ରେଲୱେ କଲୋନି ବିଦ୍ୟାଳୟରେ ‘ପୋଷଣ ମେଳା’ ଅନୁଷ୍ଠିତ : ଓମଟିଭି
ଆଜି ପୋଷଣ ଦିବସ ଅବସରରେ ମଞ୍ଚେଶ୍ବର ରେଲୱେ କଲୋନି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ‘ପୋଷଣ ମେଳା’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଷଣ ଭିତିକ ପ୍ରକଳ୍ପ ତିଆରି କରି ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଅତିଥିମାନଙ୍କୁ ବୁଝାଇଥିଲେ। ବର୍ତମାନ ସମୟରେ ପୋଷଣ ଜାତିୟ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ବୋଲି ପ୍ରକଳ୍ପ ପ୍ରସ୍ତୁତ କରିଥିବା ଶିକ୍ଷାର୍ଥୀମାନେ ତଥ୍ୟ ପ୍ରକାଶ କରିଥିଲେ। ଲର୍ନିଂ ଲିଙ୍କ ଫାଉଣ୍ଡେସନ୍ ସଭ୍ୟ ଓ ରେଲୱେ କଲୋନି ବିଦ୍ୟାଳୟ ଏହି କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ। କାର୍ଯ୍ୟକ୍ରମରେ ୱାର୍ଡ଼ ୧୨ କର୍ପୋରେଟର ଜୟନ୍ତୀ ସାହୁ , ଖୋର୍ଦ୍ଧାଜିଲା ଯୁବ ସଭାପତି ପ୍ରସନ୍ନ କୁମାର ସାହୁ , ପୂର୍ବତଟ ରେଳଡ଼ବା ମରାମତି କାରଖାନର ସିଏମଇ କେକେ ନାୟକ ଓ ସ୍କୁଲ ପ୍ରଧାନ ଶିକ୍ଷକ ଗୌରାଙ୍ଗଚରଣ ମହାନ୍ତି ଅତିଥିଭାବରେ ଉପସ୍ଥିତରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ କେନ୍ଦ୍ରୀୟ ରେଳ ଚିକିତ୍ସାଳୟର ଶିଶୁ ରୋଗ ଡ଼ାକ୍ତର ଏକେ. ପଟ୍ଟନୟକ ଏବଂ ବିଶ୍ବନାଥ ସାହୁ ସ୍କୁଲ ପିଲାମାନଙ୍କର ମାଗଣା ସ୍ବାସ୍ଥ୍ୟପରୀକ୍ଷା କରିଥିଲେ।