ଦୁର୍ଘଟଣାରେ ନାବାଳକ ମୃତ୍ୟୁ ପୁଲିସ୍ ହାବିଲଦାରଙ୍କ ଦବଙ୍ଗଗିରି (କମିଶନରେଟ୍ ପୁଲିସ୍ ବଦନାମ): Ommtv.in

କାର ଧକ୍କାରେ ନାବାଳକ ମୃତ୍ୟୁ, ରାସ୍ତାରୋକକୁ ନେଇ ପୁଲିସ୍ ବାବୁଙ୍କ ଦବଙ୍ଗଗିରି

ଦୁର୍ଘଟଣାରେ ନାବାଳକ ମୃତ୍ୟୁ ପୁଲିସ୍ ହାବିଲଦାରଙ୍କ ଦବଙ୍ଗଗିରି (କମିଶନରେଟ୍ ପୁଲିସ୍ ବଦନାମ): Ommtv.in

ଦୁର୍ଘଟଣାରେ ନାବାଳକ ମୃତ୍ୟୁ, ପୁଲିସ୍ ହାବିଲଦାରଙ୍କ ଦବଙ୍ଗଗିରି (କମିଶନରେଟ୍ ପୁଲିସ୍ ବଦନାମ)  : Ommtv.in

ଚନ୍ଦ୍ରଶେଖରପୁର, ୧୭/୩ (ଓମ୍): ଦୃତଗାମି କାର ଧକ୍କାରେ ଗତକାଲି ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତି (କ) ଛକ ନିକଟରେ ଜଣେ ୧୨ ବର୍ଷର ନାବାଳକ (ଦୀପାୟନ ସାହୁ) ଗୁରୁତ ହୋଇଥିଲେ । ଆଜି ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଯାହାନେଇ ଦୁଇ ଶହ ଫୁଟିଆ ରାସ୍ତା କଡ଼ରେ ଥିବା ପଣ୍ଡାପାର୍କ ବସ୍ତି ଓ ଅନ୍ୟ କିଛି ବସ୍ତିର ଛକ ସ୍ଥାନରେ ହମ୍ପ ଓ ସୂଚନା ଫଳକ ଲଗାଇବା ପାଇଁ ସ୍ଥାନୀୟଲୋକ ରାସ୍ତା ରୋକକରି ଆଜି ମଧ୍ୟାହ୍ନରେ ଦାବିକରିଥିଲେ। ହେଲେ ଲୋକଙ୍କୁ ବୁଝାବୁଝିକରିବା ବଦଳରେ ଦେଖାଯାଇଥିଲା ଏକ ଅପ୍ରିତିକର ପରିସ୍ଥିତି। ଲୋକଙ୍କ ସେବା କରିବା ପରିବର୍ତେ ନାଲିଆଖିଦେଖାଇ ଭୟଭିତ କରୁଥିବା ୧୧୨ ପିସିଆର ହାବିଲଦାର ଜଗନ୍ନାଥ ରାୟ (ଜଗା) ତା’ର ଗୁଣ ଯୋଗୁ ରାଜଧାନୀର ବାର ଦାଣ୍ଡ ସୁଣ୍ଡି ପିଣ୍ଢା ହେଉଛି । ପ୍ରଥମେ କ୍ୟାପିଟାଲ ଥାନାରେ ଥିଲା ବେଳେ ଏମିତି ଜନତାଙ୍କୁ ଅସଭ୍ୟ ଆଚରଣ କରି ତଡ଼ା ଖାଇ ଏୟାରଭିଲଡ଼ ଥାନାକୁ ଆସିଥିଲା। ସେଠାରେ ମଧ୍ୟ କେଇଟା ଦିନ ରହି