ଦୁର୍ଗମ ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ କୋଠରୀରେ ଆଠଟି ଶ୍ରେଣୀ ଚାଲିଅଛି : Ommtv

ଦୁର୍ଗମ ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ କୋଠରୀରେ ଆଠଟି ଶ୍ରେଣୀ ଚାଲିଅଛି : Ommtv

ଦୁର୍ଗମ ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ କୋଠରୀରେ ଆଠଟି ଶ୍ରେଣୀ ଚାଲିଅଛି : Ommtv

ଦୁର୍ଗମ ଅଞ୍ଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ କୋଠରୀରେ ଆଠଟି ଶ୍ରେଣୀ ଚାଲିଅଛି : Ommtv 

କଳାହାଣ୍ଡି ଜିଲ୍ଲା,୨୭/୦୩(କବି) ଲାଞ୍ଜିଗଡ ବ୍ଲକ ସ୍ଥିତ ପାହାଡପଦର ପଞ୍ଚାୟତ ଅନ୍ତର୍ଗତ ବୋରପଦର ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୬୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା I ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି I ବିଦ୍ୟାଳୟରେ ଆଠ ଗୋଟି ଶ୍ରେଣୀକୁ ଆଠଟି ଶିକ୍ଷକ ରହିବା କଥା,କିନ୍ତୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ତିନି ଜଣ ଶିକ୍ଷକ ରହିଅଛନ୍ତି I ଏହି ବିଦ୍ୟାଳୟରେ ଆଠ ଗୋଟି ଶ୍ରେଣୀ ପାଇଁ ଏକ ଶ୍ରେଣୀ ଗୃହ ଓ ଏକ ବାରଣ୍ଡା ରହିଅଛି,ଯାହାଫଳରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ବିଦ୍ୟାଳୟ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ସମ୍ଭବପର ହୋଇ ପାରୁନାହିଁ I ଯାହାକି ବର୍ଷା ଖରା ମାଡ଼ ଖାଇ ଛାତ୍ରଛାତ୍ରୀ ମାନେ ବସି ପାଠ ପଢିଥାନ୍ତି ବୋଲି ବୋରପଦର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୈଦ୍ୟନାଥ ନାଏକ ଓ ଶିକ୍ଷକ ପ୍ରମୁଖ ଆମ ଆଘରେ ମତ ପ୍ରକାଶ କରଛନ୍ତି I ବିଦ୍ୟାଳୟର ଅବବ୍ୟବସ୍ଥାକୁ ନେଇ ବ୍ଲକ ଶିକ୍ଷା ବିଭାଗ ଓ ଗ୍ରାମ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ୱେ ମଧ୍ୟେ ପାହାଡ଼ପଦର ପଞ୍ଚାୟତ ଅନୁଦାନରୁ ଦୁଇଟି କୋଠା ନିର୍ମାଣ ପାଇଁ ଟଙ୍କା ମଞ୍ଜୁରୀ ହୋଇଥିଲା I କିନ୍ତୁ ବିଡମ୍ବନାର ବିଷୟ ଯେ ଅର୍ଥରାଶି ମଞ୍ଜୁରୀ ହୋଇ କୋଠା ନିର୍ମାଣ ତିନି ବର୍ଷ ପୁରିଗଲାଣି ଏବ ପର୍ଯ୍ୟନ୍ତ ଶ୍ରେଣୀ ଗୃହର ଛାତ ପଡିପାରିଲା ନାହିଁ I ସେହିପରି ବିଦ୍ୟାଳୟର ଅକ୍ତିଆରରେ ଥିବା ନଳକୂପ ମଧ୍ୟରୁ ଗୋଳିଆପାଣି ବା ଅପରିଷ୍କାର ପାଣି ବାହାରିଥାଏ I ବେଳେ ବେଳେ ଗୋଟିଏ ବାଲ୍ଟି ପାଣି ବାହାରିବା ପରେ ଆଉ ପାଣି ବାହାରି ନଥାଏ ଯେଉଁ ପାଣି ବାହାରିଥାଏ ତାହା ମଧ୍ୟ ବ୍ୟବହାର କରିବାର ଯୋଗ୍ୟ ନୁହଁ I ବିଦ୍ୟାଳୟର ଶ୍ରେଣୀ ଗୃହ ଓ ନଳକୂପର ଅବ୍ୟବସ୍ଥାକୁ ଦେଖି ଅଭିଭାବକ ମହଲରେ ଅଶନ୍ତୋଷ ଦେଖାଦେଇଛି I ଏଇ କଥା ନେଇ ପାହାଡପଦର ପଞ୍ଚାୟତ ସରପଞ୍ଚଙ୍କୁ ଆମେ ପଚାରିବାରୁ ସେ ବୋରପଦର ବିଦ୍ୟାଳୟ ପ୍ରକୃତରେ ଅବ୍ୟବସ୍ଥା ରହିଛି ବୋଲି ପରିପ୍ରକାଶ କରିଥିଲେ I ସରପଞ୍ଚ କହିଥିଲେଯେ ପରିତାପର ବିଷୟ ପଞ୍ଚାୟତ ଅନୁଦାନରୁ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ତିନି ବର୍ଷ ପୂର୍ବେ ଅର୍ଥ ମଞ୍ଜୁରୀ କରାଯାଇଥିଲା,କିନ୍ତୁ ମୁଁ ଦୁଃଖର ସହିତ କହୁଛିଯେ ଆଜି ପର୍ଯ୍ୟନ୍ତ ଦୁଇଟି କୋଠା ବା ଶ୍ରେଣୀ ଗୃହ ଛାତ ପଡି ପାରିନାହିଁ,ଯାହାଫଳରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବାରେ ବ୍ୟାଘାତ ସୃଷ୍ଟି ହେଉଅଛି I ବର୍ତ୍ତମାନ ସେହି ପାଖରେ ଆଉ ଗୋଟିଏ ନୂତନ କୋଠାପାଇଁ ପଞ୍ଚାୟତ ଅନୁଦାନରେ କାର୍ଯ୍ୟ ଚାଲିଛି ଓ ସେହି ଦୁଇଟି ପୁରୁଣା କୋଠକୁ ଛାତ ପକାଇବା ପାଇଁ ଲାଞ୍ଜିଗଡ ବ୍ଲକ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରଛି ବୋଲି ସରପଞ୍ଚ ମତ ବ୍ୟକ୍ତ କରିଥିଲେ,କିଛି ମାସ ମଧ୍ୟ୍ୟରେ ନିହାତି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି I ତେବେ ପୁରୁଣା କୋଠ ଉପରେ କେବେ ଛାତ ପକାଯିବ ଓ ବିଦ୍ୟାଳୟର ସମସ୍ୟା କେବେ ଦୂର ହେବ ତାହା ଆମକୁ ଦୀଖିବାକୁ ବାକି ରହିଲା I