ହିନ୍ଦୋଳ ବ୍ଲକ୍ ହାଇସ୍କୁଲ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା : Ommtv.in

ହିନ୍ଦୋଳ ବ୍ଲକ୍ ହାଇସ୍କୁଲ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

ହିନ୍ଦୋଳ ବ୍ଲକ୍ ହାଇସ୍କୁଲ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା : Ommtv.in

ହିନ୍ଦୋଳ ବ୍ଲକ୍ ହାଇସ୍କୁଲ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା : Ommtv.in

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ହିନ୍ଦୋଳ ବ୍ଲକ୍ ହାଇସ୍କୁଲ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଆଜି ଦୁଦୁରକୋଟ ସ୍ଥିତ ଜନତା ରାଜ ହାଇସ୍କୁଲ ରେ ଅନୁଷ୍ଠିତ ହୋଇଥିଲା। ହିନ୍ଦୋଳ ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ପଧନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍କୁଲ୍ ପ୍ରଧାନ ଶିକ୍ଷକ ହରିହର ନାଥ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୋ ସ୍କୁଲ୍ ଅଭିଯାନ ସଭାପତି ରତିକାନ୍ତ ଗଡନାୟକ, ଏମଏମ ଡି ସି ସଭ୍ୟ ଦିବାକର ପଟ୍ଟନାୟକ,ସ୍ଥାନୀୟ ସରପଞ୍ଚ ମନୋଜ ବେହେରା, ଚାରି ଜୋନ ର ଚାରି ଗୋଟି ହାଇସ୍କୁଲ ର କ୍ରୀଡା ଶିକ୍ଷକଙ୍କ ସମେତ ଫୁଟବଲ ଖେଳାଳି ମାନେ ଯୋଗ ଦେଇଥିଲେ। ଆଜିର ପ୍ରତିଯୋଗୀତାରେ ହିନ୍ଦୋଳ ବ୍ଲକ୍ ର ୧୭ ଜଣ ଖେଳାଳି ମାନଙ୍କୁ ଚୟନ କରାଯାଇ ଢେଙ୍କାନାଳ ଜିଲ୍ଲା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଚୁଡାନ୍ତ ହୋଇଥିଲା। ମନୋନୀତ ୧୭ ଜଣଙ୍କ ମଧ୍ୟରୁ ୧୦ ଜଣ କେବଳ ଜନତା ରାଜ ହାଇସ୍କୁଲ ର ଖେଳାଳି। ଉକ୍ତ ପ୍ରତିଯୋଗୀତାରେ ସ୍କୁଲ୍ କ୍ରୀଡା ଶିକ୍ଷୟତ୍ରୀ ଗାୟତ୍ରୀ ପଟ୍ଟନାୟକ ଙ୍କ ସମେତ ସମସ୍ତ ଷ୍ଟାଫ୍ ମାନେ ସକ୍ରିୟ ସହଯୋଗ କରିଥିଲେ।