ଲୋକଙ୍କୁ ନାଲିଆଖିଦେଖାଇଲା। ଫଳରେ ସେଠାରୁ ବି ତଡ଼ାଖାଇ ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଆସିଛି। ଏଠାରେ ମଧ୍ୟ ତାର ଦବଙ୍ଗଗିରି ବଢ଼ିବାରେ ଲାଗିଛି। ଯାହାନେଇ ମାନବାଧିକାର ଓ ମାନହାନୀ ମାମଲାରେ ତାକୁ କୋର୍ଟ ଖୋସାଡ଼ିବାପାଇଁ କିଛି ସାମାଜସେବୀ ଅଣ୍ଟା ଭିଡ଼ିଛନ୍ତି। ହେଲେ କମିଶନରେଟ୍ ପୁଲିସ୍ ବାରମ୍ବାର ବଦନାମ କରୁଥିବା ଏହି ହାବିଲଦାର ଜଗାକୁ ଡ଼ିପାଟମେଣ୍ଟ ଲଗାମ ଲଗାଇ ପାରୁନାହିଁ। ଫଳରେ କଳଙ୍କ ମୁଣ୍ଡାଉଛି ଭୁବନେଶ୍ବର କମିଶନରେଟ୍ ପୁଲିସ୍। ଶରୀରରେ ବାହୁବଳି ହୋଇ ବୁଦ୍ଧି ଭ୍ୟଷ୍ଟ ହୋଇଯାଇଥିବା ଏହି ଜଗା ହାବିଲଦାର ଗତକାଲି ମାନବିକତା ଭୁଲିଯାଇଥିଲା। କାର୍ ଧକ୍କାରେ ପିଲାଟିର ମୃତ୍ୟୁ ହେଲାପରେ ରାସ୍ତା ରୋକ ଉତ୍ତେଜନା ପରିସ୍ଥିତି ସାଧାରଣ କଥା ହେଲେ ଜଗାବାବୁ ଯେମିତି ଆଚରଣ କଲେ କେବଳ ବସ୍ତିବାସିନ୍ଦାଙ୍କଠାରୁ ମୁଥ ମାଡ଼ ଖାଇବା ବାକିଥିଲା। ବସ୍ତି ଯୁବକ ହାତ ଉଠାଇବାପାଇଁ ପ୍ରସ୍ତୁର ‌ହୋଇଥିଲେ ମତ୍ର ବେକଳ ସ୍ଥାନୀୟ ପୁଲିସ୍ ମିତ୍ରମାନଙ୍କ ପାଇଁ ବର୍ତିଗଲେ। ହାତ ଗଣତି କେଇଟା ପୁଲିସ୍ ଓ ହୋମଗାର୍ଡ଼ ଓ ଶହ ଶହ ବସ୍ତି ବାସିନ୍ଦା ମଧ୍ୟରେ ହାତାହାତୀ ହୋଇଥିଲେ କାହାର ନାକ ନିଶ ତଳେ ପଡ଼ିଥାନ୍ତା‌ ତହାଆପଣ ନିଜେ ଭାବନ୍ତୁ । ସ୍ଥାନୀୟ ଯୁବକଗୋଷ୍ଠୀଙ୍କ ସୂଚନା ଅନୁଯାୟୀ ଏପରି ପୁଲିସୱାଲା ପାଇଁ ପୁରା ଡ଼ିପାଟମେଣ୍ଟ ବଦନାମ ହେଉଛି। କେବଳ ବରିଷ୍ଠ ଅଧିକାରୀଙ୍କ ମୁହଁକୁ ଚାହିଁ ସେମାନେ ଚୁପରହଲେ। ନହେଲେ ଗିରଫ ହୋଇଥାନ୍ତେ ପଛେ ଖନେଇ ଖନେଇ କଥାକହୁଥିବା ହାବିଲଦାର ଜଗାକୁ ପାନେ ଦେଇଥାନ୍ତେ।

