ଘରୋଇ ହସ୍ପିଟାଲରୁ ମାନସିକ ରୋଗୀ ନିଖୋଜ : Ommtv
ଘରୋଇ ହସ୍ପିଟାଲରୁ ମାନସିକ ରୋଗୀ ନିଖୋଜ : Ommtv
ଘରୋଇ ହସ୍ପିଟାଲ ଆପୋଲୋରୁ ମାନସିକ ରୋଗୀ ନିଖୋଜ : Ommtv
: ଗଜପତି ନଗର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ (ଆପୋଲୋ) ରୁ ଆଜି ମଧ୍ୟାହ୍ନରେ ଜଣେ ମାନସିକ ରୋଗୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ନିଖୋଜ ରୋଗୀ ଜଣଙ୍କ ନାମ ଶସ୍ତ୍ର ନାୟକ (୪୬)। ତାଙ୍କ ଘର ଚକାପାଦ କନ୍ଧମାଳ ଜିଲ୍ଲାରେ ହୋଇଥିଲା ବେଳେ ସେ ଗତ କିଛି ଦିନ ହେବ ମାନସିକ ଯନ୍ତ୍ରଣାରୁ ଚାପରେ ଥିବାରୁ ତାଙ୍କ ପରିବାରଲୋକ ଚିକିତ୍ସାପାଇଁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲକୁ ଆଜି ଆଡ଼ମିଟ୍ କରାଇଥିଲେ। ମାତ୍ର ଆଜି ମଧ୍ୟାହ୍ନ ଭୋଜନ କରି ହାତଧୋଇବାପାଇଁ ଯିବାବେଳେ ହସ୍ପିଟାଲ ବାହାରକୁ ଆସି କେଉଁଆଡ଼େ ପଳାଇଥିଲେ। ପରିବାରଲୋକ ତାଙ୍କୁ ନପାଇଁ ହସ୍ପିଟାଲ ସୁରକ୍ଷାକର୍ମୀ ଓ ପରେ ଆଖପାଖ ଅଞ୍ଚଳରେ ଖୋଜଖୋଜି କରି ନିରାସ ହୋଇଥିଲେ। ପରେ ହସ୍ପିଟାଲ ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା ରୋଗୀ ଜଣଙ୍କ ଚାଲିଚାଲି ହସ୍ପିଟାଲ ବାହାରକୁ ପଳାଉଛନ୍ତି। ତେବେ ମୁଖ୍ୟ ରାସ୍ତାକୁ ଆସିବାପରେ ସେ ରାସ୍ତା ପାରହୋଇ ଏକ ବସ୍ତି ଦିଗକୁ ଯାଉଛନ୍ତି। କିନ୍ତୁ ସେଠାରେ ମଧ୍ୟ ଖୋଜାଖୋଜି କରି ତାଙ୍କର କୌଣସି ପତ୍ତା ନମଳିବାରୁ ପରିବାରଲୋକ ସ୍ଥାନୀୟ ସହିଦନଗର ଥାନାରେ ଏକ ନିଖୋଜ ଅଭିଯୋଗ କରିଛନ୍ତି। ପୁଲିସ୍ ଅଭିଯୋଗକୁ ଭିତିକରି ଭୁବନେଶ୍ବର ବିଭିନ୍ନ ସ୍ଥାନରେ ଯୁବକଜଣଙ୍କୁ ଖୋଜାଖୋଜି କରୁଥିବା କହିଛି। ହେକି ସହୋଦୟ ବ୍ୟକ୍ତି ନିଖୋଜ ବ୍ୟକ୍ତି ଜଣଙ୍କୁ ଦେଖିଲେ ଚିହ୍ନଁଟକରି ସହିଦନଗର ଥାନାକୁ କିମ୍ବା ୯୩୪୮୦୫୫୪୦୧ ରେ ଯୋଗାଯୋଗ କରିବାକୁ ଅନୁରୋଧ। ଏହି ଖବରଟିକୁ ସେୟାର କରିବାପାଇଁ ଓମଟିଭି ପକ୍ଷରୁ ଅନୁରୋଧ ରହିଲା।