ସର୍ବ ଭାରତୀୟ କିକ ବକ୍ସିଂ ଟୁର୍ନାମେଣ୍ଟ : Ommtv

Boxing News

ସର୍ବ ଭାରତୀୟ କିକ ବକ୍ସିଂ ଟୁର୍ନାମେଣ୍ଟ : Ommtv

ସର୍ବ ଭାରତୀୟ କିକ ବକ୍ସିଂ ଟୁର୍ନାମେଣ୍ଟ : Ommtv

(ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକ):ସର୍ବ ଭାରତୀୟ କିକ ବକ୍ସିଂ ଟୁର୍ନାମେଣ୍ଟ ରେ ଗତ 14 ତାରିଖ ରୁ 22 ମାର୍ଚ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ରାଜ୍ୟର ବୀର ବାହାଦୁର ସିଂହ ଇଉନିଭର୍ସିଟି ଠାରେ ଆୟୋଜିତ ଟୁର୍ନାମେଣ୍ଟ ରେ ଉତ୍କଳ ଇଉନିଭର୍ସିଟି କ୍ରୀଡାବିତ୍ ରୋଷନି ବେଗମ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ରୋଶନୀ ଏବେ ହିନ୍ଦୋଳ ସାତ ମାଇଲ ସ୍ଥିତ ଜନତା କଲେଜ +3 ଛାତ୍ରୀ ତଥା ଢେଙ୍କାନାଳ ଜିଲ୍ଲା କିକ ବକ୍ସିଂ ସଂଘର କ୍ରୀଡାବିତ୍ ଭାବେ ଅଛନ୍ତି। ତାଙ୍କ କୃତିତ୍ଵ ପାଇଁ କିକ ବକ୍ସିଂ କୋଚ୍ ମିହିର କୁମାର ସାହୁ, ଜନତା କଲେଜ ସଭାପତି ହିନ୍ଦୋଳ ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ଵାଇଁ, କଲେଜ ଅଧ୍ୟକ୍ଷ ସୁଧାଂଶୁ କୁମାର ବେହେରା, ଆଲୁମ୍ନୀ ସଭାପତି ରତିକାନ୍ତ ଗଡନାୟକ ଅଭିନନ୍ଦନ ଜଣାଇଛନ୍ତି।