ରେଲୱେର ରାତିଅଧିଆ କାମକୁ ରଙ୍ଗମାଟିଆ ଗ୍ରାମବାସୀଙ୍କ ବିରୋଧ : Ommtv

ରେଲୱେର ରାତିଅଧିଆ କାମକୁ ରଙ୍ଗମାଟିଆ ଗ୍ରାମବାସୀଙ୍କ ବିରୋଧ

ରେଲୱେର ରାତିଅଧିଆ କାମକୁ ରଙ୍ଗମାଟିଆ ଗ୍ରାମବାସୀଙ୍କ ବିରୋଧ : Ommtv

ରେଲୱେର ରାତିଅଧିଆ କାମକୁ ରଙ୍ଗମାଟିଆ ଗ୍ରାମବାସୀଙ୍କ ବିରୋଧ : Ommtv

ଭୂବନେଶ୍ବର,୪/୩ : ଆଜି ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ରାସ୍ତା ରାତିଅଧିଆ କାମ ଚାଲିଥିଲା ବେଳେ ସ୍ଥାନୀୟ ରଙ୍ଗମାଟିଆ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। ରେଲୱେ ଠିକାଦାର ଗ୍ରାମବାସୀଙ୍କ ବିନା ଅନୁମତିରେ ଗ୍ରାମ୍ୟ ରାସ୍ତାକୁ ଖୋଳି ଏକ ଡ଼୍ରେନ୍ ତିଆରି କରୁଥିଲା ବେଳେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିଛନ୍ତି। ଘଟଣାଆନୁଯାୟୀ ରଙ୍ଗମାଟିଆ ସ୍କୁଲ ନିକଟରୁ ରେଳ‌ଫାଟକ ପର୍ଯ୍ୟନ୍ତ ଦେଢ଼ଶହ ମିଟର ଏକ ରାସ୍ତାକୁ ଗତ ୧୭ ବର୍ଷ ହେବ ମରାମତି କରିବାପାଇଁ ରେଲୱେ ଅନୁମତି ଦେଉ ନାହିଁ। ଫଳରେ ପ୍ରତିଦିନ ଶହଶହ ଯାନବାହାନ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କ ସହ ପାଞ୍ଚପଞ୍ଚାୟତ ଓ ସ୍ଥାନୀୟ ଲୋକ ଯମଯନ୍ତ୍ରଣାରେ ସମ୍ମୁଖୀନ ହେଉଛନ୍ତି। ବିଏମସି ୱାର୍ଡ଼ ୯ର ଏହି ରାସ୍ତା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରେଲୱେ ବିଭାଗ ନିଜେ ସେହି ରାସ୍ତାକୁ ମରାମତି କରୁନାହିଁ କିମ୍ବା ବିଏମସିକୁ ରାସ୍ତା କରିବାପାଇଁ ଅନୁମତିଦେଉନାହିଁ। ଫଳରେ ଗତ ୧୭ବର୍ଷ ହେବ ‌ସ୍ଥାନୀୟଲୋକ ଏହି ମାଟି ଖାଲଖମା ପାଣି କାଦୁଆ ରାସ୍ତାଦେଇ ଯାତାୟତ କରୁଛନ୍ତି। ବିଏମସି ଏହି ରାସ୍ତାକୁ ନିର୍ମାଣ କରିବାପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ରେଲୱେ ଅନୁମତି ଦେଉନଥିବାରୁ ସ୍ଥାନୀୟ ବିଧାୟକ ହାତବାନ୍ଧି ବସିଛନ୍ତି। ଉକ୍ତ ରାସ୍ତାନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ, କେନ୍ଦ୍ରମନ୍ତ୍ରୀ ‌ଧର୍ମେନ୍ଦ୍ର ପ୍ରଧାନ, ରେଲୱେ ଜିଏମ ଓ ଡ଼ିଆରଏମଙ୍କୁ ସାକ୍ଷାତକରି ଦାବି ପତ୍ର ପ୍ରଦାନ କରି ଆଲୋଚନା କରିଥିଲେ ମଧ୍ୟ ରେଲୱେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବାରୁ ବର୍ତ୍ତମାନ ଅତିଷ୍ଟ ଗ୍ରାମବାସୀ ରେଲୱେ କାମକୁ ବିରୋଧକରି ବରିଷ୍ଠ ଅଧିକାରୀମାନଙ୍କ ଦୃଷ୍ଟିଗୋଚର କରିବା ନିମନ୍ତେ ପ୍ରୟାସ କରିଛନ୍ତି। ଆଜିରାତିରେ ରେଲୱେ କାର୍ଯ୍ୟ ବନ୍ଦ ହେବାପରେ ଠିକାଦାର ଖୋଳାଯାଇଥିବା ରାସ୍ତାକୁ ପୁଣି ମାଟିପକାଇ ବନ୍ଦକରିବା ସହିତ ଉକ୍ତ ସ୍ଥାନରେ ସିମେଣ୍ଟର ଏକ ହମ୍ପ ତିଆରି କରିଛି। ଏନେଇ ରଙ୍ଗମାଟିଆ ଗ୍ରାମ୍ୟ କମିଟି ସଭାପତି ଯୋଗେନ୍ଦ୍ର ମହାରଣା, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା , ରଙ୍ଗମାଟିଆ ସମନ୍ବୟ କମିଟି ସଭାପତି ଗୋବିନ୍ଦ୍ର ବେହେରା ଏବଂ ସମ୍ପାଦକ ଭାସ୍କରଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଶହଶହ ଗ୍ରାମବାସୀ ରେଳୱେ କାମ କରୁଥିବା ସ୍ଥାନରେ ଡ଼୍ରୋଜରକୁ ଅଟକାଇ କାମ ବନ୍ଦକରିଛନ୍ତି। ପ୍ରଥମ‌େ ଗ୍ରାମ୍ୟବାସୀ ଦାବିକରୁଥିବା ରାସ୍ତାକୁ ନିର୍ମାଣକର ଓ ପରେ ରେଲୱେ ଡ଼୍ରେନକୁ ବିଏମସି ସହ ମିଶାଅ ବୋଲି ଦାବିକରିଛନ୍ତି ଶତାଧିକା ଗ୍ରାମବାସୀ।    

