ହାଣିବାପରେ ମୁଣ୍ଡକୁ ଛେଚିଦେଲେ ଘଟଣା... ଆରପିଏଫ ସୁରକ୍ଷା ଢ଼ିଲା, ତଦନ୍ତପରେ ବି ପତ୍ତାପାଉନି ପୁଲିସ୍ : Ommtv Kalinga vikas
ହାଣିବାପରେ ମୁଣ୍ଡକୁ ଛେଚିଦେଲେ ଘଟଣା... ଆରପିଏଫ ସୁରକ୍ଷା ଢ଼ିଲା, ତଦନ୍ତପରେ ବି ପତ୍ତାପାଉନି ପୁଲିସ୍ : Ommtv Kalinga vikas
ହାଣିବାପରେ ମୁଣ୍ଡକୁ ଛେଚିଦେଲେ ଘଟଣା...
ଆରପିଏଫ ସୁରକ୍ଷା ଢ଼ିଲା, ତଦନ୍ତପରେ ବି ପତ୍ତାପାଉନି ପୁଲିସ୍ : Ommtv Kalinga vikas
MCS, ୮/୯(KV): ମଞ୍ଚେଶ୍ବର ରେଳଡ଼ବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ଯୁବକଙ୍କ ଗଳିତ ମୃତଦେହକୁ ନେଇ ଆଜି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀକୁକୁର ଘଟଣାସ୍ଥଳରେ ତନାଘନା ତଦନ୍ତକରିଛନ୍ତି। ମୃତଦେହ ମିଳିଥିବା ସ୍ଥାନରୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣକୁ ପାଇବା ସହ ମୃତବ୍ୟକ୍ତିଙ୍କ ରକ୍ତ ନମୁନା ଓ ଅଙ୍ଗୁଳି, ପାଦ ଚିହ୍ନଟ ଫଟୋ ଉଠାଇ ନେଇଛନ୍ତି। ଏହାସହିତ ସନ୍ଧାନୀ କୁକୁର ଆଖପାଖ ଅଞ୍ଚଳକୁ ଖାନତଲାସ କରିଛି। ହେଲେ ଫଳଶୂନ୍ୟ ହୋଇଛି। ବ୍ୟକ୍ତିଜଣଙ୍କ ନିକଟରୁ କୌଣସି ପର୍ସ କିମ୍ବା ମୋବାଇଲ ଫୋନ୍ ମିଳିନଥିବାରୁ ତାଙ୍କୁ ଚିହ୍ନଟକରିବା କଷ୍ଠକର କାର୍ଯ୍ୟ ପାଲଟିଛି। ଅନ୍ୟପକ୍ଷରେ ଆଖପାଖଲୋକ ଏହି ଘଟଣା ନେଇ ଆରପିଏଫକୁ ସିଧାସଳଖ ଦାୟୀକରିଛନ୍ତି। ହତ୍ୟା ଭଳି ଏକ ଜଘନ୍ୟ କାଣ୍ଡ ଘଟାଇବା ଓ ପରେ ପ୍ରମାଣ ନଷ୍ଟକରିବା ଉଦ୍ୟେଶରେ ପାଇଖାନା ପଛପାଖରେ ଶବକୁ ଫୋପାଡ଼ି ଗଛ ଓ ପ୍ଲାଇ ପଟା ଘୋଡ଼ାଇ ଦୁର୍ବୃତମାନେ ଚମ୍ପଟ ମାରିବା ଭଳି ଘଟଣାପାଇଁ ଆରପିଏଫର ବେପରୁଆ ଖାମଖିଆଲି ମନୋଭାବ ଓ ସୁରକ୍ଷାଢ଼ିଲାକୁ ସ୍ଥାନୀୟଲୋକ ଘୋର ନିନ୍ଦାକରିଛନ୍ତି। ଉକ୍ତ ଖେଳ ପଡ଼ିଆର ପ୍ରବେଶ କିମ୍ବା ପ୍ରସ୍ଥାନ ଫାଟକରେ କୌଣସି ସିସିଟିଭି କ୍ୟାମେରା ନଥିବା ଏବଂ ପଡ଼ିଆ ଭିତରେ କୌଣସି ଲାଇଟ୍ ସୁବିଧା ନଥିବା ଅପରାଧକୁ ପ୍ରସୟ ଦେବାଭଳି ଘଟଣା ଆଇପିଏଫ୍ ସରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏନେଇ ଆରପିଏଫ ଆଇଆଇସି କୌଣସି ପ୍ରତିକିୟା ନରଖି ଆଜିଠାରୁ ଖେଳପଡ଼ିଆକୁ ତାଲା ପକାଇ କୌଣସି ଖେଳାଳିଙ୍କୁ ଭିତରକୁ ପ୍ରବେଶ କରିବାପାଇଁ ବାରଣ କରିଛନ୍ତି। ପ୍ରତକ୍ଷଦର୍ଶୀଙ୍କ ସୂଚନାମୂତାବକ ରେଳ ଖେଳପଡ଼ିଆ ଫାଟକରେ ତାଲା ପଡ଼ୁନଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଅସାମାଜିକ ଯୁବକଙ୍କର ଖଟି ଜମେ। ଅନେକ ଏହି ସ୍ଥାନକୁ ନିଶାପାନ କରିବା ସୁରକ୍ଷିତ ସ୍ଥାନଭାବେ ଚାଲିଆସନ୍ତି। ଏହି ଅଞ୍ଚଳ ଆରପିଏଫ ଅଧିନରେ ରହିଥିବାରୁ ଲୋକାଲ ପିସିଆର୍ ପାଟ୍ରୋଲିଂ କରେନାହିଁ। କିମ୍ବା ଆରପିଏଫ ପୁଲିସ୍ କାହାକୁ ବାରଣ କରେନାହିଁ। ଯେଉଁ ବେଖିଆଲି ମନୋଭାବ ପାଇଁ ହତ୍ୟା ଘଟଣାଘଟିଥାଇ ପାରେ ବୋଲି ଲୋକାଲ ଥାନା ପୁଲିସ୍ କହିଛି। ତେବେ ହତ୍ୟା କରାଯାଇଥିବା ବ୍ୟକ୍ତି ଜଣଙ୍କ ବିଷୟରେ ଜାଣିବାପାଇଁ ମଞ୍ଚେଶ୍ବର ଥାନା ପୁଲିସ୍ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରିବା ସହିତ ବ୍ୟବଛେଦ ଟିପୋର୍ଟକୁ ଅପେକ୍ଷା କରିଥିବା କହିଛି।

