ହୋନ୍ଦୋଳରେ ବିଜେଡି ଦୁଇ ଫାଳ, ସୀମା ବିରୋଧରେ ଅସନ୍ତୋଷ : Ommtv

ହୋନ୍ଦୋଳରେ ବିଜେଡି ଦୁଇ ଫାଳ, ସୀମା ବିରୋଧରେ ଅସନ୍ତୋଷ

ହୋନ୍ଦୋଳରେ ବିଜେଡି ଦୁଇ ଫାଳ, ସୀମା ବିରୋଧରେ ଅସନ୍ତୋଷ : Ommtv
ହୋନ୍ଦୋଳରେ ବିଜେଡି ଦୁଇ ଫାଳ, ସୀମା ବିରୋଧରେ ଅସନ୍ତୋଷ : Ommtv
OMM TV ( www.ommtv.in ହିନ୍ଦୋଳ ରତିକାନ୍ତ ଗଡନାୟକ)। ବିଜୁ ଜନତା ଦଳ ର ୨୭ ତମ ପ୍ରତିଷ୍ଠା ଦିବସ ଆଜି ହିନ୍ଦୋଳ ଏନ୍ଏସି ୧୨ ନ ୱାର୍ଡ ବନମାଳୀପୁର୍ କ୍ଲବ ପରିସରରେ ହିନ୍ଦୋଳ ଯୁବ ବିଜେଡ଼ି ନେତା ପ୍ରଦୀପ ସାମନ୍ତ (ମୁନା ଭାଇ) ଙ୍କ ଆବାହକତ୍ବ ଓ ସଭାପତିତ୍ବରେ ସମାରୋହରେ ପାଳିତ ହୋଇଛି ।ଏଥିରେ ହିନ୍ଦୋଳ ଏନ୍ଏସି ବ୍ୟତୀତ ବ୍ଲକ୍ ର ସବୁ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ଶତାଧିକ କର୍ମୀମାନେ ଯୋଗଦେଇ ବିଜୁବାବୁ ଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପସ୍ଥିତ କର୍ମୀ ମାନେ ବିଗତ ଦଶ ବର୍ଷ ମଧ୍ୟରେ ହିନ୍ଦୋଳ ବିଧାୟିକା ଙ୍କ କୋପର ଶିକାର ହୋଇ କେମିତି ନିର୍ଯ୍ୟାତନା ଭୋଗୁଛନ୍ତି ଏବଂ ସମସ୍ତଙ୍କୁ ଅଣଦେଖା କରି ଚାଲିଛନ୍ତି ବୋଲି ନେତୃତ୍ୱ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଆଇନଜୀବି ବ୍ରହ୍ମାନନ୍ଦ ପଟ୍ଟନାୟକ ସୁଶାନ୍ତ କୁମାର ସାହୁ,ରବି ନାରାୟଣ ପରିଡା,ଦୀପକ ଗଡନାୟକ, ଗଣେଶ୍ଵର ସେଠୀ, ଅଶୋକ ସାହୁ, କେଶବ ପାଲ ପ୍ରମୂଖ ଦୁଇଶହ ରୁ ଉର୍ଦ୍ଧ ପୁରୁଷ ମହିଳା କର୍ମୀ ମାନେ ଯୋଗ ଦେଇ ବିଧାୟିକା ଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ। ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଆଜି ଠାରୁ ସୀମା ହଟାଓ ଅଭିଯାନ ଆରମ୍ଭ ହେଲା ବୋଲି ଆହ୍ଵାନ ଦେଇଥିଲେ। ଯାହାକୁ ଟିକେଟ ଦିଅ ସୀମା କୁ ଦେଲେ ବିଜେଡ଼ି ଦଳ ହିନ୍ଦୋଳ ରୁ ସଫା ହେବ ବୋଲି ଅନେକ କର୍ମୀ ଧମକ ଦେଇଥିଲେ। ଆଜିଠାରୁ ହିନ୍ଦୋଳ ବିଜେଡ଼ି ଦଳ ଦୁଇ ଫାଳ ହେଲା ବୋଲି ହିନ୍ଦୋଳ ସାଧାରଣ ରେ ଆଲୋଚନା ଆରମ୍ଭ ହେଲା।ନିକଟରେ ସୀମା ବିରୋଧୀ ଅଭିଯାନ ରେ ପ୍ରତି ପଞ୍ଚାୟତରେ ସାଧାରଣ ସଭା ଆୟୋଜନ କରିବାକୁ ଆବାହକ ଘୋଷଣା କରିଛନ୍ତି। ସର୍ବଶେଷରେ ଶ୍ୟାମଘନ ଭୁତିଆ ଧନ୍ୟବାଦ ଅର୍ପଣ କରିଥିଲେ। #Dhenkanal #Odisha #bjd #Ommtv #OmTV #Hindol Ommtv Ratikant : The 27th foundation day of Biju Janata Dal was celebrated today in the premises of Hindu NAC 12th Ward Banipur Club under the leadership and presidency of Hindu Youth BJD leader Pradeep Samantha (Muna Bhai). In addition to Hindu NAC, hundreds of workers from all the district council zones of the block participated in the function. He gave flowers in the photo. The workers present on the occasion of the establishment day expressed their anger on the leadership saying that they have been subjected to the anger of the Hindu nationalists for the last ten years and are being ignored. In this program, the lawyers Brahmanand Patnaik Sushant Kumar Sahu, Ravi Narayan Parida, Deepak Gadnaik, Ganeshwar Sethi were present. , Ashok Sahu, Keshav Pal Pramukh more than two hundred male and female workers joined and staged a protest against Dudayika. Senior lawyer Brahmanand Patnaik called for the start of border removal campaign from today. Many workers threatened that the winning party will be purged from Hindustan if they give the ticket to the border. From today, the Hindu Bijedi party has split into two. Discussions have started in the Hindu community. The leader has announced to organize a public meeting in every panchayat in the near future. At the end of the day, Shamghan Bhuvia gave thanks.
JOIN BHUBANESWAR PRESS CLUB : 9439177630