ଗ୍ରାମର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ : Ommtv

Dhenkanal News

ଗ୍ରାମର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ : Ommtv

ଗ୍ରାମର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ହିନ୍ଦୋଳ ଉପଖଣ୍ଡର ସର୍ବ ବୃହତ ଗ୍ରାମ ପଡା ଗ୍ରାମରେ ଗତ କାଲି ଗ୍ରାମର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ବିଶିଷ୍ଟ କବି କଳାକାର କରୁଣାକର ବାଇ ଙ୍କ ସଂଯୋଜନାରେ ଗ୍ରାମ ସଭାପତି ସନ୍ତୋଷ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସ ବରେ ମୁଖ୍ୟ ଅତିଥି ଭାବେ ବର୍ଷିୟାନ ସମାଜ ସେବୀ ହାଡିବନ୍ଧୁ ବେହେରା ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ସମାଜ ସେବୀ ରତିକାନ୍ତ ଗଡନାୟକ, ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ଅଭୟ ଆଚାର୍ଯ୍ୟ, ଶିକ୍ଷାବିତ ବିପ୍ରବର ନାଥ, ଜାଦୁଗର ବିମଳ ବିଶ୍ଵାଳ ଯୋଗ ଦେଇଥିଲେ।ସନ୍ଧ୍ୟାରେ ବରିଷ୍ଠ କଳାକାର ମାନଙ୍କ ଦ୍ଵାରା ବରିଷ୍ଠ କଳାକାର ପ୍ରଫୁଲ୍ଲ କୁମାର ସାହୁଙ୍କ ଦ୍ଵାରା ନିର୍ଦେଶନା ରେ ପୌରାଣିକ ଗୀତିନାଟ୍ୟ ଇନ୍ଦୁମତୀ ହରଣ ମଞ୍ଚସ୍ଥ ହୋଇଥିଲା। ଗୀତିନାଟ୍ୟ ମଞ୍ଚସ୍ଥ ପରେ ବରିଷ୍ଠ ଦଣ୍ଡ କଳାକାର ମାନଙ୍କ ଦ୍ଵାରା ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିଲା। ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ତିନି ହଜାର ରୁ ଉର୍ଦ୍ଧ ଦର୍ଶକ ରାତି ସାରା ଶୃଙ୍ଖଳାର ସହ ଉପଭୋଗ କରିଥିଲେ। ଆଜି ସକାଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ହାଡିବନ୍ଧୁ ବେହେରା ଓ ମୁଖ୍ୟ ବକ୍ତା ଶ୍ରୀ ଗଡନାୟକ ସମସ୍ତ କଳାକାର ମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ ପାଇଁ ପ୍ରଶଂସା କରିବା ସହ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପବିତ୍ର ସାହୁ, ସତ୍ୟାନନ୍ଦ ସାହୁ, ସ୍ଵର୍ଣ୍ଣମୟୀ ପ୍ରଧାନ, ଅକ୍ଷୟ ବେହେରା, ପ୍ରମୂଖ ସହଯୋଗ କରିଥିଲେ। #Dhenkanal #OmmTv #OmTV #KalingaCineArts #NBPC