International Nurses Day Celebration Observed at KIMS : Ommtv RoundtheClock

International Nurses Day Celebration Observed at KIMS : Ommtv RoundtheClock

International Nurses Day Celebration Observed at KIMS : Ommtv RoundtheClock

International Nurses Day Celebration Observed at KIMS : Ommtv RoundtheClock

Bhubaneswar, May 11: KIMS Bhubaneswar along with its sister concern Kalinga Institute of Nursing Sciences (KINS) commemorated International Nurses Day on the eve of the global observance, highlighting the indispensable role of nurses in the healthcare sector and the challenges they face. This year’s celebration was notably vibrant as it marked the golden jubilee of the observance dedicated to acknowledging the contributions of nurses worldwide.

In a series of addresses, KIMS officials emphasized the vital roles nurses play and the urgent need to enhance nursing education and practice in India. KIMS Medical Superintendent Prof R C Das underscored the necessity for India to upscale its nursing workforce to meet World Health Organization standards by 2030. “Without nursing, hospitals cannot grow and expand. The skills and knowledge of nurses have expanded; they must continue to increase their skills and care,” Das stated.

Highlighting the emotional and economic value of nurses, Pro-VC, School of Medicine Prof C B K Mohanty described nurses as "the economic power of care." He added, “You the saviors save lives with compassion and empathy. Your service will be reciprocated by the public and remembered by family members of the patients.” However, Mohanty also pointed out the significant challenges in nursing education, such as the scarcity of platforms for practical training which hinders the production of qualified nurse

KIIT Vice Chancellor Prof Saranjit Singh urged nurses to carry out their duties with "a lot of warmth and a smiling face." He highlighted the need for substantial investment in the healthcare sector in the coming years, emphasizing that the growth of healthcare hinges significantly on the enhancement of nursing services.

The highlight of the celebration was the presence of the National Florance Nightingale Award, 2021 Khulana Barik of Jagatsinghpur, whose inspiring address left a deep imprint on the nurses and officials present. Top of Form Awards were given away to nurses on the occasion in different categories. KIMS Principal Brig. Prof. Dr AP Mohanty, KIIT Registrar J R Mohanty, KINS Principal Prof Niyati Das and others also spoke.

 

କିମ୍‍ସରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ


ଭୁବନେଶ୍ୱର, ୧୧ ।୫: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ନର୍ସିଂ ସାଇନ୍‍ସେସ୍‍ (କିନ୍‍ସ) ପକ୍ଷରୁ ଆଜି ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଓ ଭାରତରେ ନର୍ସିଂ ଶିକ୍ଷାର ପ୍ରସାର ଓ ଅଭ୍ୟାସ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଯୋଗଦେଇ କହିଲେ, ଭବିଷ୍ୟତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟସେବାର ବିକାଶ ନର୍ସିଂ ସେବାର ବିକାଶ ଉପରେ ନିର୍ଭର କରିଥାଏ। କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଡା. ସିବିକେ ମହାନ୍ତି ସେବିକାଙ୍କ ମାନସିକ ଓ ଅର୍ଥନୈତିକ ମୂଲ୍ୟବୋଧ ଉପରେ ଆଲୋକପାତ କରି କହିଲେ, ସେବିକାମାନେ ସେବାର ଅର୍ଥନୈତିକ ଶକ୍ତି। କରୁଣା ଓ ସହାନୁଭୂତି ମନୋଭାବ ନେଇ ସେବିକାମାନେ ରୋଗୀଙ୍କ ଜୀବନ ବଞ୍ଚାଇଥାନ୍ତି। ସେବିକାଙ୍କ ସେବାର ପ୍ରତିକ୍ରିୟା ସାଧାରଣ ଜନତାଙ୍କଠାରୁ ଜଣାପଡ଼େ ଏବଂ ରୋଗୀ ଓ ତାଙ୍କ ପରିବାର ସେବିକାମାନଙ୍କୁ ସବୁଦିନ ମନେରଖନ୍ତି । ଭାରତରେ ନର୍ସିଂ ଶିକ୍ଷା ସମୟରେ ସେବିକାଙ୍କ ପାଇଁ ବ୍ୟାପକ ଅଭ୍ୟାସ ଓ ତାଲିମ ପାଇଁ ଉପଯୁକ୍ତ କ୍ଷେତ୍ରର ଅଭାବ ଯୋଗୁଁ ଗୁଣାତ୍ମକ ସେବିକା ସୃଷ୍ଟି ହେବାର ସମସ୍ୟା ରହିଛି ବୋଲି ସେ କହିଥିଲେ। ସେହିପରି କିମ୍‍ସ ମେଡିକାଲ ଅଧୀକ୍ଷକ ପ୍ରଫେସର ଆର୍‍ ସି ଦାସ  କହିଲେ, ୨୦୩୦ ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକକୁ ପୂରଣ କରିବା ପାଇଁ ଭାରତରେ ସଂପ୍ରତି ନର୍ସିଂ କ୍ଷମତାକୁ ଅଭିବୃଦ୍ଧି କରିବାର ସମୟ ଆସିଛି। ତେବେ ସେବିକାମାନଙ୍କର ଜ୍ଞାନ ଓ କୌଶଳ ଯଥେଷ୍ଟ ଅଗ୍ରଗତି ଘଟିଛି । ସେମାନଙ୍କର ଏହି ପ୍ରକ୍ରିୟା ଜାରି ରହିବା ଉଚିତ ବୋଲି ଡା. ଦାସ କହିଥିଲେ।

 

ଏହି ଅବସରରେ ନ୍ୟାସ୍‍ନାଲ୍‍ ଫ୍ଲୋରାନ୍‍ସ ନାଇଟିଙ୍ଗଲ୍‍ ପୁରସ୍କାର ବିଜୟିନୀ ଜଗତସିଂହପୁରର ଖୁଲଣା ବାରିକ ଯୋଗଦେଇ ଉପସ୍ଥିତ ସେବିକା ଓ ମେଡ଼ିକାଲ ଅଧିକାରୀଙ୍କୁ ପ୍ରେରଣାମୂଳକ ଭାଷଣ ପ୍ରଦାନ କରିଥିଲେ। ପରେ ବିଭିନ୍ନ ବିଭାଗରେ ସେବିକାମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ଏ. ପି ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିନ୍‍ସ ଅଧ୍ୟକ୍ଷା ପ୍ରଫେସର ନିୟତି ଦାସ ଓ ଅନ୍ୟ ବିଶିଷ୍ଟ ଅତିଥି ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ।