ପାଞ୍ଚଟି ପ୍ରକଳ୍ପ ଉଦଘାଟନକଲେ ଉପ ବାଚସ୍ପତି : ଓମିଟିଭି

ଆମ ରାଜ୍ୟ ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ କରକମଳରେ ଆଜି ଅନୁଗୋଳ ବ୍ଲକ ଛେଳିଆପଡା ଗ୍ରାମ ପଞ୍ଚାୟତରେ ୫ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ଅର୍ଥାତ ଛେଳିଆପଡା ମିଶନ ଶକ୍ତି ଗୃହ, ବୁଢ଼ାପଦା ସାହି ଗୋଷ୍ଠି କେନ୍ଦ୍ର, ବୁଢ଼ାପଦା ସାହି ମଣ୍ଡପ, ବୁଢ଼ାପଦା ସାହି ଅଙ୍ଗନବାଡ଼ି କେନ୍ଦ୍ର ଓ ତାଳବୁରୀ ସାହି କୋଠଘର। ଏଥି ସହିତ ତାଳବୁରୀ

ପାଞ୍ଚଟି ପ୍ରକଳ୍ପ ଉଦଘାଟନକଲେ ଉପ ବାଚସ୍ପତି : ଓମିଟିଭି

ପାଞ୍ଚଟି ପ୍ରକଳ୍ପ ଉଦଘାଟନକଲେ ଉପ ବାଚସ୍ପତି : ଓମିଟିଭି

(ରିପୋର୍ଟ: ଜିତେନ୍ ସାହୁ) :ଆମ ରାଜ୍ୟ ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ କରକମଳରେ ଆଜି ଅନୁଗୋଳ ବ୍ଲକ ଛେଳିଆପଡା ଗ୍ରାମ ପଞ୍ଚାୟତରେ ୫ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ଅର୍ଥାତ ଛେଳିଆପଡା ମିଶନ ଶକ୍ତି ଗୃହ, ବୁଢ଼ାପଦା ସାହି ଗୋଷ୍ଠି କେନ୍ଦ୍ର, ବୁଢ଼ାପଦା ସାହି ମଣ୍ଡପ, ବୁଢ଼ାପଦା ସାହି ଅଙ୍ଗନବାଡ଼ି କେନ୍ଦ୍ର ଓ ତାଳବୁରୀ ସାହି କୋଠଘର। ଏଥି ସହିତ ତାଳବୁରୀ ସାହିର ପିଇବା ପାଣି ସମସ୍ୟା ବିଷୟରେ, ଅତିରିକ୍ତ ସାହି ମୁଖ୍ୟ କୋଠଘର ନିର୍ମାଣ ଏବଂ ନୂଆଗାଁ ଠାରୁ ଛେଳିଆପଡା ପଞ୍ଚାୟତ ଅଫିସ ଓ ଛେଳିଆପଡା ଶିବ ମନ୍ଦିର ଠାରୁ ବାଳୁଅକଟା ପର୍ଯ୍ୟନ୍ତ ରାସ୍ତା ସଂଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ହେବା ପାଇଁ ସର୍ଭେ ସରିଛି ବୋଲି ଶ୍ରୀ ସିଂହ କହିଛନ୍ତି। ଅନୁଗୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଅରୁଣାଭ ସିଂହ, ଖଲାରୀ ସମିତି ସଭ୍ୟ ରାକେଶ ନନ୍ଦ, ସରୋଜ ନାଏକ, ପ୍ରଫୁଲ୍ଲ ପ୍ରଧାନ, ଦୁଷ୍ମନ୍ତ ପ୍ରଧାନ, ଉମେଶ ସାହୁ ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ।