ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ" Ommtv

Hindu New Year

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ" Ommtv

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ" Ommtv

(ହିନ୍ଦୋଳ-ରତିକାନ୍ତ ଗଡନାୟକ ) ଆଜି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ଅବସରରେ ପ୍ରତିବର୍ଷ ପରି ସାରା ଦେଶରେ ଏହି ପବିତ୍ର ଦିନରେ ହିନ୍ଦୋଳ ଉପଖଣ୍ଡସ୍ତ ହାତୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ଦ୍ଵାରା ନବବର୍ଷ ପାଳନ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଛି। ମାଆ ଭାରତୀ ଙ୍କ ପୂଜା ବନ୍ଦନା ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ମିଷ୍ଟାନ୍ନ ବଣ୍ଟନ ସହ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା ହୋଇଥିଲା। ପ୍ରଧାନ ଆଚାର୍ଯ୍ଯା ରଞ୍ଜିତା ସାହୁ ଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁମା କଲ୍ୟାଣୀ ପ୍ରଧାନ, ସୁଜାତା ମାଝୀ, ମିରାବାଇ ପ୍ରଧାନ, କବିତା ପ୍ରଧାନ, ଅପରାଜିତା ଦେହୁରୀ ପ୍ରମୂଖ ସହଯୋଗ କରିଥିଲେ। ପରିଚାଳନା କମିଟି ସମ୍ପାଦିକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।