ଅଳ୍ପକେ ବର୍ତ୍ତୀଗଲେ ଗୋଟେ ପରିବାରର ବାର ଜଣ ସଦସ୍ୟ : Ommtv Kalingavikas
ଅଳ୍ପକେ ବର୍ତ୍ତୀଗଲେ ଗୋଟେ ପରିବାରର ବାର ଜଣ ସଦସ୍ୟ : Ommtv Kalingavikas
ଅଳ୍ପକେ ବର୍ତ୍ତୀଗଲେ ଗୋଟେ ପରିବାରର ବାର ଜଣ ସଦସ୍ୟ : Ommtv Kalingavikas
କଳାହାଣ୍ଡି ଜିଲ୍ଲା,୨୭/୦୯ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଉପର ପାତଲମା (କେନ୍ଦୁବରଡ଼ି) ଗ୍ରାମରେ ଆଜି ସକାଳୁ ବଡ଼ ଅଘଟଣରୁ ବଞ୍ଚିଗଲେ ଗୋଟେ ପରିବାରର ଦଶ ଜଣ ସଦସ୍ୟ I ଆଜି ଭୋରୁ ସକାଳୁ ସମୟରେ ବିଜୁଳି ମାରିବା ଫଳରେ ଜିମିଲି ମାଝୀ ଘରେ ଯାଇ ମାଡ଼ ହୋଇଥିଲା,ଯାହା ଫଳରେ ଘର କାନ୍ଥରେ ଫାଟକ ସୃଷ୍ଟି ହୋଇଥିଲା I ସେହି ସମୟରେ ଘର କାନ୍ଥ ପଡି ନଥିଲା କିନ୍ତୁ ଘରର ସମସ୍ତ ବ୍ୟକ୍ତି ସକାଳୁ ନିତ୍ୟ କର୍ମ ପାଇଁ ଘରୁ ବାହାରକୁ ଆସିବା କିଛି ସମୟ ପରେ ବା ଆଜି ସକାଳ ୦୬ ଘଣ୍ଟା ୪୫ ମିନିଟ ସମୟରେ ହଟାତ ଫାଟକ ଦେଇଥିବା କାନ୍ଥ ଟି ଭୁଶୁଡି ପଡିଥିଲା I

ତେଣୁକରି କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରି ପରେ ବଳବନ୍ତ,ଭIଗ୍ୟ ବଶତଃ ସେହି ସମୟରେ ଘରେ କୌଣସି ବ୍ୟକ୍ତି ଘର ଭିତରେ ଉପସ୍ଥିତ ନଥିଲେ,ପରିବାର କାହାର କିଛି କ୍ଷତି ମଧ୍ୟ ହୋଇନାହିଁ I ଘର ଭିତରେ ଥିବା ଆସବାବ ପତ୍ର,ଟିଭି,ଧାନ,ଚାଉଳ, ପିନ୍ଧିବା ଲୁଗା ପଟା ନଷ୍ଟ ହେଇ ଯାଇଅଛି, ସେହି ଘରେ ଜିମିଲି ମାଝୀ ଙ୍କ ସହିତ ତିନ ପୁଅ,ଦୁଇ ଝିଅ,ଦୁଇ ବୋହୁ,ନାତି ନାତୁଣୀ ଚାରିଜଣ ଚାଳିଥାନ୍ତି I ଏହI ପ୍ରଥମେ ଆମକୁ ତୁରନ୍ତ ଫୋନ କରି ସମସ୍ତ କଥା କହିଥିଲେ ଜିମିଲି ମାଝୀଙ୍କ ଜେଷ୍ଟ ପୁତ୍ର ସତ୍ୟ ମାଝୀ ତାପରେ ଖବର ପାଇ ଆମେ ଯାଇ ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲୁ ତାପରେ ସେ ଗ୍ରାମର ଲୋକଙ୍କ ଠାରୁ ସମସ୍ତ କଥା ବାଝି ସାରିବା ପରେ ତୁରନ୍ତ ମୁଁ ନିଜେ ଲାଞ୍ଜିଗଡ ତହସିଲଦାର ଶ୍ରୀଯୁକ୍ତ ବନମାଳୀ ମେହେରଙ୍କୁ ଫୋନ୍ କରିଥିଲି ତହସିଲଦାର ସମସ୍ତ କଥା ଶୁଣିବା ପରେ ତୁରନ୍ତ ଲାଞ୍ଜିଗଡ ରାଜସ୍ବ ନିରୀକ୍ଷକ ତାପସ ମିଶ୍ରଙ୍କୁ ନିର୍ଦ୍ଧେଶ ଦେଇଥିଲେ,ଘଟଣା ଘଟିଥିବା ସ୍ଥାନକୁ ଯିବା ପାଇଁ ଶ୍ରୀ ମିଶ୍ର ନିର୍ଦେଶ ପାଇବା ସଙ୍ଗେ ସଙ୍ଗେ ଘର ଭାଙ୍ଗି ଯାଇଥିବା ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ I ସେଠାରେ ସମସ୍ତ ତଦନ୍ତ କରି ସଙ୍ଗେ ସଙ୍ଗେ ସେହି ଘର ଭାଙ୍ଗି ଯାଇଥିବା ପରିବାର ମୁଖ୍ୟା ଜିମିଲି ମାଝୀଙ୍କୁ ତୁରନ୍ତ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ କୋଡିଏ ଫୁଟର ଜରି ପାଲ ଯୋଗେଇ ଦେଇଥିଲେ I ତତ ସଙ୍ଗେ ସଙ୍ଗେ ଶ୍ରୀ ମିଶ୍ର ଘର ଭାଙ୍ଗି ଯାଇଥିବା ଜିମିଲି ମାଝୀ ପରିବାର ସଦସ୍ୟ ଓ ଉପର ପାତଲମା ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତରେ କହିଥିଲେଯେ ଆପଣଙ୍କୁ ସରକାରଙ୍କ ରାଜସ୍ବ ବିଭାଗ ତରଫରୁ ଘର ଭଙ୍ଗା ପାଇଁ ସାହାଯ୍ୟ କରାଯିବ I ସେଥିପାଇଁ ଆପଣମାନେ କିଛି ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ କହି ସେଠାରୁ ଫେରି ଆସି ଜିମିଲି ମାଝୀଙ୍କ ଜେଷ୍ଟ ପୁତ୍ରଙ୍କୁ ଡାକି ଆଣି ପାଲ ଦେଇ ଦେଇଥିଲେ I
