ବିୟ୍ୟୁଟିପାର୍ଲର ନାମରେ ଘର ହଡ଼ପ ଯୋଜନା ପଣ୍ଡ, ସ୍ବାମୀ ଓ ସ୍ତ୍ରୀ ଗିରଫ : Ommtv

Crime News BBSR

ବିୟ୍ୟୁଟିପାର୍ଲର ନାମରେ ଘର ହଡ଼ପ ଯୋଜନା ପଣ୍ଡ, ସ୍ବାମୀ ଓ ସ୍ତ୍ରୀ ଗିରଫ : Ommtv
ବିୟ୍ୟୁଟିପାର୍ଲର ନାମରେ ଘର ହଡ଼ପ ଯୋଜନା ପଣ୍ଡ, ସ୍ବାମୀ ଓ ସ୍ତ୍ରୀ ଗିରଫ : Ommtv
: ଚନ୍ଦ୍ରଶେଖରପୁର ଡ଼ିଷ୍ଟିକ୍ ସେଣ୍ଟର ଅଞ୍ଚଳ‌ରେ ଘର ଭଡ଼ାନେଇ ବିୟ୍ୟୁଟିପାର୍ଲର କରିବା ଆଳରେ ନକଲି କୋର୍ଟ କାଜଗପତ୍ର ତିଆରିକରି ମାଲିକଠାରୁ ଦୁଇ ଠକ ଘର ହଡ଼ପ କରିବା ଯୋଜନା ପଣ୍ଡହୋଇଛି। ଯୋଜନା କରୁଥିବା ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଆଜି ଗିରଫକରି କୋର୍ଟ ଚାଲଣକରିଛି। ଗିରଫ ଦମ୍ପତିହେଲେ ସୋନାଟା ଦାଶ ଓ ତାଙ୍କ ସ୍ବାମୀ ସନ୍ଦିପ ପ୍ରସାଦ । ଅଭିଯୋଗ ଅନୁଯାୟୀ ସୋନାଟା ଜଣେ ଫେସିଆଲ୍ ଟ୍ରେନର ହୋଇଥିବାରୁ ୨୦୧୭ରେ ଏକ ପାର୍ଲର କରିବାନେଇ ଡ଼ିଷ୍ଟିକ୍ ସେଣ୍ଟରରେ ଥିବା ସୁମନ ମିଶ୍ର ନାମକ ଜଣେ ମହିଳାଙ୍କଠାରୁ ୪୦ ହଜାର ଟଙ୍କା ମାସିକ ଘର ଭଡ଼ା ଆକାରରେ ନେଇଥିଲେ। ପରବର୍ତି ସମୟରେ ସେମାନେ ଉପର ମହଲାକୁ ଏକ ଶିକ୍ଷାନୁଷ୍ଠାନ କରିବେବୋଲି ଦର୍ଶାଇ ପୁରା କୋଠାକୁ ଭଡ଼ା ଆକାରରେ ନେଇଯାଇଥିଲେ। ଘର ମାଲିକ ନିଜେ ନୟାପଲ୍ଲୀ ଅଞ୍ଚଳରେ ରହୁଥିବାରୁ ଡ଼ିଷ୍ଟିକସେଣ୍ଟରର କୋଠା ଭଡ଼ାଦେଇଥିଲେ। ମାତ୍ର ପୁରା ଘର ଭଡ଼ାରେ ନେବାପରେ ବର୍ଷ ବର୍ଷ ଧରି ଠକ ଦମ୍ପତୀ ଆଉ ଭଡ଼ା ନଦେଇ ପାଲଟା ଘର ମାଲିକ ସହ ବଚସା କରିଥିଲେ। ଏମିତିକି ମାଲିକ ନାମରେ ଚନ୍ଦ୍ରଶେଖରପୁର ଥାନାରେ ମିଛ ଦୁଷ୍କର୍ମ ଅଭିଯୋଗ ମଧ୍ୟଦେଇଥିଲେ। ଏନେଇ ଘରମାଲିକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାରୁ ଭଡ଼ାଟିଆ ସୋନାରିଟା କିଛି କୋର୍ଟ କାଗଜ ପତ୍ର ଦେଖାଇ ପୁଲିସ୍‌କୁ ସେହି ଘର ସେମାନେ କିଣିଛନ୍ତିବୋଲି ଯୁକ୍ତିକରିଥିଲେ। ପୁଲିସ୍ ସିଭିଲ ମାମଲକୁ ନେଇ ଅଭିଯୋଗକାରୀଙ୍କୁ କୋର୍ଟର ଆଶ୍ରୟ ନେବାପାଇଁ ପରାମର୍ଶ ଦେବାରୁ ସୁମନ ଉଭୟ ଠକ ଦମ୍ପତିଙ୍କ ନାମରେ ହାଇକୋର୍ଟରେ ମାମଲା ରୁଜୁକରିଥିଲେ। କ‌ୋର୍ଟରେ କାଗଜପତ୍ର ତଦନ୍ତ ହେବାରୁ ଜଣାପଡ଼ିଥିଲା ସେଗୁଡ଼ିକ ନକଲିବୋଲି। ଯାହାନେଇ ଆଜି ପୁଲିସ୍ କୋର୍ଟର ନି‌ର୍ଦେଶ ଅନୁଯାୟୀ ଠକ ଦମ୍ପତୀଙ୍କୁ ଗିରଫକରି କୋର୍ଟ ଚାଲଣକରିଛି। ଅଧିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି କି,ଏହି ଠକ ଦମ୍ପତୀଙ୍କ ନାମରେ ନୟାପଲ୍ଲୀ ଥାନାରେ ପୂର୍ବରୁ ଦୁଇଟି ଠକେଇ ଅଭିଯୋଗ ରହିଛି। ଏମାନେ ବିଭିନ୍ନ ସ୍ଥାନରେ ଘର ଭଡ଼ାନେଇ ପରବର୍ତି ସମୟରେ ଘରକୁ ନିଜ ନାମରେ ନକଲି କାଗଜପତ୍ରକରି ମାଲିକକୁ ଧମକ ଚମକ ଦେଇଥାନ୍ତି। ‌ଏମିତିକି ସୋନାଟା ମହିଳା ନିର୍ଯ୍ୟାତନା ଅଭିଯୋଗ ଆଣି ଅସଲି ଘରମାଲିକମାନଙ୍କୁ ବ୍ଲାକମେଲ କରୁଥିଲାବୋଲି ପୁଲିସ୍ କହିଛି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ଆଗାମି ଦିନରେ ରିମାଣ୍ଡରେ ଆଣି ପୁଲିସ୍ ସେମାନଙ୍କ ଠକାମି ଲିଙ୍କ କେଉଁଆଡ଼େ ବ୍ୟାପିଛି ତାହ‌ାନେଇ ତଦନ୍ତକରିବ ବ‌ୋଲି ସୂଚନାଦେଇଛି।