ଗ୍ଲୋବାଲ୍ ବିଜନେସ୍ କାର୍ନିଭାଲ୍ ଉଦ୍‌ଘାଟିତ : Ommtv

BIZ NEWS

ଗ୍ଲୋବାଲ୍ ବିଜନେସ୍ କାର୍ନିଭାଲ୍ ଉଦ୍‌ଘାଟିତ : Ommtv
ଗ୍ଲୋବାଲ୍ ବିଜନେସ୍ କାର୍ନିଭାଲ୍ ଉଦ୍‌ଘାଟିତ : Ommtv
: ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ଗ୍ଲୋବାଲ୍ ବିଜନେସ୍ କାର୍ନିଭାଲ୍-୨୦୨୩ ଆଜି ଉଦ୍‌ଘାଟିତ ହୋଇଯାଇଛି। ଦଶ ଦିନ ବ୍ୟାପି ଏହି ବାଣିଜ୍ୟ ମେଳା ଜନତା ମଇଦାନରେ ଚାଲିବ। ଏହାକୁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମେୟର ସୁଲୋଚନା ଦାସ, ଏମଏସଏମଇ ନିଦେର୍ଶକ ପବନ ଗୁପ୍ତା, ଉତ୍ତର ଭୁବନେଶ୍ବର ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ବିପିସିଏଲ ଇନପେଣ୍ଡେନ୍ସ ନିର୍ଦେଶକ ଏୗଶ୍ବର୍ଯ୍ୟା ବିଶ୍ବାଳ ଉପାଧ୍ୟକ୍ଷ ରାଜୀବ ଶେଖର ସାହୁ, ସାମ୍ବାଦିକ କିଶୋର ଦିୱେଦି, ଏମଡ଼ି ସୁଜିତ କୁମାର ଗୁପ୍ତା, ନିର୍ଦେଶକ ପାୟଲ ଗୁପ୍ତା ଉପସ୍ଥିତରହି ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଛନ୍ତି। ଏଥିରେ ୨୦ଟି ରାଜ୍ୟ ଓ ୧୨ଟି ଦେଶର ବ୍ୟବସାୟୀ ଅଂଶଗ୍ରହଣ କରିଛନ୍ତି। ଏହି କାର୍ନିଭାଲ୍‌ରେ ଏକ ଫୁଡ୍‌ ଜୋନ୍ ମଧ୍ୟ ରହିଛି ଯାହାର ଭରପୁର ମଜା ଉଠାଉଛନ୍ତି ଦର୍ଶକ। #Ommtv #Omtv #Kalingacinearts #NBPC #Bhubaneswar #News