KIMS Doctors Adopt Innovative Approach to Remove Tumour from Airway : Ommtv
KIMS Doctors Adopt Innovative Approach to Remove Tumour from Airway
KIMS Doctors Adopt Innovative Approach to Remove Tumour from Airway
Bhubaneswar: A team of doctors at KIMS Bhubaneswar has done two rare surgeries consecutively within a span of two weeks through minimal invasive process with the help of endoscope to remove tumour in the lower end of trachea.
Usually, a tumour from trachea or airway is removed by surgery in which anaesthesia is given through a tube, but in these cases as the tumours were blocking the tracheal tube, the surgery was done with the help of the heart-lung-machine as anaesthesia could not be administered by tubing and to supply oxygen to the longs during the surgery, the heart-lung machine was chosen. The complex operations were carried by doctors from ENT and Cardio Vascular and Thoracic Surgery (CTVS).
In the first case, on a 68-year-old male patient, the tumour in the lower end of trachea was blocking the opening of lungs. After that success, within a week, another 46-year-old lady was operated by the same ENT and CTVS team of KIMS proving their ability to handle critical cases.
Both the surgeries were performed with the help of Heart Lung Machine, which is generally used in cardiac surgery. Both the patients are doing fine at KIMS and would be discharged soon.
Explaining the procedure, ENT HoD Prof Khageswar Rout said “the tumours in both the cases were blocking the lungs and in the second case one part of the lung of the lady was not working. The strategic location of the tumour between heart and lung also posed as a challenge for the ENT and CTVS team while planning for the surgery.
CTVS surgeon Chandan Kumar Ray Mohapatra said that in normal procedure, if the tumour is not critical, such surgery is done with ventilator support, while administering anaesthesia by tubing. However, as the tumour was too critical with respect to size and location, heart-lung machine was used to supply oxygen to the body during the surgery.’’
From KIMS ENT Department Prof Rout and Associate Prof Pradipta Ranjan Sahoo participated in the surgeries and from CTVS Dr Ray Mohapatra and HoD Prof A Sharda were in the team. After the surgery, the patients were managed by anaesthesia team of Dr Ashok Kumar Badmali and Dr Gyan Ranjan Mishra.
