ଜମି କବଜା କରିବାକୁ ଯାଇ ବନ୍ଧାହେଲେ ଭଡ଼ାଟିଆ ଗୁଣ୍ଡା : Ommtv

ଜମି କବଜା କରିବାକୁ ଯାଇ ବନ୍ଧାହେଲେ ଭଡ଼ାଟିଆ ଗୁଣ୍ଡା

ଜମି କବଜା କରିବାକୁ ଯାଇ ବନ୍ଧାହେଲେ ଭଡ଼ାଟିଆ ଗୁଣ୍ଡା : Ommtv

ଜମି କବଜା କରିବାକୁ ଯାଇ ବନ୍ଧାହେଲେ ଭଡ଼ାଟିଆ ଗୁଣ୍ଡା : Ommtv

: ପଟିଆ, ଗାଡ଼କଣ ଓ ଅନ୍ଧାରୁଆ ଅଞ୍ଚଳର ୫ଜଣ ବାହୁବଳି ଭଡ଼ାଟିଆ ଗୁଣ୍ଡାଙ୍କୁ କାବୁକରି ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲଣକରିଛି। ‌ସେମାନେ‌ ହେଲେ ଗାଡ଼କଣର ପ୍ରଦୀପ୍ତ ସାହୁ (ପଦିଆ), ପଟିଆର ରଶ୍ମିରଞ୍ଜନ ପରିଡ଼ା (ଚିକୁ), ଅନ୍ଧାରୁଆର ସତ୍ୟବ୍ରତ ବେହେରା (ନନ୍ଦ) ଓ ସମିର ବାରିକ (ମୁନା)। ଏମାନଙ୍କୁ ପଟିଆର ଅଜିତ ମହାନ୍ତି ନାମକ ଜଣେ ଯୁବକ ଅର୍ଥଦେଇ ଭଡ଼ାଟିଆ ଗୁଣ୍ଡାଭାବେ ଜଣେ ବିଲଡ଼ର ଦଖଲ ଜମିକୁ କବଜା କରିବାନେଇ ଗଣ୍ଡଗୋଳ କରିବାକୁ ଉତ୍ସାହିତ କରିଥିଲା। ଏନେଇ ଆକ୍ରମଣର ଶିକାର ହୋଇଥିବା ଭୂମି କନଷ୍ଟ୍ରକସନର ମାନସ ବେହେରା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ ସେମାନଙ୍କ ଘରୁ ଗତକାଲି ଚଢ଼ାଉକରି ଗିରଫକରିଛି। ସେମାନଙ୍କ ନିକଟରୁ ୧୬ ହଜାର ଟଙ୍କା ଓ ଅନ୍ୟ କିଛି ମାରଣାସ୍ତ୍ର ଜବତ କରାଯାଇଛି। ଜେରା ବେଳେ ଅଭିଯୁକ୍ତମାନେ ନିଜ ଦୋଷ ସ୍ବକାର କରିବାପରେ ସେମାନଙ୍କୁ ଆଜି ହତ୍ୟା ଉଦ୍ୟମ, ଧମକ ଚମକ ଓ ଲୁଟ୍ ଅଭିଯୋଗରେ କ‌ୋର୍ଟ ଚାଲଣ କରିଦିଆଯାଇଛି। ଘଟଣାଅନୁଯାୟୀ ଗତ ୨ ତାରିଖଦିନ ମାସନ ବେହେରାକୁ ପଦିଆ ବିଳମ୍ବିତ ରାତିରେ ଫୋନକରି ଡ଼ମଣା ନିକଟ ଏକ ସ୍ଥାନକୁ ଡ଼ାକିଥିଲା। ସେଠାରେ ତାଙ୍କୁ ଗାମୁଛାରେ ବାନ୍ଧି ମୁଣ୍ଡରେ ବନ୍ଧୁକ ଓ ବେକରେ ଖଣ୍ଡା ଲଗାଇ ଶୁଭମ କନଷ୍ଟ୍ରକସନ୍ ଦଖଲ ଚାହୁଁଥିବା ଜମିକୁ ଛାଡ଼ିଦେବାପାଇଁ ଧମକଦେଇଥିଲେ। ବାରଣ କରିବାରୁ ୫ ଅଭିଯୁକ୍ତ ଓ ସେମାନଙ୍କ ସହ ଅନ୍ୟ କିଛି ବାଉଁସର ଯୁବକ ଲୁହା ରଡ଼ରେ ସଘଂବଦ୍ଧ ଆକ୍ରମଣକରି ମାନସକୁ ରକ୍ତାକ୍ତ କରିଦେଇଥିଲେ। ଏହାଦେଖି ମାନସ ସହ ଥିବା ଯୁବକମାନେ ଅଟକାଇବାରୁ ସେମାନଙ୍କୁ ମଧ୍ୟ ଅଭିଯୁକ୍ତମାନେ ମାଡ଼ମାରି ଖଣ୍ଡିଆ ଖାବରା କରିଦେଇଥିଲେ। ପରେ ମାନସର ବେକରୁ ସୁନା ଚେନ୍ ଓ କଡ଼ା ସହିତ ୨୨ ହଜାର ନଗଦ ଟଙ୍କା ଛଡ଼ାଇ ନେଇଥିଲେ। ପ୍ରାଣ ବଞ୍ଚାଇ ସେମାନେ ସେଠାରୁ ଆସିବାପରେ ପିସିଆର ଡ଼ମଣାଛକରୁ ସେମାନଙ୍କୁ ଉଦ୍ଧାରକରି ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତିକରିଥିଲା। ଏନେଇ ଥାନାରେ ଅଭିଯୋଗ ହେବାପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ହସ୍ପିଟାଲରୁ ମାନସ ସୁସ୍ଥହୋଇ ଆସିବାପରେ ଅଭିଯୁକ୍ତଙ୍କ ଫଟୋ ଦେଖାଇଥିଲେ ଯାହାକୁ ଚିହ୍ନଟକରି ପୁଲିସ୍ ସେମାନଙ୍କ ଘରୁ ଗତକାଲି ରାତିରେ ଉଠାଇଥିଲା। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଡ଼ିସିପି ପ୍ରତିକ ସିଂ କହିଛନ୍ତି ଏହି ଅଭିଯୁକ୍ତମାନେ ରାଜଧାନୀରେ ଜମି କବଜା କରିବା ଓ ବଳପୂର୍ବକ ବବ୍ୟସାୟୀଙ୍କ ଠାରୁ ଦାଦାଗିରି ଟଙ୍କା ଆଦାୟ କରିଥାନ୍ତି। ରାତିରେ କିଛି ବାରରେ ବାଉଁସର ଭାବେ କାମ କରନ୍ତି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃ‌ଷ୍ଟିକରି ନିଜକୁ ବାହୁବଳି ବୋଲି ପ୍ରତିଷ୍ଠିତ କରୁଥିଲେ। ଅସାମାଜିକ ଉପାୟରେ ଅର୍ଥ ରୋଜଗାର କରିବାନେଇ ସେମାନଙ୍କ ନାମରେ ଆଉ କିଛି ଲୋକମଧ୍ୟ ପୂର୍ବରୁ ପୁଲିସକୁ ସୂଚନାଦେଇଥିଲେ। ପୁଲିସ୍ ସେମାନଙ୍କ ଉପରେ ନଜର ରଖିଥିଲା ଏହି ବଡ଼ଧରଣ ଗଣ୍ଡଗୋଳ ପରେ ପ୍ରମାଣସହ ବାନ୍ଧିଲା।    

JOIN NEW BHUBANESWAR PRESS CLUB : 9439177630