ରାସ୍ତା ରୋକକୁ ନେଇ ପୁଲିସ୍ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ହୋଇଥିବା ବଚସା।  ଫଳରେ ଉ‌ତ୍ତେଜନା ଦେଖାଯାଇଥିଲା। ରାସ୍ତା ଅବରୋଧ ହଟାଇବାକୁ ନେଇ ୧୧୨ ପିସିଆର ଭ୍ୟାନରେ ଆସିଥିବା ପିସିଆର୍ କର୍ମଚାରୀ ଓ ‌ଜଣେ ହାବିଲିଦାର ସହ କଥାକଟାକଟିକୁ ନେଇ ଉଭୟ ପୁଲିସ୍ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ‌ବଚସା ହୋଇଥିଲା। ଏହିସମୟରେ ସ୍ଥାନୀୟ ଲୋକଙ୍କୁ ପିସିଆରରେ ଥିବା ଜଗନ୍ନାଥ ‌ରାୟ ନାମକ ଜଣେ ହାବିଲିଦାର ହଠାତ୍ ଭ୍ୟାନରୁ ବାହାରି ଆସି ହାତ ହଲାଇ ଉର୍ଚ୍ଚ ସ୍ବରରେ ଧାରଣାଦେଇଥିବା ଲୋକଙ୍କୁ ନାଲିଆଖିଦେଖାଇ ଧମକାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ ସେମାନେ ନିଜର ଦାବି ପୁରଣ ପାଇଁ ବସ୍ତି ନିକଟ ୨ଶହ ଫୁଟିଆ ନୀଳାଦ୍ରିବିହାର ରାସ୍ତାର ଗୋଟିଏ ପାଖକୁ ୧୦ ମିନିଟ ପାଇଁ ରାସ୍ତା ଉପରେ ଗାଡ଼ିଥୋଇ ଧାରଣାଦେଇଥିଲେ। କେହି ବରିଷ୍ଠ ପୁଲିସ୍ ଅଧିକାରୀ ଆସିଥିଲେ ସେମାନେ ରାସ୍ତାରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ରାସ୍ତାରେ ସ୍ପିଡ଼ ବ୍ରେକର ଲଗାଇବା କିମ୍ବା ସିମେଣ୍ଟ ହମ୍ପ ନିର୍ମାଣକରିବାପାଇଁ ଅନୁରୋଧ କରିଥାନ୍ତେ। ମାତ୍ର ପିସିଆର ଭ୍ୟାନରେ ଆସିଥିବା ହାବିଲିଦାର ଜଗନ୍ନାଥ ସେମାନଙ୍କ କଥା କିଛି ନବୁଝି ବାହୁବଳି ଭଳି ଲୋକଙ୍କୁ ଠେଲିପେଲି ତୁରନ୍ତ ରାସ୍ତାରୁ ହଟିଯିବାପାଇଁ ଚିତ୍କାରକରି ଧମକଦେଇଥିଲେ। ଯାହାକୁଦେଖି ସ୍ଥାନୀୟ ପୁରୁଷ, ମହିଳା ଓ ଯୁବକ ପୁଲିସର ବ୍ୟବହାର ପ୍ରତି ଅଙ୍ଗୁଳିଉଠାଇଥିଲେ। ଫଳରେ ଲୋକମାନଙ୍କ ଏକାଠି ଦେଖି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାବୁଝିକରିଥିଲା ଏବଂ ପିସିଆର୍ ଭ୍ୟାନକୁ ସେଠାରୁ ଚାଲିଯିବାପାଇଁ କହିଥିଲା। ସ୍ଥାନୀୟଲୋକ ଥାନା ପୁଲିସ୍ କଥାଶୁଣି ରାସ୍ତା ଅବରୋଧରୁ ହଟିବା ସହ ଥାନା ଅଧିକାରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନକରିଥିଲେ। ସୂଚନା ଥାଉକି ଗତ ୪ ଦିନ ମଧ୍ୟରେ ପଣ୍ଡାପାର୍କ (କ) ନିକଟରେ ୪ଟି ଦୁର୍ଘଟଣା ଘଟିଛି। ଉକ୍ତ ରାସ୍ତାଦେଇ ଶହ ଶହ ଗାଡ଼ି ଯାତାୟତ କରୁଥିବାରୁ ରାସ୍ତା ପାରହେଉଥିବା ଲୋକଙ୍କୁ ଗାଡ଼ି ଧକ୍କାଦେଇ ଚାଲିଯାଉଛି। ଯେଉଁ ଘଟଣାରେ ଏବେ ୪ଜଣ ପିଲା ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭିର୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଗତକାଲି ଧକ୍କାହୋଇଥିବା ଦୀପାୟନର ଆଜି ମୃତ୍ୟୁହୋଇଛି। ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ତା ଗୁରୁତ୍ବପୂର୍ଣ୍ଣଥିବା ଜଣାପଡ଼ିଛି। ତେଣୁଉକ୍ତ ସ୍ଥାନରେ ଗାଡ଼ି ଧୀରେ ଚଲାଇବା ଫଳକ, ରେଡ଼ିୟମ ବୋର୍ଡ଼ ଓ ସ୍ପିଡ଼ ବ୍ରେକର ଲଗାଇବାପାଇଁ ଦାବି ହୋଇଛି।