ଆସାମୀକୁ ତୁରନ୍ତ ଗିରଫ କର, ଅନ୍ୟଥା ବିକ୍ଷୋଭ ଓ ବନ୍ଦ ଡାକରା ଦେବ ଭାଜପା : ଓମଟିଭି

କିଶୋରନଗର ବ୍ଲକ୍ ପରିସରରେ ଅନଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ବ୍ଲକ୍ ପରିସରରେ ଶାସକ ଦଳର ପୋଷାକ ପିନ୍ଧି କିଶୋରନଗର ଥାନା ଟାପୁରୁଶିଙ୍ଗା ଗ୍ରାମର ବୀରକିଶୋର ପ୍ରଧାନ ଓରଫ କାଳିଆ, ହଣ୍ଡପା ପଞ୍ଚାୟତର ମହିଳା ସରପଞ୍ଚ ରଶ୍ମିତା ପ୍ରଧାନଙ୍କୁ ଚାନ୍ଦା ନଦେବାରୁ ଇଟାରେ ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ହତ୍ୟା କରିବା ପାଇଁ ଧମକ ଦେଇଥିଲେ।।

ଆସାମୀକୁ ତୁରନ୍ତ ଗିରଫ କର, ଅନ୍ୟଥା ବିକ୍ଷୋଭ ଓ ବନ୍ଦ ଡାକରା ଦେବ ଭାଜପା : ଓମଟିଭି

ଆସାମୀକୁ ତୁରନ୍ତ ଗିରଫ କର, ଅନ୍ୟଥା ବିକ୍ଷୋଭ ଓ ବନ୍ଦ ଡାକରା ଦେବ ଭାଜପା : ଓମଟିଭି

( ମହିଳା ସରପଞ୍ଚଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଘଟଣା)

ଆଠମଲ୍ଲିକ(ରିପୋର୍ଟ: ଜିତେନ୍ ସାହୁ): କିଶୋରନଗର ବ୍ଲକ୍ ପରିସରରେ ଅନଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ବ୍ଲକ୍ ପରିସରରେ ଶାସକ ଦଳର ପୋଷାକ ପିନ୍ଧି କିଶୋରନଗର ଥାନା ଟାପୁରୁଶିଙ୍ଗା ଗ୍ରାମର ବୀରକିଶୋର ପ୍ରଧାନ ଓରଫ କାଳିଆ, ହଣ୍ଡପା ପଞ୍ଚାୟତର ମହିଳା ସରପଞ୍ଚ ରଶ୍ମିତା ପ୍ରଧାନଙ୍କୁ ଚାନ୍ଦା ନଦେବାରୁ ଇଟାରେ ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ହତ୍ୟା କରିବା ପାଇଁ ଧମକ ଦେଇଥିଲେ।। ନିଜକୁ ଅସୁରକ୍ଷିତ ମନେକରି ଶ୍ରୀମତୀ ପ୍ରଧାନ ତତ୍କାଳ କିଶୋରନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ଆସାମୀକୁ ଗିରଫ କରିନାହିଁ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜଣେ ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଅଶ୍ଳୀଳ ଗାଳିଗୁଲଜ ଏବଂ ହତ୍ୟା ଧମକ ଅତ୍ୟନ୍ତ ଅଶୋଭନୀୟ। ଜିଲ୍ଲା ମୁଖିଆଙ୍କ ଉପସ୍ଥିତି ସତ୍ତ୍ୱେ ତତ୍କାଳ କୌଣସି ପଦକ୍ଷେପ ନେବାରେ ବିଫଳ ହେବା, ପୁଲିସ ଓ ସରକାରର ମହିଳାଙ୍କ ସୁରକ୍ଷା ଓ ସମ୍ମାନ ନାରା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ଅନଗୁଳ ଜିଲ୍ଲା ଭାଜପା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ କୁମାର ସାହୁଙ୍କ ସମେତ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ କିଶୋରନଗର ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଜଣେ ପେଶାଦାର ଅପରାଧି ଭାବେ ପୂର୍ବରୁ ବହୁବାର ଜେଲ ଯାଇଥିବା ଜଣେ ଅସାମାଜିକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ନପାରିବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଶାସକ ଦଳୀୟା ପୋଷାକ ପିନ୍ଧିଥିବାରୁ କୌଣସି ଚାପ ରହିଥିବା ନେଇ ଆଲୋଚନା କରିଛନ୍ତି। ତୁରନ୍ତ ଆସାମୀକୁ ଗିରଫ କରାଯିବା ସହ କଠୋର ଦଣ୍ଡବିଧାନ ଏବଂ ମହିଳା ସରପଞ୍ଚଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବାକୁ ଦାବି ହୋଇଛି। ଏକ ସପ୍ତାହ ମଧ୍ୟରେ ଗିରଫ କରନଗଲେ ହଜାର ହଜାର ସଂଖ୍ୟାରେ ମହିଳା ଓ ଭାଜପା କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କିଶୋରନଗର ବନ୍ଦ ଡାକରା ଦିଆଯିବାକୁ ଜଣାଇ ଦିଆଯାଇଛି। 

ଉକ୍ତ ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ନେତା ହୃଦାନନ୍ଦ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡଃ ଅଲେଖ ପ୍ରଧାନ, ରତ୍ନାକର ପ୍ରଧାନ, ସ୍ଵୟମ୍ବର ପ୍ରଧାନ, ବାନାମ୍ବର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ସୁବୋଧ ବେହେରା, ଶରତ ଦାସ, ସନ୍ତୋଷ ଦାସ, ଉଦୟ ପ୍ରଧାନ, କୁମୁଦ ପ୍ରଧାନ, ସରୋଜ କୁମାର ସାହୁ, ଜିତେନ୍ଦ୍ର ସାହୁ, ଵିଭସ୍ଚ ପ୍ରଧାନ, ନିରଞ୍ଜନ ସାହୁ, ଗୋକୁଳା ବାଘ, ମୋତିଲାଲ ପ୍ରଧାନ, ଅଜିତ ପ୍ରଧାନ, ବାବ୍ରୁବାହାନ ସେଠ ପ୍ରମୁଖ ଉପସ୍ଥିତ ଥିଲେ।