ରାସୋଳ ଜନ ମଙ୍ଗଳ ପକ୍ଷରୁ ବନ୍ଧୁ ମିଳନ : ଓମଟିଭି

ରାସୋଳ ଜନ ମଙ୍ଗଳ ପକ୍ଷରୁ ବନ୍ଧୁ ମିଳନ : ଓମଟିଭି

ରାସୋଳ ଜନ ମଙ୍ଗଳ ପକ୍ଷରୁ ବନ୍ଧୁ ମିଳନ : ଓମଟିଭି
ରାସୋଳ ଜନ ମଙ୍ଗଳ ପକ୍ଷରୁ ବନ୍ଧୁ ମିଳନ : ଓମଟିଭି
(ରିପୋର୍ଟ: ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ରାଜ୍ୟର ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ରାସୋଳ ଜନ ମଙ୍ଗଳ ପକ୍ଷରୁ ଗତ କାଲି ଦଣ୍ଡିରି ପଂଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ ରଜାଙ୍ଗ ଠାରେ ଏକ ବଣ ଭୋଜି ର ଆୟୋଜନ ହୋଇଥିଲା। ଏଥିରେ ସମସ୍ତ ଗ୍ରାମବାସୀ ଆବାଳ ବୃଦ୍ଧବନିତାଙ୍କୁ ସାମିଲ କରାଯାଇଥିଲା। ସଂଗଠନର ମୁଖ୍ୟ ସଂଗଠକ ବିଭୁ ପ୍ରସାଦ ଶତପଥୀ ଙ୍କ ତତ୍ତ୍ଵାବଧାନରେ ଓ ସଭାନେତ୍ରୀ ନିରୁପମା ମିଶ୍ର ଙ୍କ ସଭାପତିତ୍ବରେ ଆଦିବାସୀ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରକାର ନୃତ୍ୟ ସଙ୍ଗୀତ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବ ରେ ଦଣ୍ଡିରି ସରପଞ୍ଚ ବ୍ରଜ କିଶୋର ସାହୁ, ସଂଗଠନ ଉପଦେଷ୍ଠା ରତିକାନ୍ତ ଗଡନାୟକ, ଡଃ ଦୟାନିଧି ପୃଷ୍ଟି ସମସ୍ତ ପୁରସ୍କାର ପ୍ରଦାନ କରିଥିଲେ। ଏକାଠି ବସି ଗ୍ରାମବାସୀ ସେବକ ସେବିକା ଅତିଥି ଦୁଇ ଶହ ରୁ ଉର୍ଦ୍ଧ ଭୋଜନ କରିଥିଲେ। ଶେଷରେ ସମସ୍ତେ ମିଶି ଅତି ଖୁସିରେ ନାଚିଥିଲେ।ଏପରି ନିଆରା ଭୋଜି ହିନ୍ଦୋଳ ଉପଖଣ୍ଡରେ ପ୍ରଥମେ ହୋଇଥିବାରୁ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି।