କନ୍ଧମାଳରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ: Ommtv

କନ୍ଧମାଳରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ

କନ୍ଧମାଳରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ: Ommtv

କନ୍ଧମାଳରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ: Ommtv
ଫୁଲବାଣୀ,୪ ।୩: କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ରବିବାର ଓ ସୋମବାର ଦୁଇଦିନ ଧରି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ସାଂସଦ ଶ୍ରୀ ସାମନ୍ତ ରବିବାର ପୂର୍ବାହ୍ନରେ ଫୁଲବାଣୀରେ ଆୟୋଜିତ ବିରାଟ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ କନ୍ଧମାଳ ଜିଲ୍ଲାରେ ବିକାଶର ରଥ ଆଗେଇ ଚାଲିଛି ବୋଲି କହିଥିଲେ । କନ୍ଧମାଳ ଜିଲ୍ଲାବାସୀଙ୍କ ସହଯୋଗରେ କନ୍ଧମାଳକୁ ଏକ ନମ୍ବର ଜିଲ୍ଲାରେ ପରଣିତ କରିବା ପାଇଁ ସେ ଆହ୍ୱାନ କରିଥିଲେ । ପରେ ଶ୍ରୀ ସାମନ୍ତ ବାଲିଗୁଡ଼ା ବ୍ଲକର ୪ଟି ଦୁର୍ଗମ ପଞ୍ଚାୟତରେ ୧୫କୋଟି ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ନିର୍ମାଣ ହେବାକୁ ଥିବା ୪ଟି ସେତୁର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ବାଲିଗୁଡ଼ା ବ୍ଲକର ବାରଖମା ପଞ୍ଚାୟତ ଡ଼େଲାମୁଣ୍ଡାଠାରୁ ଗତିଙ୍ଗିଆ ରାସ୍ତାରେ ୨କୋଟି ୮୭ଲକ୍ଷ ଟଙ୍କା ବ୍ୟୟରେ ଏବଂ ସଲାଗୁଡ଼ା ପଞ୍ଚାୟତ ସକରପଡ଼ି-ବୁକୁକିଆ ରାସ୍ତାରେ୨କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ବୁଡ଼ୁରୁକିଆ ପଞ୍ଚାୟତର ମାଦିନାଟ ନାଳ ଉପରେ ୫କୋଟି ୫ଲକ୍ଷ ଟଙ୍କା ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ଗାଡ଼ିଆଯୋଡ଼ି ନାଳ ଉପରେ ୩ କୋଟି ୯୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ହାଇ ଲେବଲ୍‍ ସେତୁର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାଇକିଆ ବ୍ଲକର ସୁଗଡ଼ାବାଡ଼ି-ଡ଼ିଗି ରାସ୍ତାର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଇକିଆ, ଟିଆଙ୍ଗିଆ, କାନବାଗେରୀ, ଟିକାବାଲିଠାରେ ସଂଖ୍ୟାଲଘୁ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାଛଡ଼ା ରାଇକିଆଠାରେ ପଞ୍ଚାୟତ ସୁବିଧା କେନ୍ଦ୍ର ଓ ରାଇକିଆ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଉଦ୍‍ଘାଟନ କରିଥିଲେ । ପରେ ରାଇକିଆଠାରେ ୩ଟି ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାଙ୍କୁ ନିଜସ୍ୱ ପାଣ୍ଠିରୁ ସିଲେଇ ମେସିନ୍‍ ବଣ୍ଟନ କରିଥିଲେ । ସୂଚନାଯୋଗ୍ୟ, ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସାଂସଦ ଶ୍ରୀ ସାମନ୍ତ ନିଜସ୍ୱ ପାଣ୍ଠିରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ସିଲେଇ ମେସିନ୍‍ ବଣ୍ଟନ କରିଆସୁଛନ୍ତି । ଏହିସବୁ କାର୍ଯ୍ୟକ୍ରମରେ ଉପବାଚସ୍ପତି ସାଲୁଗା ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ବିଡିଓ ସୀମାଚଳ ମଣ୍ଡଳ ପ୍ରମୁଖ ଯୋଗଦେଇ ଥିଲେ । ସୋମବାର ଦାରିଙ୍ଗିବାଡ଼ିରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ଉଦ୍‍ଘାଟନ କରିବା ସହ ଏସଡ଼ିସି ସାଂସ୍କୃତିକ ଭବନର ଶିଳାନ୍ୟାସ କରିଥିଲେ ଏବଂ ମହିଳାମାନଙ୍କୁ ସିଲେଇ ମେସିନ୍‍ ବଣ୍ଟନ କରିଥିଲେ । ଏଥିସହ ବାମୁଣିଗାଁଠାରେ ସଂଖ୍ୟାଲଘୁ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅନ୍ୟ ପକ୍ଷରେ ଆଜି ଦାରିଙ୍ଗିବାଡ଼ିର ୮ଟି ପଞ୍ଚାୟତର ୫ଶହରୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ । ଏହି ଅବସରରେ ବ୍ରାହ୍ମଣୀଗାଁଠାରେ ବିଜେଡ଼ି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ଶ୍ରୀ ସାମନ୍ତ କହିଲେ, ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଦକ୍ଷତା, ସ୍ୱଚ୍ଛତା, ସୁଶାସନ ଓ ବିକାଶରେ ଅନୁପ୍ରାଣୀତ ହୋଇ ବହୁ ଲୋକ ବିଜେଡ଼ିରେ ଯୋଗ ଦେଉଛନ୍ତି।