ସୂଚନାଥାଉକି ମଞ୍ଚେଶ୍ବର ରେଲୱେ ରେଳଡ଼ବା ମରାମତି କାରଖାନା ହେବାପରଠାରୁ ସ୍ଥାନୀୟ ଗ୍ରାମାଞ୍ଚଳଗୁଡ଼ିକରେ ଆଇନ ଅନୁଯାୟୀ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟକରିବା କଥା ତାହା କରୁନାହିଁ। କେବଳ ରେଲୱେ କଲୋନିକୁ ଚିକଣକରି ଗ୍ରାମବାସୀଙ୍କୁ ଅନ୍ଧାରରେ ଅଣଦେଖା କରିଛି। ମଞ୍ଚେଶ୍ବର ଷ୍ଟେସନକୁ ପ୍ରତିଦିନ ଶହ ଶହ ଯାତ୍ରୀ ଓ ଯାନବାହାନ ଆସୁଥିଲେ ମଧ୍ୟ ରଙ୍ଗମାଟିଆ ଗ୍ରାମର ରାସ୍ତାକୁ ଅଣଦେଖାକରି ଯମଯନ୍ତା ଭାବେ ଛାଡ଼ିଯାଇଛି। ଏହାପରେ ମଞ୍ଚେଶ୍ବର‌ଷ୍ଟେସନ୍ ନିକଟରେ ସ‌ିମେଣ୍ଟ ଅଲୋଡ଼ିଂ ସେଣ୍ଡର ଖୋଲି ସ୍ଥାନୀୟ‌ଅଞ୍ଚଳ ବାସୀଙ୍କୁ ସିମେଣ୍ଟ ଓ ଧୂଳି ନେଇ ପ୍ରଦୃଷଣ ଓ ପରିବେଶ ଖରାପ କରୁଛି। ଉକ୍ତ ଦେଢ଼ଶହ ମିଟର ରାସ୍ତାକୁ ନିଜର ସ୍ବାର୍ଥ ଓ ଯିଦରେ ଅଟଳରହି ରେଲୱେ କାମ କରାଇ ଦେଉନଥିବାରୁ ଉକ୍ତ ରାସ୍ତାରେ ରିତିମତ ଦୁର୍ଘଟଣା ଘଟୁଛି। ନିଜେ ମଧ୍ୟ ଉକ୍ତ ରାସ୍ତାକୁ ନିର୍ମାଣ କରୁନାହିଁ ରେଲୱେ । ଫଳରେ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ବର୍ତମାନ ‌ଅମୃତ ଯୋଜନାରେ ‌ମଞ୍ଚେଶ୍ବର ଷ୍ଟେସନକୁ ଉନ୍ନତିକରାଯାଇ କାମ ଚାଲିଥିଲା ବେଳେ ଅଧିକାରୀମାନେ ନିକଟ ରଙ୍ଗମାଟିଆ ଗ୍ରାମ୍ୟରାସ୍ତା ମସମ୍ୟା କଥା ଭୁଲିଯାଇଛନ୍ତି। ଅନ୍ୟ ପକ୍ଷରେ ରେଳ ବିଭାଗ ନିଜର ଡ଼୍ରେନକୁ ନିସ୍କାସନପାଇଁ ସ୍ବତନ୍ତ୍ର କାମ ନକରି ବିଏମସି‌ ଡ଼୍ରେନରେ ସଂଯୋଗ କରି ଚିନ୍ତାରୁ ମୁକ୍ତ ହୋଇଯିବା ଯୋଜାନ କରୁଥିଲା ବେଳେ ଆଜି ଗ୍ରାମର ରାସ୍ତାକୁ ଡ଼୍ରୋଜରରେ ଖୋଳୁଥିଲା ବେଳେ ଚାପା ଉତ୍ତେଜନା ଦେଖାଯାଇଥିଲା।