ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ପାଳିତ , ବିଜୁବାବୁଙ୍କ ସହଯୋଗୀଙ୍କୁ ଉତ୍ତର ଭୁବନେଶ୍ବର ପକ୍ଷରୁ ସମ୍ବର୍ଦ୍ଧନା : Ommtv.in

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ପାଳିତ , ବିଜୁବାବୁଙ୍କ ସହଯୋଗୀଙ୍କୁ ଉତ୍ତର ଭୁବନେଶ୍ବର ପକ୍ଷରୁ ସମ୍ବର୍ଦ୍ଧନା

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ପାଳିତ , ବିଜୁବାବୁଙ୍କ ସହଯୋଗୀଙ୍କୁ ଉତ୍ତର ଭୁବନେଶ୍ବର ପକ୍ଷରୁ ସମ୍ବର୍ଦ୍ଧନା : Ommtv.in

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତୀ ପାଳିତ , ବିଜୁବାବୁଙ୍କ ସହଯୋଗୀଙ୍କୁ ଉତ୍ତର ଭୁବନେଶ୍ବର ପକ୍ଷରୁ ସମ୍ବର୍ଦ୍ଧନା : Ommtv.in

ଭୁବନେଶ୍ବର: ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲିଆସାହି ବାଜପାୟୀ ନଗର ପଡିଆ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ଯେ ପ୍ରବାଦ ପୁରୁଷ ବିଜୁ ବାବୁ ଯେଉଁ ଆଧୁନିକ ଓଡିଶା ଗଠନର ସ୍ବପ୍ନ ଦେଖିଥିଲେ ତାକୁ ବାସ୍ତବତାର ରୂପ ଦେଇଛନ୍ତି ତାଙ୍କ ସୁପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ | ବିଶିଷ୍ଟ ଅତିଥି ମାନ୍ୟବର ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିଲେ ୧୩ ଟି ଜିଲ୍ଲାରୁ ୩୦ ଟି ଜିଲ୍ଲା, ମହିଳାଙ୍କ ପାଇଁ ୩୩ % ସ୍ଥାନ ସଂରକ୍ଷଣ ଭଳି ନିଷ୍ପତି ନେଇ ଓଡିଶା ବାସୀଙ୍କ ହୃଦୟର ସମ୍ରାଟ ଵନିଯାଇଥିଲେ। ଓଡ଼ିଶାର ବିକାଶର କର୍ଣ୍ଣଧାର ତଥା ଶିଳ୍ପର ବିକାଶ ପାଇଁ ପାରାଦୀପ ଠାରେ ବନ୍ଦର , ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଭଳି ନିର୍ମାଣ କରି ଓଡ଼ିଶାର ଯୁବକ ମାନଙ୍କୁ ନିଯୁକ୍ତି ଯୋଗାଇଦେବାକୁ ପ୍ରାଧାନ୍ୟ ଦେଇ ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବାରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ବୋଲି ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ପାତ୍ର କହିଥିଲେ | ଏହି ଅବସରରେ ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜୁବାବୁଙ୍କ ସହଯୋଗୀ ଥିବା ୧୦ ଜଣ ବରିଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ କୁଅଁର , ଶ୍ରୀଯୁକ୍ତ ଭଗବାନ ଜେନା, ଶ୍ରୀଯୁକ୍ତ ଶଙ୍କର ପତ୍ର, ଶ୍ରୀଯୁକ୍ତ ସମରେନ୍ଦ୍ର ସାହୁ, ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର, ଶ୍ରୀଯୁକ୍ତ ବଟକୃଷ୍ଣ ନନ୍ଦ, ଶ୍ରୀଯୁକ୍ତ ଜନକର ସାହୁ, ଶ୍ରୀଯୁକ୍ତ ବଳରାମ ବେହେରା, ଶ୍ରୀମତୀ ସଲିଲ ମହାପାତ୍ରଙ୍କୁ ମାନ୍ୟବର ବିଧାୟକ ସମ୍ବର୍ଦ୍ଧିତ କରିଥିଲେ | ଏହି ଜନସଭାରେ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର, ପୂର୍ବତନ କର୍ପୋରେଟର, ସରପଞ୍ଚ , ସମିତି ସଭ୍ୟ, ଏସ ଏଚ ଜି ମହିଳା, ଯୁବକ, ଛାତ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବା ସହିତ ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ରାଜଗାଦିରେ ବସାଇ ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ସମସ୍ତେ ଶପଥ ନେଇଥିଲେ। ଏଥି ସହିତ ଆଜି ସକାଳେ ଶଙ୍ଖ ଭବନ ଠାରେ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା। ଫରେଷ୍ଟ ପାର୍କ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହିତ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

COMING SOON...

Biju Patnaik's 108th birth anniversary celebrated in North constituency, greetings to Bijubabu's allies from North Bhubaneswar: Ommtv.in

Bhubaneswar: The 108th birth anniversary of Biju Patnaik, the great public figure, proverbial man and former Chief Minister of Odisha, was celebrated in a grand ceremony at Saliasahi Vajpayee City Hall under Bhubaneswar North Constituency. North MLA Sushant Kumar Raut joined as the chief guest and said that Biju Babu's dream of building a modern Odisha has become a reality. His son and Honorable Chief Minister Mr. Naveen Patnaik Hon'ble MP Mrs. Sulta Deo, the distinguished guest, said that out of 13 districts, 30 districts, 33% of the seats reserved for women, had won the hearts of the people of Odisha. Biju Babu's contribution to Odisha's economy by building a port at Paradip, Rourkela Steel Plant and providing employment to Odisha's youth is unique.Mr. Subas said On this occasion, 10 senior people who are Bijubabu's allies from North Constituency Mr. Antyarami Kuur, Mr. Bhagwan Jena, Mr. Shankar Pada, Mr. Samarendra Sahu, Mr. Pradeep Mishra, Mr. Batakrishnan Nanda, Mr. Janakhar Sahu, Mr. Balaram Behera, Mrs. Salil Mahapatra were honored as honorable MLAs. did In this public meeting, all the corporators, ex-corporators, Sarpanch, union members, SGH women, youth,Students participated in the program and everyone vowed to see Hon'ble Chief Minister Mr. Naveen Patnaik installed as the longest serving Chief Minister for the sixth time in the coming days. Also, Biju Jayanti was celebrated at Shankh Bhawan this morning. Fruits were distributed to patients at Capital Hospital along with wreath laying at Biju Babu's statue at Forest Park and Biju Patnaik Airport.