The doctors have also thanked KIMS administration and especially to KIIT-KISS Founder Dr Achyuta Samanta for providing the help to the needy.
କିମ୍ସରେ ହାର୍ଟ-ଲଙ୍ଗ୍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର
ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ (କିମ୍ସ)ର କର୍ଣ୍ଣ-ନାସା-ଗଳା ସର୍ଜନମାନେ ହାର୍ଟ-ଲଙ୍ଗ୍ସ ମେସିନ୍ ସାହାଯ୍ୟରେ ଦୁଇଟି ବିରଳ ଅସ୍ତ୍ରୋପଚାର କରି ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ସପ୍ତାହରେ ଦୁଇ ଦୁଇ ଜଣ ରୋଗୀଙ୍କଠାରେ ମିନିମାଲ ଇନ୍ଭାସିଭ୍ ପ୍ରକ୍ରିୟାରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇପାରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହୃଦ୍ରୋଗ ଅସ୍ତ୍ରୋପଚାରରେ ଉପଯୋଗ ହେଉଥିବା ହାର୍ଟ-ଲଙ୍ଗସ୍ ମେସିନ୍ ସାହାଯ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।
ସାଧାରଣତଃ ଏହି ଭଳି ଅସ୍ତ୍ରୋପଚାର ସମୟରେ ନଳୀ ଜରିଆରେ ନିଶ୍ଚେତକ ଦିଆଯାଇଥାଏ ଓ ଅସ୍ତ୍ରୋପଚାର କରାଯାଇ ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଏ । କିନ୍ତୁ ଏହି କ୍ଷେତ୍ରରେ ଟ୍ୟୁମର ଟ୍ରାକିଆଲ ଟ୍ୟୁବକୁ ଅବରୋଧ କରୁଥିବାରୁ କିମ୍ସ ବିଶେଷଜ୍ଞମାନେ ହାର୍ଟ-ଲଙ୍ଗ୍ସ ମେସିନ ସାହାଯ୍ୟରେ ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି ।
ଉଭୟ ରୋଗୀଙ୍କଠାରେ ଟ୍ୟୁମର ସେମାନଙ୍କ ଫୁସ୍ଫୁସ୍କୁ ବାୟୁ ଯିବାରେ ବାଧା ସୃଷ୍ଟି କରୁଥିବା ବେଳେ ଦ୍ୱିତୀୟ ରୋଗୀଙ୍କଠାରେ ଫୁସ୍ଫୁସ୍ର ଗୋଟିଏ ଅଂଶ ଠିକ୍ ଭାବେ କାମ କରୁ ନ ଥିଲା । ଅସ୍ତ୍ରୋପଚାର ଯୋଜନା ପୂର୍ବରୁ ହୃଦ୍ପିଣ୍ଡ ଓ ଫୁସ୍ଫୁସ୍ ମଧ୍ୟରେ ଟ୍ୟୁମରକୁ ଚିହ୍ନଟ କରିବା ଇଏନ୍ଟି ଓ ସିଟିଭିଏସ୍ ବିଶେଷଜ୍ଞଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା ବୋଲି କିିମ୍ସ କର୍ଣ୍ଣ-ନାସା-ଗଳା ବିଭାଗ ମୁଖ୍ୟ ଡା. ଖଗେଶ୍ୱର ରାଉତ ସୂଚନା ଦେଇଛନ୍ତି ।
ସିଟିଭିଏସ୍ ସର୍ଜନ ଚନ୍ଦନ କୁମାର ରାୟ ମହାପାତ୍ର କହିଛନ୍ତି, ସାଧାରଣ ପ୍ରକ୍ରିୟାରେ ଟ୍ୟୁମର ଗୁରୁତର ନ ହେଲେ ଭେଣ୍ଟିଲେଟର ସହାୟତାରେ ଏଭଳି ଅସ୍ତ୍ରୋପଚାର କରାଯାଏ ଏବଂ ଟ୍ୟୁବ୍ କରି ନିଶ୍ଚେତକ ଦିଆଯାଏ । ତେବେ ଆକାର ଓ ସ୍ଥାନ ଦୃଷ୍ଟିରୁ ଟ୍ୟୁମର ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଅସ୍ତ୍ରୋପଚାର ସମୟରେ ଶରୀରକୁ ଅମ୍ଳଜାନ ଯୋଗାଣ ପାଇଁ ହାର୍ଟ-ଲଙ୍ଗ୍ସ ମେସିନ୍ ବ୍ୟବହାର କରାଯାଇଥିଲା ।
ଅସ୍ତ୍ରୋପଚାରରେ ପ୍ରଫେସର ଖଗେଶ୍ୱର ରାଉତ ଓ ଆସୋସିଏଟ୍ ପ୍ରଫେସର ପ୍ରଦୀପ୍ତ ରଞ୍ଜନ ସାହୁଙ୍କୁ ସମେତ କିମ୍ସ ସିଟିଭିଏସର ବିଭାଗୀୟ ମୁଖ୍ୟ ପ୍ରଫେସର ଏ. ଶାରଦା, ଡା. ଚନ୍ଦନ କୁମାର ରାୟ ମହାପାତ୍ର ଏହି ଟିମ୍ରେ ସାମିଲ ଥିଲେ । ନିଶ୍ଚେତକ ବିଭାଗର ଡା. ଅଶୋକ କୁମାର ବଡ଼ମାଳି ଓ ଡା. ଜ୍ଞାନ ରଞ୍ଜନ ମିଶ୍ର ନିଶ୍ଚେତକ ପରିଚାଳନା କରିଥିଲେ । ଉଭୟ ରୋଗୀ ଏବେ ସୁସ୍ଥ ଅଛନ୍ତି । କିମ୍ସରେ ଏଭଳି ସୁବିଧା ଯୋଗାଇ ଦେଇଥିବାରୁ କିମ୍ସ ଡାକ୍ତରମାନେ କିମ୍ସ କର୍ତ୍ତୃପକ୍ଷ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।