ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବ : Ommtv

ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବ

ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବ : Ommtv

ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବ ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗତକାଲି ମହା ସମାରୋହରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଛି। ସଭାପତି ଶ୍ରୀ ଦୁର୍ଗା ଚରଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସାଧାରଣ ସମ୍ପାଦକ ଗୁଣ ଧର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଉପ ସଭାପତି ସମାଜସେବୀ ଯୋଗୀନାଥ ମହାନ୍ତି,ଉପ ସଭାପତି ପ୍ରଫେସର ହରେକୃଷ୍ଣ କର, କାର୍ଯ୍ୟକାରି ସଭାପତି ଅବସର ପ୍ରାପ୍ତ ଏସ୍, ପି, ଅକ୍ଷୟ କୁମାର ସାହୁ ପ୍ରମୂଖ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ୍ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସମାଧାନ ଦିଗରେ ରାଜ୍ୟ ସରକାର ତଥା 5T ସଚିବ ଭି, କେ, ପାଣ୍ଡିଆନ୍ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ର ଜଣାଇଥିଲେ। ବରିଷ୍ଠ ନାଗରିକ ସଂଗଠକ ସମାଜସେବୀ ରତିକାନ୍ତ ଗଡନାୟକ ମଞ୍ଚ ସଂଯୋଜନା କରିଥିବା ବେଳେ ପରିଷଦ ଉପଦେଷ୍ଠା ଶଶାଙ୍କ ଶେଖର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଆଠ ଟି ବ୍ଲକ୍ ମଧ୍ୟରୁ ପ୍ରାୟ ହଜାରେ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

Join New Bhubaneswar Press Club : 9439177630                                         

Actress Wanted to Kalinga Cine Arts New Music Album : Contact - 89080701 17