ଉତ୍କର୍ସ ଶିକ୍ଷାଦାନ ପାଇଁ ଖୋର୍ଦ୍ଧା ଜିଲ୍ଲାର ଶହେ ଜଣ କୃତି ଶିକ୍ଷକଙ୍କୁ ରୋଟାରୀ କ୍ଲବ ନୀଳାଦ୍ରୀ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ : ଓମଟିଭି

ଭୁବନେଶ୍ୱର ତା 24 ରିଖ l ରୋଟାରୀ ନୀଳାଦ୍ରୀ କ୍ଲବ ଭୁବନେଶ୍ୱର ଓ ସମ୍ପୂର୍ଣ ସାକ୍ଷରତା ଅଭିଯାନ ପକ୍ଷରୁ ଆଜି ଗୀତ ଗୋବିନ୍ଦ ସଦନ ପ୍ରେକ୍ଷାଳୟରେ କ୍ଲବର ସଭାପତି ପୁଣ୍ୟାଶ୍ଳୋକ ମହାନ୍ତିଙ୍କ ପୌରାହିତ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

ଉତ୍କର୍ସ ଶିକ୍ଷାଦାନ ପାଇଁ ଖୋର୍ଦ୍ଧା ଜିଲ୍ଲାର ଶହେ ଜଣ କୃତି ଶିକ୍ଷକଙ୍କୁ ରୋଟାରୀ କ୍ଲବ ନୀଳାଦ୍ରୀ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ : ଓମଟିଭି

ଉତ୍କର୍ସ ଶିକ୍ଷାଦାନ ପାଇଁ ଖୋର୍ଦ୍ଧା ଜିଲ୍ଲାର ଶହେ ଜଣ କୃତି ଶିକ୍ଷକଙ୍କୁ ରୋଟାରୀ କ୍ଲବ ନୀଳାଦ୍ରୀ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ : ଓମଟିଭି

ଭୁବନେଶ୍ୱର ତା 24 ରିଖ l ରୋଟାରୀ ନୀଳାଦ୍ରୀ କ୍ଲବ ଭୁବନେଶ୍ୱର ଓ ସମ୍ପୂର୍ଣ ସାକ୍ଷରତା ଅଭିଯାନ ପକ୍ଷରୁ ଆଜି ଗୀତ ଗୋବିନ୍ଦ ସଦନ ପ୍ରେକ୍ଷାଳୟରେ କ୍ଲବର ସଭାପତି ପୁଣ୍ୟାଶ୍ଳୋକ ମହାନ୍ତିଙ୍କ ପୌରାହିତ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ସତା ପ୍ରଦର୍ଶନ କରିଥିବା ଖୋର୍ଦ୍ଧା ଜିଲ୍ଲାର ଶହେ ଜଣ କୃତି ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ଏକ ସୁସ୍ଥ ଓ ବିକଶିତ ସମାଜ ଗଠନ ପାଇଁ ନିତ୍ୟାନ୍ତ ଆବଶ୍ୟକ l ତେଣୁ ନିଜ ଚତୁର୍ପାର୍ଶ୍ୱରେ କିପରି ଏହି ସୁବିଧା ସମସ୍ତଙ୍କୁ ଉପଲବ୍ଧ କରାଯାଇପାରିବ ସେଥିପାଇଁ ରୋଟାରୀ ନୀଳାଦ୍ରୀ କ୍ଲବ ନିରନ୍ତର କାର୍ଯ୍ୟ କରି ଆସୁଛି l ବିଶେଷ କରି ଗୁଣାତ୍ମକ ଶିକ୍ଷା କିପରି ସବୁ ପିଲାଙ୍କ ନିକଟରେ ପହଂଚିବ ସେଥିପାଇଁ ପ୍ରାଧାନ୍ୟ ଦେଉଛି l କେହି ପାଠ ଛାଡ଼ିବେ ନାହିଁ ଓ ଟିପ ଚିହ୍ନ ରୁ କିପରି ମୁକ୍ତ ହେବେ ତାହା ଆଜିର ଦିନରେ ସଂକଳ୍ପ ଓ ପ୍ରତିଜ୍ଞା l ସଭାପତି ପୂନ୍ୟଶ୍ଳୋକ ମହାନ୍ତି କ୍ଲବ ର ଶିକ୍ଷା ବିକାଶ ଦାୟିତ୍ୱ ନିର୍ବାହ କରି ଏହି କାର୍ଯ୍ୟକ୍ରମକୁ ମିଶନ ମୋଡରେ ଚଳାଇ ଆସୁଛନ୍ତି lରୋଟାରୀ କ୍ଲବ ନୀଳାଦ୍ରୀ ସହିତ ଏହି କ୍ଷେତ୍ରରେ ଓଡିଶା ଅଭିଭାବକ ମହାସଂଘ  ଆରମ୍ଭ କରିଥିବା" ସମ୍ପୂର୍ଣ ସାକ୍ଷରତା ଅଭିଯାନ"ମଧ୍ୟ ଗୁରୁ ଦାୟିତ୍ୱ ତୁଲାଉଛି l ଏହି ଉତ୍ତମ ଉଦେଶ୍ୟକୁ ପ୍ରତିପାଦନ କରିବାର ପ୍ରାଥମିକ ପଦକ୍ଷେପ ସ୍ୱରୂପ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲାକ ଓ ସହରାଞ୍ଚଳରୁ ଉତ୍କର୍ସ ଶିକ୍ଷାଦାନ ପ୍ରଦାନ ପାଇଁ ଶହେ ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି l  ଉତ୍ସବରେ ମହାମାନ୍ୟ ଅତିଥି ରୂପେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ର. ସଞ୍ଜୟ ନାୟକ,କିସର କୁଳପତି ଶ୍ରୀଯୁକ୍ତ ହରେକୃଷ୍ଣ ଶତପଥୀ,ରୋଟାରୀ ଜିଲ୍ଲା ଗଭର୍ନର ପ୍ରଭୁଦତ୍ତ ସୁବୁଦ୍ଧି, ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ,ପୂର୍ବତନ ଆଇ ଏ ଏସ ଶିବବ୍ରତ ଦାସ ଯୋଗଦେଇ କୃତି ଶିକ୍ଷକ ମାନଙ୍କୁ ପୁଷଗୁଛ,ପ୍ରମାଣପାତ୍ର ଓ ଉପଢୌକନ ଦେଇ " ରାଷ୍ଟ୍ର ନିର୍ମାଣ ସମ୍ମାନ" ରେ ସମ୍ମାନିତ କରିଥିଲେ l ରୋଟାରୀ ଜିଲ୍ଲା ଶିକ୍ଷା ସଂଯୋଜକ ଅଛୁତାନନ୍ଦ ରାଉତରାୟ, ସମ୍ପାଦକ ମନୋଜ ତ୍ରିପାଠୀ, ସ୍ୱପ୍ନେନ୍ଦୁ ସାମନ୍ତରାୟ, ଓମ ପ୍ରକାଶ ଧଳ, ବିନ୍ଧ୍ୟ ବାସିନୀ, ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ସୁଜିତ ରାଉତ, ସତ୍ୟଜିତ ଦାସ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ l ରୋଟାରୀ ନୀଳାଦ୍ରୀ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ପରିଶେଷରେ ସମ୍ପାଦକ ରୁଦ୍ରକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l