ଡିସିବି ପ୍ରିମିଅର ଲିଗ ସିଜନ - ୧ : Ommtv

ଡିସିବି ପ୍ରିମିଅର ଲିଗ ସିଜନ - ୧ : Ommtv

ଡିସିବି ପ୍ରିମିଅର ଲିଗ ସିଜନ - ୧ : Ommtv

ଡିସିବି ପ୍ରିମିଅର ଲିଗ ସିଜନ - ୧ : Ommtv

ଆଜି ସକାଳ ୯ ଘଟିକା ରେ ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି l ଏହି କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ଉତ୍ସବରେ ଜ୍ୟୋତି ମୋଟର୍ସ ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବଜ୍ୟୋତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦୁଇ ଜଣ ପ୍ରଖ୍ୟାତ ପ୍ରଶିକ୍ଷକ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାସ ଏବଂ ଶ୍ରୀଯୁକ୍ତ କ୍ଷୀରୋଦ ବେହେରା ଙ୍କ ସହିତ ଇଣ୍ଡିଆ ଏ ଦଳର ଖେଳାଳୀ ସୁଶ୍ରୀ ଦିବ୍ୟଦର୍ଶିନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଉଦଘାଟନୀ ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲେ ପୂର୍ବତନ ସାଂସଦ ତଥା ଓଡ଼ିଆ ସିନେ ଜଗତର ଖ୍ୟାତନାମା ଅଭିନେତା ସିଦ୍ଧାନ୍ତ ମହାପାତ୍ର l ଏହି ଅବସରରେ ସମସ୍ତ ଅତିଥି ଙ୍କୁ ଆୟୋଜକ ଡିସିବି ତରଫରୁ ପୁଷ୍ପଗୁଛ ତଥା ଉତ୍ତୋରୀୟ ଦ୍ୱାରା ସମ୍ମାନିତ କରାଯାଇଥିଲା l ସମସ୍ତ ମ୍ୟାଚଗୁଡିକ କୋଡିଏ ଓଭର ଭିତ୍ତିକ ହେବ l ଏହା ଦ୍ଵିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ଷ୍ଟାଡ଼ିଅମ, ମଞ୍ଚେଶ୍ୱର ଠାରେ ହେବ l ଆସନ୍ତା ୨୯ ଜାନୁଆରୀ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ଆଜିର ଉଦଘାଟନୀ ମ୍ୟାଚ ରେ ଦୁଇଟି ଦଳ ଯଥା : ଟି.ସି.ଏସ ସହିତ ଲୟର୍ସ-୧୧ ଏବଂ ଫିଜିଓ-୧୧ ସହିତ ବି.ଏସ.ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ର ଖୁବ ସୁନ୍ଦର ପରିକଳ୍ପନା ତଥା ଆୟୋଜକ ଡିସିବି ର ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀ ଶଙ୍କର ସାମନ୍ତରାୟ ଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ l ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ଡିସିବି ର ଏହି ମହତ ଉଦ୍ଦେଶ୍ୟ ର ଢେର ପ୍ରଶଂସା କରିବା ସହିତ ମିଡ଼ିଆ କୁ ତଥ୍ୟ ପ୍ରଦାନ କରିଥିଲେ l