତ ପ୍ରଶାନ୍ତିବିହାର, ରାତିରେ ଖଣ୍ଡାବୁଲାଉଛନ୍ତି ଦୁର୍ବୃତ : Ommtv Kalinga Vikas
ଡ଼ାକ୍ତରଙ୍କୁ ହତ୍ୟା ଉଦ୍ୟମ…ଅଶାନ୍ତ ପ୍ରଶାନ୍ତିବିହାର, ରାତିରେ ଖଣ୍ଡାବୁଲାଉଛନ୍ତି ଦୁର୍ବୃତ : Ommtv Kalinga Vikas
ଡ଼ାକ୍ତରଙ୍କୁ ହତ୍ୟା ଉଦ୍ୟମ…ଅଶାନ୍ତ ପ୍ରଶାନ୍ତିବିହାର, ରାତିରେ ଖଣ୍ଡାବୁଲାଉଛନ୍ତି ଦୁର୍ବୃତ : Ommtv Kalinga Vikas
BBSR, ୨୭/୧୦(KV): କମିସନରେଟ୍ ପୁଲିସ୍କୁ ଚ୍ୟାଲେଞ୍ଜଦେଇ ଅପରାଧୀକ କାରନାମା କରୁଛନ୍ତି ଦୁର୍ବୃତ। ରାଜଧାନୀ ରାତିରେ ଖଣ୍ଡା, ତଲୱାର ଭଳି ମାରଣାସ୍ତ୍ର ଧରି ଲୋକଙ୍କୁ ଲୁଟ୍, ହତ୍ୟା କରିବାପାଇଁ ପଛାଉ ନାହାଁନ୍ତି। ଜଣେ ଡ଼ାକ୍ତରଙ୍କୁ ହତ୍ୟା ଉଦେଶ୍ୟରେ ୬ଜଣ ଯୁବକ ଦୁଇଟି ବାଇକରେ ଖଣ୍ଡା ଧରି ଗାଡ଼ି ପଛରେ ଗୋଡ଼ାଇଗୋଡ଼ାଇ କାର୍କୁ ଅଟାକାଇବାପାଇଁ ଚେଷ୍ଟାକରିଛନ୍ତି। ଡ଼ାକ୍ତର ଜଣଙ୍କ ପ୍ରାଣବିକଳରେ ଗାଡ଼ିକୁ ନଅଟକାଇ ନିଜ ଆପାର୍ଟମେଣ୍ଟ୍ ଭିତରେ ପଶିଯିବାରୁ ଦୁର୍ବୃତମାନେ ଆପାର୍ଟମେଣ୍ଟ ଫାଟକ ନିକଟରୁ ଫେରି ପଳାଉଥିବା ଛବି ସିସିଟିଭିରେ କଏଦ ହୋଇଛି। ଏଭଳି ସ୍ଥିତିଘଟିଛି ଇନ୍ଫୋସିଟି ଥାନା ନିକଟରୁ ମାତ୍ର ଏକ କିଲୋମିଟର ଭିଆଇପି ଅଞ୍ଚଳରେ। କିଟ୍ ବିଶ୍ବ ବିଦ୍ୟାଳୟରୁ ପ୍ରଶାନ୍ତି ବିହାର ରାସ୍ତାରେ ଲୁଟେରା ରାଜ ଏବେ ସ୍ଥାନୀୟ ଲୋକଙ୍କ ଭୟଭିତ ହେବାର କାରଣ ପାଲଟିଛି। ଏନେଇ ଇନ୍ଫୋସିଟି ଥାନାରେ ମାମଲା ରୁଜୁହୋଇଛି। ପ୍ରମାଣ ବାଦଦକୁ ସିସିଟିଭି ଫୁଟେଜ୍ ମଧ୍ୟ ଦାଖଲହୋଇଛି। ହେଲେ ପୁଲିସ୍ ତଦନ୍ତକରୁଥିବା ଜଣାଇ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଏପରିସ୍ଥିତିରେ ସ୍ଥାନୀୟଲୋକ ସୁରକ୍ଷିତଭାବେ ରାତିରେ ଘରୁ ବାହାରି ଘରକୁ ଫେରିବେକି ନାହିଁ ତାହନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଶାନ୍ତିବିହାରରେ ନେତା ଲୋକପ୍ରତିନିଧି ଚିକଣ ଚେହେରା ଦେଖାଇବାକୁ ଆସୁଛନ୍ତି ସତ ହେଲେ ଅପରାଧିଙ୍କ ଉପରେ ସେମାନଙ୍କ ବୋଲି ବାଣୀ କୌଣସି କାମ କରେନା। ଏନେଇ ସ୍ଥାନୀୟ ଲୋକପ୍ରତିନିଧି କେବେ ମୁହଁ ଖୋଲିନାହାଁନ୍ତି। ବରଂ ଅଶାନ୍ତ ଭିଆଇପି ଅଞ୍ଚଳରେ ମରିବାପାଇଁ ଛାଡ଼ିଦେଇଛନ୍ତି କଲୋନି ବାସୀଙ୍କୁ। ଫଳରେ ଶିକ୍ଷାହବ୍ ବୋଲାଉଥିବା କିଟ୍ ନିକଟ ପ୍ରଶାନ୍ତିବିହାର ଏବେ ଅଶାନ୍ତ ପାଲଟିଛି।

ଘଟଣାଅନୁଯାୟୀ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଡ଼ାକ୍ତର ବିଏସଏଲ ରଥ (୩୩) ବାଲେଶ୍ବରରୁ ଜଣେ ରୋଗୀଙ୍କ ଚିକିତ୍ସାକରି ଘରକୁ ଫେରୁଥିଲେ। ବିଳମ୍ବତ ରାତି ପ୍ରାୟ ୧ଟାରେ କିଟ୍ ଛକରୁ ତାଙ୍କ କାରକୁ ଦୁଇଟି ବାଇକରେ ୬ଜଣ ଦୁର୍ବୃତ ମାରଣାସ୍ତ୍ରଧରି ପିଛାକରିଥିଲେ। କାର୍କୁ ଅଟକାଇବାପାଇଁ ଚେଷ୍ଟାମଧ୍ୟ କରିଥିଲେ। ପ୍ରଶନ୍ତିବିହାର ଦୁର୍ଗାମଣ୍ଡପ ନିକଟରେ ଗାଡ଼ିଆଗରେ ବାଇକରଖି ଅଟକାଇବାପାଇଁ ଚେଷ୍ଟାକରୁଥିଲା ବେଳେ କାରଉପରକୁ ଖଣ୍ଡା ଫୋପାଡ଼ି ଭୟଭିତ କରିଥିଲେ। ଏପରିସ୍ଥିତିଦେଖି ଡ଼ାକ୍ତର ରଥ କାରର ଗତି ବଢ଼ାଇ ଘରକୁ ପଳାଇଆସିଥିଲେ। ସକାଳେ ଇନ୍ଫୋସିଟି ଥାନାରେ ଅଭିଯୋଗ ଦେବାପରେ ପୁଲିସ୍ ତଦନ୍ତ କରିବା ଆରମ୍ଭ କରିଥିଲା। ସିସି ଟିଭି ଫୁଟେଜରୁ ଦୁର୍ବୃତଙ୍କୁ ଚିହ୍ନଟକରିଥିଲା। ହେଲେ ଖୁଲମଖୁଲା ବୁଲୁଥିବା ଦୁର୍ବୃତଙ୍କୁ କାବୁରକିବାରେ ସକ୍ଷମ ହୋଇପରିନାହିଁ।
